500 ବର୍ଷ ତଳର ମୁଠାଏ ମାଟି ଆଜି 50 ଫୁଟର ଚଉଁରା, ମାଳିକା ବର୍ଣ୍ଣିତ ପୀଠ ବିଷୟରେ ଜାଣି ବିଶ୍ଵାସ ହେବନି- Malika Bachana

ବନ୍ଧୁଗଣ, “ଜଗତସିଂହପୁର” ଜିଲ୍ଲାର ବାଲିପଦା ବ୍ଲକ ଅନ୍ତର୍ଗତ ମଙ୍ଗରାଜ ପୁର ର ବିଶେଷ ମହତ୍ଵ ରହିଅଛି । ବନ୍ଧୁଗଣ ଆମ ଦେଶ ଭାରତ ବର୍ଷ ରେ ଅନେକ ସ୍ଥାନ ମାନଙ୍କର ବିଶେଷ ମହତ୍ଵ ରହିଅଛି । ବନ୍ଧୁଗଣ ଓଡିଶାରେ ସେହିଭଳି ଅନେକ ସ୍ଥାନ ମାନ ପଛରେ ଅନେକ ରହସ୍ୟ ତଥା ଇତିହାସ ଲୁଚି ରହିଅଛି । ଏହା ସମ୍ବନ୍ଧରେ ଆପଣ ମାନେ ପ୍ରାଏ ଜାଣିନଥିବେ । ଆଜି ଆମ୍ଭେ “ଜଗତସିଂହପୁର” ଜିଲ୍ଲା ସହିତ

ଜଡିତ କିଛି ବିଷୟ ବସ୍ତୁ କହିବାକୁ ଯାଉଅଛୁ । ଆସନ୍ତୁ ଜାଣିବା ଏହି ସ୍ଥାନ ର ମହତ୍ଵ ସମ୍ବନ୍ଧରେ କିଛି ବିଶେଷ କଥା । ବନ୍ଧୁଗଣ, “ଜଗତସିଂହପୁର” ଜିଲ୍ଲାର ବାଲିପଦା ବ୍ଲକ ଅନ୍ତର୍ଗତ ମଙ୍ଗରାଜ ପୁର ର ପୂଜକ ଏହି ପିଠ ଟିର ରହସ୍ୟ ସମ୍ବନ୍ଧରେ କହିଛନ୍ତି ଯେ, ଏହି ପୀଠ ର ଅନେକ ମାହାତ୍ମ୍ୟ ରହିଅଛି । ଏହି ପୀଠ ଜଣେ ସିଦ୍ଧ ବାବା ଙ୍କ ପୀଠ ଅଟେ । ବନ୍ଧୁଗଣ ୫୦୦ ବର୍ଷ ଧରି ଏହି ପୀଠ ର ମାହାତ୍ମ୍ୟ ରହିଅଛି ।

ବୀରସିଂହ ନାମକ ଜଣେ ସାଧକ ଅଟନ୍ତି । ତାଙ୍କ ସହିତ ଆଉ ୪ ଜଣ ସାଧକ ଥିଲେ । ସେମାନଙ୍କ ନାମ,- ଅମର ସିଂହ, ଦ୍ଵାରକା ସିଂହ, ସାକ୍ଷ୍ୟ ସିଂହ, ଦିବ୍ୟ ସିଂହ । ଏମାନଙ୍କୁ ମିଶାଇ ପଞ୍ଚସଖା ବୋଲି କୁହାଯାଏ । ବନ୍ଧୁଗଣ ଏହି ପଞ୍ଚସଖା ଖଣ୍ଡଗିରୀ ରେ ଥିଲେ । ଏମାନେ ସିଦ୍ଧ ପୁରୁଷ ଥିଲେ, ଏବଂ ଅଷ୍ଟାଙ୍ଗ ଯୋଗ ସାଧନ କରୁଥିଲେ । ଜଗତସିଂହ ପୁର ର ଜଣେ ଲୋକ ଲକ୍ଷ୍ମୀଧର ତ୍ରିହରୀ ବୋଲି ଖଣ୍ଡଗିରୀ ଯାଇ ସେଠାରେ ଗୁରୁ ବୀର ସିଂହ ଙ୍କ ପାଖରେ ଶିଷ୍ୟ ଭାବରେ ୧୨ ବର୍ଷ କାଳ ରହିଲେ ।

ଏହାପରେ ସେ ଯେତେବେଳେ ନିଜ ଗ୍ରାମ କୁ ଫେରିବାକୁ ଚାହିଁଲେ, ସେତେବେଳେ ଗୁରୁ ବୀର ସିଂହ ଙ୍କ ନିକଟରୁ ୫ ଟି ସନ୍ତକ ଦେବାର ନିବେଦନ କରିଲେ । ଏହା ପରେ ବୀର ସିଂହ ପଚାରିଲେ କଣ କଣ ନେବାକୁ ଚାହୁଁଛ । ସେତେବେଳେ ଲକ୍ଷ୍ମୀଧର କୁହନ୍ତି,- ମୁଁ ଆପଣଙ୍କ ଆଶାବାଡି ରୁ ୧ ଟି, ଆପଣଙ୍କ ଆସ୍ଥାନ, କମଣ୍ଡଳ ରୁ ୧ ଟି, ପୋଥି ମଧ୍ୟରୁ ୧ ଟି ଏବଂ ଆପଣଙ୍କ ପାଦ ତଳୁ ମାଟି ଏକ ମୁଠା ନେବି ।

ଏହାପରେ ବୀର ସିଂହ ତାଙ୍କୁ ସେ ସବୁ ସନ୍ତକ ପ୍ରଦାନ କରିଲେ । ବିଭିନ୍ନ ରାସ୍ତା ଦେଇ ନିଜ ଗ୍ରାମ ରେ ପହଞ୍ଚି ସାରିବା ପରେ ସେହି ୫ ଟି ସନ୍ତକ କୁ ପବିତ୍ର ଚୈତ୍ରପୂର୍ଣ୍ଣିମା ଦିନ “ଗୁରୁ ବୀର ସିଂହ” ନାମରେ ଗାଦୀଟିକୁ ସ୍ଥାପିତ କରାଇଲେ । ବନ୍ଧୁଗଣ ଏଥିପାଇଁ ଏହାର ନାମ ବୀର ସିଂହ ପୀଠ ଅଥବା ବଡ ଚଉରା ବୋଲି କୁହାଯାଏ । ବନ୍ଧୁଗଣ ଏହି ପୀଠ ଟି କ୍ରମଶ ବଢିବାରେ ଲାଗିଛି ।

ଯେଉଁ ୫ ଟି ଜିନିଷ ସ୍ଥାପିତ ହୋଇଥିଲା ସେଥି ମଧ୍ୟରୁ ମୁଠାଏ ମାଟି ମଧ୍ୟ ଥିଲା । ସେହି ମାଟି ବର୍ତ୍ତମାନ ବିଶାଳ ଗାଦୀ ରେ ପରିଣତ ହୋଇ ଦିନକୁ ଦିନ ବଢିବାରେ ଲାଗିଛି । ଏହି ପୀଠ ଟିର ମାହାତ୍ମ ମାଳିକା ରେ ମଧ୍ୟ ଲେଖା ହୋଇଅଛି ଯେ, ଏଠାରେ ପ୍ରଭୁ ଜଗନ୍ନାଥ ଙ୍କ ଲୀଳାଖେଳ ହେବ । ଏହି ପୀଠଟିର ପାହାଚ ମଧ୍ୟ ବର୍ଷକୁ ବର୍ଷ ବଢିବାରେ ଲାଗିଅଛି । ବନ୍ଧୁଗଣ ଆପଣଙ୍କୁ ଏହି ମହତ୍ଵପୂର୍ଣ୍ଣ ବିଷୟ ବସ୍ତୁ କିପରି ଲାଗିଲା, ନିଜର ମତାମତ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।

ଯଦି ଆପଣଙ୍କୁ ଆମର ଏଇ ଆର୍ଟିକିଲ୍ ଟି ପସନ୍ଦ ଆସିଥାଏ ତେବେ ଲାଇକ ଓ ଶେୟାର କରିବାକୁ ଭୁଲିବେ ନାହିଁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *