କଣ ଆପଣଙ୍କ ପିଲା ବି ଅଟେ ଜିଦିଆ, ଜାଣନ୍ତୁ ଜିଦିଆ ପିଲାଙ୍କୁ କେମିତି ସମ୍ଭାଳିବେ ? ଦେଖନ୍ତୁ Dr Sambit Nandaଙ୍କ Parenting Tips

ଆଜିକାଲି ବ୍ୟସ୍ତ ବହୁଳ ଜୀବନରେ ଲୋକ ମାନେ ନିଜ ପରିବାର କଥା ବୁଝିବାକୁ ସମୟ ପାଉ ନାହାନ୍ତି । ବିଶେଷ କରି ମାତା ପିତା ମାନେ ପିଲା ମାନକ କଥା ବୁଝିବାକୁ ଅଧିକ ସମୟ ଦେଉ ନହନ୍ତି । କିଛି ଲୋକ ମାନେ ପିଲାଙ୍କ କଥା ବୁଝିବା ପାଇଁ କେୟାର ଠେକରା ଘରେ ରଖୁଛନ୍ତି । କିନ୍ତୁ ଯେଉଁ ଭଲ ପାଇବା ଓ ସ୍ନେହ ଶ୍ରଦ୍ଧା ପିତା ମାତା ଦେଇ ପାରିବେ ତାହା ବାହାର କୌଣସି ବ୍ୟକ୍ତି ଦେଇ ପାରିବ ନାହି । ଯାହା ପାଇଁ ପିଲା ମାନେ ଅଧିକ ଜିଦିଆ ସ୍ଵଭାବର ହୋଇ ଯାଉଛନ୍ତି । ପିଲା ମାନେ ଘରେ ନିଜକୁ ଏକା ଅନୁଭବ ଅକରୁ ଥିବାରୁ ବା କାହା ସହ ମିଳାମିଶା ନ କରିବାରୁ ତାଙ୍କର ଜିଦି ଅଧିକ ବଢୁଛି ।

ବର୍ତ୍ତମାନ କୋରୋନା ସମୟରେ ପିଲା ମାନେ ଘରେ ରହୁ ଥିବାରୁ ସାଙ୍ଗ ସାଥି ଙ୍କ ସହ ଖେଳା ବୁଲା ନ କରିବାକୁ ମଧ୍ୟ ତାଙ୍କର ଜିଦି ବଢୁଛି । ଏଥିପାଇଁ ପିତା ମାତା ମାନେ ପିଲାଙ୍କୁ ମୋବାଇଲ ଧରି ବସାଇ ଦେଉଛନ୍ତି । ଯାହା ଫଳରେ ପିଲା ମାନକର ମସ୍ତିସ୍କ ଅନ୍ୟ କିଛି ଭାବିବା ବନ୍ଦ କରି ଦେଉଛି । ମୋବାଇଲରେ ପିଲା ମାନେ ଯାହା ଦେଖୁଛନ୍ତି ତାହା ରିୟଲ ଲାଇଫରେ କରିବାକୁ ଚେଷ୍ଟା କରୁଛନ୍ତି ଯାହା ସଂପୂର୍ଣ୍ଣ ଭାବେ ଭୁଲ ଅଟେ । ପିଲାଙ୍କୁ ଆକ୍ଟିଭ କରିବା ପାଇଁ ମା ବାପା ମାନେ ଅଧିକ ସମୟ ଦେବା ଉଚିତ । ଏହା ସହ ଇନଡୋର ଓ ଆଉଟଡୋର ଗେମ ପିଲାଙ୍କ ସହ ପରିବାର ଲୋକେ ଖେଳିବା ଉଚିତ ।

ପିଲା ମାନେ ଲୁଡୁ ବା କ୍ୟାରମ ବା ବାସ୍କେଟ ବଲ ବା ଚେସ ଆଦି ଖେଳ ଘରେ ବସି ଖେଳି ପାରିବେ । ଯାହା ଦ୍ଵାରା ସେମାନଙ୍କ ବ୍ରେନ ଆକ୍ଟିଭ ହେବା ସହ କିଛି ନୂଆ କଥା ଶିଖିବାକୁ ପାଇବେ । ଏହି ସବୁ ଖେଳ ଖେଳିବା ଦ୍ଵାରା ପିଲା ଏମାନଙ୍କର ଶାରୀରିକ ପରିଶ୍ରମ ହେବା ସହ ହାରିବା ଜିତିବା କଣ ହୋଇଥାଏ ତାହା ଜାଣି ପାରିବେ । ପିଲା ମାନେ ଯେତେବେଳେ ଯାହା ଡିମାନ୍ସ କରୁଛନ୍ତି ତାହା ସବୁବେଳେ ପୂରଣ କରିବା ଭୁଲ ହୋଇଥାଏ । ଯେମିତିକି ତାଙ୍କର ମନ ପସନ୍ଦ ଖାଇବା ହେଉ ବା କୌଣସି ଖେଳଣା ହେଉ ସବୁବେଳେ ଦେବା ଉଚିତ ନୁହେଁ । ଏହା ଦ୍ଵାରା ପିଲା ମାନେ ଏକ ଜିଦିଆ ହୋଇଯିବେ ।

ତେଣୁ ପିଲାଙ୍କ ପାଇଁ ନୀତି ଦିନିଆ ରୁଟିନ ହେବା ଉଚିତ । ପିଲାଙ୍କ ସହ ସାଙ୍ଗ ଭଳି ବ୍ୟଭାର କରି ତାଙ୍କୁ ବୁଝାଇବା କୁହିତ । କେବେ ବି ପିଲାଙ୍କୁ ମାରିବା ଉଚିତ ନୁହେଁ । ଏହା ଦ୍ଵାରା ପିଲା ମାନେ ଅଧିକ ଖରାପ ହୋଇଥାନ୍ତି । କିଛି ସମୟରେ ପିଲା ମାନେ ଏମିତି କିଛି କାମ ରାଗରେ କରିଥାନ୍ତି ଯାହା ପାଇଁ ମା ବାପାଙ୍କୁ ପରେ ଅନୁତାପ କରିବାକୁ ପଡିଥାଏ । ତେଣୁ ଯେତେ ସମ୍ଭବ ପିଲାଙ୍କ ସାଙ୍ଗରେ ସମୟ ଅତିବାହିତ କରିବା ଉଚିତ ।

ବନ୍ଧୁଗଣ ଆପଣ ମାନଙ୍କୁ ଆମର ଲେଖା ଟି ଭଲ ଲାଗିଥିଲେ ଅନ୍ୟ ସହ ସେୟାର କରି ଆମ ସହ ଆଗକୁ ରହିବା ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *