ଯଦି ସେମାନଙ୍କର ଇଚ୍ଛା ହେଉଛି ବାହାହେବାକୁ ବାହା ହୁଅନ୍ତୁ! ଦିଲ୍ଲୀ ବମ୍ବେରେ ପୁଣି 5ଟା 6ଟା …. ଦେଖନ୍ତୁ Video କଣ କହୁଛନ୍ତି ଜନତା

ନମସ୍କାର ବନ୍ଧୁଗଣ । ବର୍ତ୍ତମାନର ସବୁଠାରୁ ବଡ ଖବର ରହିଛି ଓଲିଉଡ ଚକେଲେଟ ହିରୋ ବାବୁସାନ ମହାନ୍ତି ଓ ହିରୋଇନ ପ୍ରକୃତି ମିଶ୍ରଙ୍କ ସମ୍ପର୍କକୁ ନେଇ ଯେଉଁ ବିବାଦ ଆଉ ଚର୍ଚ୍ଚା ଚାଲିଛି ଗତ କାଲି ଠାରୁ ଦେଖା ଯାଇଛି ଯାହାର ଖୁଲସା କରିଛନ୍ତି ନିବେ ବାବୁସାନଙ୍କ ସ୍ତ୍ରୀ ତୃପ୍ତି ଶତ୍ପଥୀ । ତେବେ ଏହି ଘଟଣାକୁ ସାଧାରଣ ଜନତା ମାନେ ନିଜର ମତଦାନ ରଖିଛନ୍ତି । ତେବେ ଆସନ୍ତୁ ଜାଣିବା କଣ ରହିଛି ସମସ୍ତଙ୍କର ମତାମତ । ଜଣେ ବ୍ୟକ୍ତି କହୁଛନ୍ତି ଏଟା ହେଉଛି ତାଙ୍କର ପରିବାରର ମାମଲା । ଯଦି ବାବୁସାନ ଓ ପ୍ରକୃତି ବାହା ହେବାକୁ ଚାହୁଁଛନ୍ତି ତେବେ ବାହା ହୋଇ ଯାଆନ୍ତୁ ଏଥିରେ ଅସୁବିଧା କଣ ।

ଆଜିକାଲି ଫିଲ୍ମ ଇଣ୍ଡଷ୍ଟ୍ରିରେ ସମସ୍ତେ ୪ଟା ୫ଟା ଲେଖା ବାହା ହେଉଛନ୍ତି । ଅନ୍ୟ ଜଣେ ବ୍ୟକ୍ତି କହିଛନ୍ତି ବାବୁସାନଙ୍କ ଦ୍ଵାରା ଯାହା ଭୁଲ ହୋଇଛି ତାହାର ସମାଧାନ ହୋଇଯାଉ । ପ୍ରକୃତିଙ୍କ ବାପା କହିଛନ୍ତି ତାଙ୍କ ଝିଅ ଉପରେ ଆକ୍ରମଣ ହୋଇଛି ଯାହାକୁ ଖଣ୍ଡନ କରିଛନ୍ତି ତୃପ୍ତି । ଥାନାରେ ମାମଲା ରୁଜୁ ହେବା ପରେ ଉତ୍ତମ ମହାନ୍ତି, ଅପରାଜିତା ମହାନ୍ତି ସମସ୍ତେ ଆସି ଥାନାରେ ହାଜର ହୋଇଛନ୍ତି ।

ଆଉ ଜଣେ ମହିଳା କହିଛନ୍ତି ତୃପ୍ତିଙ୍କୁ ଛାଡିବା ବାବୁସାନଙ୍କର କୁହିତ ନୁହେଁ । ଦୁହେଁ ଯେଉଁ ପ୍ରେମ ଲୀଳା କରୁଥିଲେ ତାହା ଦୁନିଆ ଦେଖୁଛି ଆଉ ସିଖୁଛି ମଧ୍ୟ । ଅନ୍ୟ ଜଣେ ବ୍ୟକ୍ତି କହିଛନ୍ତି ଏଟା ହେଉଛି ବଡ ଘର ବଡ ଗୁମର କଥା । ଦୁହେଁ ସିନେ ଷ୍ଟାର ହୋଇଥିଲେ ମଧ୍ୟ ଏକାଠି ରହିପାରିବେ ବୋଲି ଜଣେ ବ୍ୟକ୍ତି କହିଛନ୍ତି ।

କାରଣ ସେମାନେ ହେଉଛନ୍ତି କଳକର ଯେ ହେତୁ ସେମାନେ ଅନେକ ଫିଲ୍ମ କରୁଛନ୍ତି ତେଣୁ ସେମାନେ ମିଶିପାରିବେ । ଯାହାର ଅଭିଯୋଗ ଆଣିଛନ୍ତି ତୃପ୍ତି କି ସେମାନଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଗଢି ଉଠିଛି । ଅନ୍ୟ ଜଣେ ମହିଳା କହିଛନ୍ତି ସଂସାର ଅଛି ଛୁଆ ଅଛି ତେବେ କେମିତି ଏକା ସମ୍ଭବ ହେବ କି ବାବୁସାନ ଆଉ ପ୍ରକୃତି ମିଶ୍ର ସମ୍ପର୍କରେ ରହିବେ ।

ଜଣେ ଯୁବକ କହିଛନ୍ତି ବାବୁ ଭାଇ ଯାହା କରିଛନ୍ତି ସଂପୂର୍ଣ୍ଣ ଭୁଲ ଅଟେ । କାରଣ ତାଙ୍କ ସ୍ତ୍ରୀ ଆଉ ଛୋଟ ପୁଅଟି ଅଛି । ଯାହା ହୋଇଛି ତାହାର ଘରେ ବସି ସମାଧାନ କରାଯାଉ କାରଣ ଗଣ ମାଧ୍ୟମରେ ଯାହା ଦେଖା ଯାଉଛି ତାହା ଜନତା ମାନେ ଦେଖୁଛନ୍ତି । ତେବେ ଦୁହିଙ୍କ ମଧ୍ୟରେ ସମ୍ପର୍କ ସତରେ ଅଛି କି ନାହି ତାହାର ସତ୍ୟତା ଜଣାପଡି ନାହି ।

ଓଡିଶାରେ ଏଭଳି ଘଟଣା ଆଉ ନ ହେଉ ତାହା ଜଣେ ବ୍ୟକ୍ତି ମତଦାନ ଦେଇଛନ୍ତି । ତୃପ୍ତି ରାସ୍ତାରେ ବାଡେଇବାକୁ ନେଇ ଲୋକେ କହିଛନ୍ତି ଏହା ସଂପୂର୍ଣ୍ଣ ଭୁଲ ଅଟେ । ଯେତେ ହେଲେ ବି ବୁଝାମଣା କରିବା କଥା ଲୋକ ଆଗରେ ବାଡେଇବା ଅନୁଚିତ ।

ଯେ ହେତୁ ସ୍ତ୍ରୀ ଅଛି ତେଣୁ ଦ୍ଵିତୀୟ ବିବାହ କରିବା ସଂପୂର୍ଣ୍ଣ ଭୁଲ ଅଟେ ବୋଲି ଜନତା ମତ ଦେଇଛନ୍ତି । ସମସ୍ତଙ୍କର ଆପୋଷ ବୁଝାମଣା କରି ଯଦି ଚାହିଁବେ ବାହା ହୋଇପାରିବେ ବାବୁସାନ ଓ ପ୍ରକୃତି ବୋଲି ଜନତା ମତ ଦେଇଛନ୍ତି । ବନ୍ଧୁଗଣ ଆପଣଙ୍କର ଏହା ଉପରେ ମତାମତ ଆମକୁ କମେଣ୍ଟ ଜରିଆରେ ଜଣାଇବେ ।

Leave a Reply

Your email address will not be published. Required fields are marked *