IMD ଜାରିକଲା ସତର୍କ ସୂଚନା, February 3 ରୁ ଓଡିଶାର ଏହି ସବୁ ଜିଲ୍ଲାରେ ହେବ ବର୍ଷା, 10ଟି ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ

ନମସ୍କାର ବନ୍ଧୁଗଣ । ବର୍ତ୍ତମାନ ସାରା ରାଜ୍ୟ ରେ ଶୀତ ଲହରୀ ଯେଉଁ ଭଳି ଭାବେ ବୃଦ୍ଧି ପାଇବାରେ ଲାଗିଛି ଏ ନେଇ ଲୋକ ମାନଙ୍କ ଦୈନନ୍ଦିନ ଜୀବନ ଉପରେ ପ୍ରଭାବ ପଡୁଛି । ତେବେ ଗତ କିଛି ଦିନ ତଳେ ବର୍ଷା ହେବା ଯୋଗୁ ସାରା ରାଜ୍ୟ ରେ ଶୀତ ଲହରୀ ବୃଦ୍ଧି ପାଇଛି । ବର୍ଷା ହେବା ଫଳରେ ଅନେକ ସମସ୍ୟାର ସମୁଖିନ୍ନ ହେଉଛନ୍ତି ଲୋକ ମାନେ ।

ତେବେ ବର୍ତ୍ତମାନର ବଡ ଖବର ହେଉଛି ଆସନ୍ତା ଫେବ୍ରୁବୃଆରି ମାସ ୩ ତାରିଖରୁ ପୁଣି ଥରେ ରାଜ୍ୟରେ ବର୍ଷା ହେବାର ସମ୍ଭାବନା ରହିଛି । ପଶ୍ଚିମା ଝଡ ପ୍ରଭାବରେ ରାଜ୍ୟର କିଛି ସ୍ଥାନରେ ଆସନ୍ତା ୩ ତାରିଖରେ ବର୍ଷା ହେବା ନେଇ ପାଣିପାଗ ବିଭାଗ ସତର୍କ ସୂଚନା ଜାରି କରିଛି ।

ଉତ୍ତର ଆଭ୍ୟନ୍ତରଣୀୟ ଓ ସୋନପୁର ଜିଲ୍ଲାର କିଛି କିଛି ସ୍ଥାନ ରେ ସାମାନ୍ଯ ରୁ ମଧ୍ୟମ ଧରଣର ବର୍ଷା ହେବା ନେଇ ସମ୍ଭାବନା ରହିଛି । ତେବେ ଆଗାମୀ ୩ରୁ ୪ ଦିନ ଯାଏଁ ରାଜ୍ୟ ରେ ପାଣିପାଗ ଶୁଷ୍କ ରହିବ ବୋଲି ଆଞ୍ଚଳିକ ପାଣିପାଗ ବିଭାଗ କେନ୍ଦ୍ର ପକ୍ଷ ରୁ ସୂଚନା ଦିଆ ଯାଇଛି । ଅନ୍ୟ ପକ୍ଷ ରେ ସାରା ରାଜ୍ୟ ରେ ଶିତ ଲହରୀ ଜାରି ରହିଛି ।

ହାଡ ଭଙ୍ଗା ଶୀତ ନେଇ ସାରା ରାଜ୍ୟରେ ଲୋକ ମାନଙ୍କର ଜଣ ଜୀବନରେ ପ୍ରଭାବ ଦେଖା ଯାଇଛି । ୧୦ ଡିଗ୍ରୀ ତଳକୁ ତାପମାତ୍ରା ରହିଛି ୧୦ଟି ସହରର ପାରଦ ରହିଛି ଉତ୍ତର-ପଶ୍ଚିମ ଦିଗରୁ ଆସୁଥିବା ଥଣ୍ଡା ଓ ଶୁଷ୍କ ବାୟୁ ପ୍ରଭାବ ରେ ଆଗାମୀ ୨୪ ଘଣ୍ଟା ଯାଏଁ ସିତ ଲହରୀ ଜାରି ରହିବ ବୋଲି ସୂଚନା ରହିଛି ।

ଆଜି ଠାରୁ ଅର୍ଥାତ ଜାନୁଆରି ୩୧ ତାରିଖ ରୁ ତାପମାତ୍ରା ବୃଦ୍ଧି ପାଇବ ବୋଲି ପାଣିପାଗ ବିଭାଗ ପୂର୍ବ ଆକଳନ କରିଛି । ତେବେ ଯଦି ପୁଣି ଥରେ ବର୍ଷା ହୁଏ ତେବେ ଅନେକ ସମସ୍ୟାର ସମୁଖିନ୍ନ କରିବେ ସାରା ରାଜ୍ୟବାସୀ ।

କାରଣ ବର୍ତ୍ତମାନ ଶୀତ ଲହରୀ ଯେତେ ବୃଦ୍ଧି ପାଇଛି ହୁଏ ତ ଆଗାମୀ ସମୟରେ ବର୍ଷା ହେବା ଯୋଗୁ ଶୀତ ଲହରୀ ଆହୁରି ବୃଦ୍ଧି ପାଇପାରେ ବୋଲି ପାଣିପାଗ ବିଭାଗ ପୂର୍ବ ଅନୁମାନ କରିଛନ୍ତି । ତେବେ ଆସନ୍ତା ୩ରୁ ବର୍ଷା ର ପରିମାଣ ଅଧିକ ହୋଇପାରେ ବୋଲି ସୂତ୍ର ରୁ ଜଣା ପଡିଛି ।

ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟ ଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *