ଛୋଟ ପିଲାମାନେ କଏନ ଗିଳି ଦେଇଥିଲେ କଣ କରିବେ ? ଦେଖନ୍ତୁ ଏ ବିଷୟରେ କଣ କହୁଛନ୍ତି Dr. Diptiman

ବନ୍ଧୁଗଣ ଆପଣ ମାନେ ଜାଣିଥିବେ ଛୋଟ ପିଲା ମାନେ ଅନେକ ସମୟରେ କଏନ ବା ବ୍ଯାଟେରୀ ଗିଳି ଦେଇଥାନ୍ତି । ମୁଖ୍ୟତ ଯଦି ଏପରି ହୁଏ ତେବେ କଏନ ଶ୍ଵାସନଳୀ ବା ଖାଦ୍ୟନଳୀ ଭିତରକୁ ଯାଇଥାଏ । କିନ୍ତୁ ପିଲା ମାନଙ୍କର ଶ୍ଵାସନଳୀକୁ କଏନ ଯାଏ ନାହି । କିନ୍ତୁ ବ୍ଯାଟେରୀ ଯଦି ପିଲାଟି ଗିଳି ଦେଇଥାଏ ତେବେ ଛାତି ଭିତରୁ ଯିବା ପାଇଁ ଅଧିକ ଚାନ୍ସ ଥାଏ । କଏନ ହେଉଛି ଇନର ଜିନିଷ ଯାହାର କୌଣସି ପ୍ରତିକ୍ରିୟା ନାହି । ଯଦି କଏନ ପିଲାଙ୍କ ଶ୍ଵାସନଳୀରେ ରହିଯାଏ ତେବେ କିଛି ଦିନ ପରେ ବାହାରି ଯାଇଥାଏ ଯାହା କି ତଣ୍ଟି ବା ଶ୍ଵାସନଳୀରେ ଅଟକି ଯାଇଥାଏ ।

ତେବେ ଏହି କ୍ଷେତ୍ରରେ ପିଲାଙ୍କୁ ଭାତ ଖାଇବାକୁ ଦେଲେ ଏହା ତଳକୁ ଖସିଯାଏ । ୭୨ ଘଣ୍ଟା ଭିତରେ ଦେଖିବାକୁ ପଡିବ ମଳତ୍ଯାଗ ସମୟରେ ପିଲାଙ୍କର କଏନ ବାହାରିଲା କି ନାହି । ଯଦି କଏନ ଅଟକି ଯାଇଥିବ ତେବେ ଡାକ୍ତରଙ୍କ ପରାମର୍ଶ ନେବା ଉଚିତ । ଏହା ଛଡା ଛୋଟ ପିଲାଙ୍କ ଠାରେ କଏନ ବେକର ଖାଦ୍ୟନଳୀରେ ଅଟକି ଯାଇଥାଏ କାରଣ ତାହା ତଳକୁ ପାଇପ ପତଳା ରହିଥାଏ ।

ଡାକ୍ତର ମାନେ ହାଲକା ନିଶା ଦେଇ ପିଲାଙ୍କର କଏନ ବାହାର କରିଥାନ୍ତି । ସବୁଠାରୁ ବିପଦଜନକ ହେଉଛି ବ୍ଯାଟେରୀ ଯାହା ଯେଉଁ ପିଲାମାନେ ଗୁରୁଣ୍ଡିଥାନ୍ତି ସେମାନେ ଅଧିକ ବ୍ଯାଟେରୀ ପାଟିରେ ପୁରାଇ ଦେବାର ଚାନ୍ସ ଅଧିକ ରହିଥାଏ । ତେଣୁ ଘରେ ବ୍ଯାଟେରୀ ଏଣେତେଣେ ପକାଇବା ଉଚିତ ନୁହେଁ ।

ବ୍ଯାଟେରୀ ଅଟକି ରହିଗଲେ ହାଡ ନଷ୍ଟ ହେବା ସହ ଶ୍ଵାସନଳୀ ବା ଖାଦ୍ୟନଳୀରେ ଅଟକି ଗଲେ ଚମଡା ଘାଆ ହୋଇଥାଏ । ଏହା ସହ ନାକର ଚର୍ମ ପୁରା ନଷ୍ଟ ହୋଇଯାଏ । ଏହି କ୍ଷେତ୍ର ରେ ପିଲାଙ୍କର ଏକ୍ସରେ କରିବା ଉଚିତ ଯାହା ଡାକ୍ତରଙ୍କୁ ପରାମର୍ଶ ନେଇ କରିବାକୁ ହେବ । ଡାକ୍ତରଙ୍କ ପାଖକୁ ଯିବା ପୂର୍ବରୁ କଏନ କେଉଁଠି ଅଟକି ଯାଇଛି ତାହା ପ୍ରଥମେ ଏକ୍ସରେ କରିବା ଉଚିତ ।

ଯଦି ରୋଗୀ ୨ ରୁ ୩ ଘଣ୍ଟା ଡେରିରେ ହସପିଟାଲକୁ ଯାଉଥିବେ ତେବେ ସେଠାରେ ହିଁ ଏକ୍ସରେ କରି ପାରିବେ । ଏହା ସହ ପିଲାର ଏନଡୋସ୍କୋପି ଟେଷ୍ଟ ମଧ୍ୟ ହୋଇଥାଏ ଯେଉଁ କ୍ଷେତ୍ରରେ ପିଲାଙ୍କର କଏନ ଅଟକି ରହିଛି ବା ଖସିଛି ଅଜାଣିବା ପାଇଁ । ଯଦି ଏକ୍ସରେ ନ ହୁଏ ତେବେ ପିଲାଙ୍କର କଏନ କେଉଁଠି ଅଟକି ରହିଛି ତାହା ଜାଣି ହୁଏ ନାହି ।

ଯଦି କୌଣସି ବ୍ଯାଟେରୀ ଅଟକି ଯାଇଛି ତେବେ ୨୪ ଘଣ୍ଟା ମଧ୍ୟରେ ବାହାର କରିବା ଉଚିତ । ନଚେତ ପିଲାଙ୍କର ଖାଦ୍ୟନଳୀ ଇନଫେକସନ ହେବା ସହ ଛାତିରେ ଯନ୍ତ୍ରଣା ହୁଏ । ଏହା ସହ ଖାଦ୍ୟନଳୀ ପତଳା ହେବା ସହ ଛିଙ୍କ ହେଲେ ରକ୍ତ ପଡିଥାଏ । ପିଲା ଯେତିକି ଖାଦ୍ୟ ଖାଇବା କଥା ଆଉ ସେତିକି ଖାଇପାରିବେ ନାହି । ବ୍ଯାଟେରୀ ଯଦି ପେଟକୁ ପଳାଇଥିବ ତେବେ ତୁରନ୍ତ ବାହାର କରିବାକୁ ହେବ । ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *