ନାସା ରେ ଇଣ୍ଟର୍ନଶିପ କରୁଥିବା ୧୭ ବର୍ଷ ଛାତ୍ର ଖୋଜିଲେ ପୃଥିବୀ ଠାରୁ ୭ଗୁଣ ଅଧିକ ବଡ ଗ୍ରହ- ପଢନ୍ତୁ ସଂପୂର୍ଣ୍ଣ ଖବର

ଆମେରିକା ରେ ୧୭ ବର୍ଷର ଯୁବକ ଅନ୍ତରିକ୍ଷ ବିଷୟରେ ଏମିତି କିଛି କରିଛନ୍ତି ଯାହା କରିବା ପାଇଁ ବଡ ବଡ ବୈଜ୍ଞାନିକଙ୍କ ପୁରା ଜୀବନ ଲାଗି ଯାଏ କିନ୍ତୁ ସଫଳ ହୁଅନ୍ତି ନାହିଁ । ନ୍ୟୁୟର୍କ ନିବାଶି ୱାଳ୍ଫକୁକୀୟର ନାସା ରେ ଇଣ୍ଟର୍ନଶିପ ର ତୃତୀୟ ଦିନ ବ୍ରମ୍ହାଣ୍ଡ ରେ ଗୋଟେ ନୂଆ ଗ୍ରହ ଖୋଜି ବାହାର କରିଛନ୍ତି, ଏହି ଗ୍ରହ ପୃଥିବୀ ଠାରୁ ୧୩୦୦ ପ୍ରକାଶ ବର୍ଷ ଦୂରରେ ଅଛି ।

ଏହା ହେଉଛି ବ୍ରହ୍ମାଣ୍ଡର ପ୍ରଥମ ପ୍ଲାନେଟ ଯେଉଁଥିରେ ଅଛି ଦୁଇଟି ସୂର୍ଯ୍ୟ ।

ଏହି ଗ୍ରହ ନା TOI 1388b ରଖା ଯାଇଛି, ଏହାର ଆକାର ନେପଟ୍ୟୁନ ଓ ସେଟର୍ନ ମଧ୍ୟ ରେ ଅଛି, ଏହାର ଆହୁରି ଗୋଟେ ବିଶେଷ କଥା ଜଣା ପଡିଛି ଯେ ଏହା ଦୁଇଟି ଷ୍ଟାର ପରିକ୍ରମା କରିଥାଏ । ଏହି ଷ୍ଟାରମାନଙ୍କ ମଧ୍ୟରୁ ଗୋଟେ ଷ୍ଟାର ଆମ ପୃଥିବୀ ଠାରୁ ୧୫% ବଡ ଅଛି, ଅନ୍ୟ ଗୋଟେ ବହୁତ ଛୋଟ ଅଟେ । ଏହି TOI 1388b ଗ୍ରହ ବାଇନାରୀ ଷ୍ଟାର ସିଷ୍ଟମ ମଧ୍ୟରେ ଖୋଜା ଯାଇଛି, ଯାହା ପୃଥିବୀ ଠାରୁ ୧୩୦୦ ପ୍ରକାଶ ଦୂର ଗୋଟେ ତାରାମଣ୍ଡଳ ରେ ସ୍ଥିତ ଅଛି ।

ଏ ପର୍ଯ୍ୟନ୍ତ ଏହି ସିଷ୍ଟମ ର ଏହା ଏକମାତ୍ର ଜ୍ଞାତ ଗ୍ରହ ଅଟେ, ଏହି ଗ୍ରହ ପୃଥିବୀ ଠାରୁ ୬.୯ ଗୁଣ ବଡ ଅଛି ଏବଂ ଆମ ସୂର୍ଯ୍ୟ ପାଖରେ ଅଛି । ନାସା ଅନୁଯାଇ କୁକୀୟର ବ୍ରମ୍ହାଣ୍ଡ ଏଜେନ୍ସି ରେ ମେରୀଲ୍ୟାଣ୍ଡ ସ୍ଥିତ ଗୋଡାର୍ଡ ରେ ସ୍ପେସ ଫ୍ଲାଇଟ ସେଣ୍ଟର ରେ ଇଣ୍ଟର୍ନଶିପ କରିବା ପାଇଁ ସିଲେକ୍ଟ ହୋଇ ଥିଲେ । ଏଠାରେ ଆସିବା ର ତିନି ଦିନ ଭିତରେ ସେ ଟେସା ଦ୍ଵାରା ନୂଆ ଗ୍ରହ ଖୋଜି ବାହାର କରିଛନ୍ତି ।

କୁକୀୟର ଅନୁଯାଇ ଯେତେବେଳେ ସେ ବ୍ରମ୍ହାଣ୍ଡ ରେ ତାରା ମଧ୍ୟରେ ଗ୍ରହ ଥିବାର ସଂକେତ ଦେଖା ଗଲା ଯାହା ପରେ ଏହାକୁ ଜାଣିବା ପାଇଁ ମତେ କିଛି ଘଣ୍ଟା ଲାଗିଲା ଯେ ଏହା ବୋନାଫାଇଡ ଗ୍ରହ ଅଟେ । କୁକୀୟର ଅନୁଯାଇ ତାଙ୍କୁ ତାରାମଣ୍ଡଳ ରେ ୧୦୦ ଚିକିମିକ ଜିନିଷ ମଧ୍ୟରେ ଗୋଟେ ଗ୍ରହ ଖୋଜିବା ପାଇଁ କେତେ ପରିଶ୍ରମ କରିବାକୁ ପଡିଲା । ତାଙ୍କ ଅନୁଯାଇ ସେ ପ୍ରତେକ ଚିକମିକ ଜିନିଷ ଉପରେ କାମ କଲେ ଓ ଏହା ପରେ ବହୁତ କଷ୍ଟରେ ବହୁତ ଘଣ୍ଟା କାମ କଲା ପରେ ସେ ଏହି ନିଷ୍କର୍ଷ ବାହାର କରିଛନ୍ତି ଯେ ଏହା ଗୋଟେ ଗ୍ରହ ଅଟେ ।

Leave a Reply

Your email address will not be published. Required fields are marked *