ଅଜଗର ପେଟରୁ ବାହାରିଲା ମୃତ ଦେହ, ବାହାର କଲେ ଗ୍ରାମବାସୀ… ଦେଖନ୍ତୁ Video

ନମସ୍କାର ବନ୍ଧୁଗଣ । ଦିନେ ନନ୍ଦ ମଉସା କୁଆଡେ ବେପାର କରିବା ପାଇଁ ଜଙ୍ଗଲ ରାସ୍ତା ଦେଇ ଯାଉଥିଲା ଆଉ ତାକୁ କୁଆଡେ ଅଜଗର ଗିଳି ଦେଲା । ବନ ବିଭାଗ କହିଲା ଏ ପ୍ରଜାତିର ଅଜଗର ମଣିଷ ଗିଳି ପାରିବ ନାହିଁ । ଆଉ ଏ ଖବରକୁ ନେଇ ବେସ ଚର୍ଚ୍ଚା ମଧ୍ୟ କରାଗଲା । କିନ୍ତୁ ଏ ପର୍ଯ୍ୟନ୍ତ ନନ୍ଦ ମଉସା କେଉଁଠି ଅଛନ୍ତି ତାହା ସ୍ପର୍ଷ୍ଟ ହେଲା ନାହିଁ । ଆଉ ଆଜି ଠିକ ସେମିତି ଏକ ୧୬ ଫୁଟିଆ ଅଜଗର ପେଟରୁ ଏକ ଶବ ଉଦ୍ଧାର କରାଯାଇଛି । ହଁ ଦର୍ଶକ ବନ୍ଧୁ ଆପଣ ମାନଙ୍କୁ ଏହି ଖବରଟି ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ ସତ ।

ହେଲେ ଏହି ଅଜଗର ପେଟରୁ ଯେଉଁ ଶବ ବାହାରିଛି ତାହା ନନ୍ଦ ମଉସା ନୁହନ୍ତି ସେ ହେଉଛନ୍ତି ଜଣେ ମହିଳା । ଏକ ୧୬ ଫୁଟିଆ ଅଜଗର ର ପେଟ ଚିରି ଜଣେ ମହିଳାକୁ ଶବ କୁ ସ୍ଥାନୀୟ ଲୋକେ ବାହାର କରି ଦେଇ ଛନ୍ତି । ଯାହା ବର୍ତ୍ତମାନ ଚର୍ଚ୍ଚାର ବିଷୟ ପାଲଟିଛି । ତେବେ ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ଇଣ୍ଡୋନେସିଆ ର ଜାମ୍ବି ପ୍ରଦେଶରେ ।ଏଠି କହି ରଖିବାକୁ ଚାହିଁବୁ ଘର ନିକଟରେ ଥିବା ରବର ବାଗନରୁ ରବର ସଂଗ୍ରହ କରିବାକୁ ଯାଇଥିଲେ ମହିଳା ଜଣକ ।

ଏହି ମହିଳାଙ୍କ ନାମ ହେଉଛି ହଜାରନାମୀ । ଏହି ମହିଳାଙ୍କ ବୟସ ହେଉଛି ୫୨ ବର୍ଷ । ହଠାତ ସେ ନିଖୋଜ ହୋଇଗଲେ ଯେମିତି ନନ୍ଦ ମଉସା ନିଖୋଜ ହୋଇ ଯାଇଥିଲେ । ଆଉ ତା ପରେ ଏକ ଅଜଗର ସାପର ପେଟ ଫୁଲି ଥିବା ସ୍ଥାନୀୟ ଲୋକେ ଦେଖିଥିଲେ । ଆଉ ପରିବାର ଲୋକେ ଏହା ସମ୍ପର୍କରେ ଜରୁରୀ ସେବା ବିଭାଗକୁ ସୂଚନା ଦେବା ପରେ ତଲାସ ଆରମ୍ଭ ହୋଇଥିଲା । ଆଉ ତଲାସକାରୀ ମାନେ ସାପର ପେଟ ଫୁଲି ଥିବା ଗୋଟିଏ ଅଜଗର ର ସନ୍ଧାନ ପାଇଥିଲେ ।

ଏହା ପରେ ତଲାସକାରୀ ମାନେ ମଧ୍ୟ ସାପ ପେଟରେ ମହିଳା ଅଛନ୍ତି ବୋଲି ସ୍ପର୍ଷ୍ଟ କରିଥିଲେ । ଏହା ପରେ ସେମାନେ ୧୬ ଫୁଟିଆ ଅଜଗର ସାପର ପେଟ ଚିରି ନିଖୋଜ ହୋଇଥିବା ମହିଳା ଜଣକଙ୍କ ଶବକୁ ଉଦ୍ଧାର କରିଥିଲେ । ଆଉ ଏ ଘଟଣା ସମ୍ପର୍କରେ ଗାଁ ମୁଖିଆଙ୍କ କହିବା କଥା ସନ୍ଦେହ ହେବାରୁ ଗ୍ରାମବାସୀ ମାନେ ସାପଟି କୁ ମାରି ତା ପେଟରେ କଣ ଅଛି ଜାଣିବାକୁ କାଟି ପକାଇ ଥିଲେ । ଆଉ ସାପ ପେଟ ରୁ ବାହାରି ଥିଲା ନିଖୋଜ ମହିଳା ।

ଆଉ ଯାହାକୁ ଦେଖିବା ପରେ ନନ୍ଦ ମଉସା ଙ୍କ ଘଟଣା ପୁଣି ଥରେ ତାଜା ହୋଇ ଉଠିଛି । ଖବର ର ଶିରୋନାମା ରୁ ହଟି ଯାଇଥିବା ନନ୍ଦ ମଉସା ସମାନକୁ ଆସିଛନ୍ତି । ଆଉ ସେ କୁଆଡେ ଗଲେ ବି ଏବେ ସମସ୍ତେ ପ୍ରଶ୍ନ ପଚାରୁଛନ୍ତି । ତା ହେଲେ ବନ୍ଧୁଗଣ ଏହି ଘଟଣା ଉପରେ ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ ମାଧ୍ୟମରେ ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *