ବଲିଉଡର ଏହି ୪ ଜଣ ଅଭିନେତ୍ରୀ ଜେଲରେ କାଟିସାରିଛନ୍ତି ରାତି, ଜଣେ ଧରାପଡିଥିଲେ ସେକ୍ସ ରାକେଟରେ

ନମସ୍କାର ବନ୍ଧୁଗଣ, ଆପଣମାନଙ୍କୁ ଆମର ଏହି ଲେଖାକୁ ସ୍ଵାଗତ । ଆଜି ଆମେ ଆପଣଙ୍କୁ ଏହିଭଳି କିଛି ଅଭିନେତ୍ରୀ ମାନଙ୍କ ବିଷୟରେ କହିବାକୁ ଯାଉଛୁ ଯେଉଁ ମାନେ ଜେଲ ଯାଇ ସାରିଛନ୍ତି । ତେବେ ଆପଣ ଜାଣିଥିବେ ବଲୀଉଡ ର ସମସ୍ତ ଅଭିନେତ୍ରୀ ସବୁବେଳେ କିଛି ନା କିଛି କାରଣ ପାଇଁ ଚର୍ଚ୍ଚାରେ ରୁହନ୍ତି । ତେବେ ସେମାନଙ୍କ ର କିଛି ଏଭଳି କଥା ଅଛି ଯାହା କେବେ କେହି ଜାଣି ନାହାନ୍ତି ।

ଯେମିତି କି ଆଜି ଆମେ ଆପଣଙ୍କୁ କହିବୁ ଏହି ଅଭିନେତ୍ରୀ ମାନଙ୍କ ଜେଲ ଯିବା କଥା ।ଜାହ ଆପଣ ଆଗରୁ ଜାଣି ନଥିବେ ।

ମମତା କୁଲକର୍ଣ୍ଣି

ମମତା କୁଲକର୍ଣ୍ଣିଙ୍କୁ କିଏ ବା ନ ଜାଣେ । ସେ ୯୦ ଦଶକର ଏକ ପ୍ରସିଦ୍ଧ ଅଭିନେତ୍ରୀ । ସେ ବଲୀଉଡରେ ଅନେକ ସୁପରହିଟ ଫିଲ୍ମ ଦେଇ ଅନେକ ଚର୍ଚ୍ଚାକୁ ଆସିଛନ୍ତି । କିନ୍ତୁ କେବଳ ତାଙ୍କ ଫିଲ୍ମ ପାଇଁ ନୁହେଁ ବରଂ ଅନେକ ବିବାଦ ପାଇଁ ମଧ୍ୟ ସେ ସବୁବେଳେ ଚର୍ଚ୍ଚାରେ ରୁହନ୍ତି । ତେବେ ସେହିଭଳି ଏକ ବିଆଦ ହେଉଛି ସେ ନିଜ ସ୍ବାମୀଙ୍କ ସହ ଡ୍ରଗ୍ସ କାରବାର କରିବା ବେଳେ ଧାରା ପଡିଥିଲେ । ଏବଂ କିଛି ଦିନ ଜେଲ ରେ ମଧ୍ୟ ରହିଥିଲେ ।

ଶ୍ବେତା ବାସୁ ପ୍ରସାଦ

ଜାମସେଦପୁର ରେ ଜନ୍ମ ହୋଇଥିବା ଶ୍ଵେତା ୨୦୦୨ ମସିହାରେ ବଲୀଉଡ ଫିଲ୍ମ ମକଡିରେ ନଜର ଆସିଥିଲେ । ଏଥିରେ ସେ ଯେଉଁ ଅଭିନୟ କରିଥିଲେ ତାହା ଦର୍ଶକ ମାନଙ୍କୁ ବହୁତ ପସନ୍ଦ ଆସିଥିଲା । ସେଥିରେ ସେ ଶିଶୁକଳାକାର ପାଇଁ ପୁରସ୍କାର ମଧ୍ୟ ପାଇଥିଲେ । ତେବେ ହାଇଦ୍ରାବାଦରେ ଏକ ସେକ୍ସ ରାକେଟରେ ତାଙ୍କର ସମ୍ବନ୍ଧ ଥିବାରୁ ତାଙ୍କୁ ଜେଲ ହୋଇଥିଲା ।

ମଧୁବାଲା

ମଧୁବାଲାଙ୍କୁ କିଏ ବା ନ ଜାଣେ । ସେ ତାଙ୍କ ସମୟର ସବୁଠୁ ଭଲ ଅଭିନେତ୍ରୀ ଥିଲେ । ଏମିତି କି ଆଜି ବି ମଧ୍ୟ ଲୋକେ ତାଙ୍କ ଅଭିନୟର ପ୍ରଶଂସା କରୁଛନ୍ତି । ତେବେ ୧୯୫୭ ମସିହାରେ ଏକ ଫିଲ୍ମ କରିବା ସେ ଆଡଭାନ୍ସ ନେଇଥିଲେ କିନ୍ତୁ ପରେ ସେ ଫିଲ୍ମ କରିବାକୁ ସେ ମନ କରି ଦେଇଥିଲେ ଯେଉଁଥି ପାଇଁ ସେହି ଫିଲ୍ମର ପ୍ରଯୋଜକ ତାଙ୍କ ନାଁରେ ଅଭିଯୋଗ କରିଥିଲେ ଓ ତାଙ୍କୁ ଜେଲ ହୋଇଥିଲା ।

ସୋନାଲୀ ବେନ୍ଦ୍ରେ

ସୋନାଲୀ ବେନ୍ଦ୍ରେ ୯୦ ଦଶକର ଅଭିନେତ୍ରୀ ମାନଙ୍କ ମଧ୍ୟରୁ ଜଣେ । ସେ ତାଙ୍କ ଫିଗର ପାଇଁ ଖୁବ ଚର୍ଚ୍ଚାରେ ରହୁଥିଲେ । ତେବେ ତାଙ୍କ ଜେଲ ଯିବାର କାରଣ ହେଲା କି ୨୦୦୮ ମସିହାରେ ସେ ତାଙ୍କର ଏକ ଫୋଟୋସୁଟରେ ସେ ଓମ ନମଃ ଶିବାୟ ଲେଖା ହୋଇଥିବା ହଳଦିଆ ରଙ୍ଗର ବସ୍ତ୍ର ପିନ୍ଧିଥିଲେ । ଯାହା ଉପାରେ ଦର୍ଶକ ମାନେ ଧାର୍ମିକ ଭାବନକକୁ ଅସମ୍ମାନ ହେଉଛି ବୋଲି ଅଭିଯୋଗ କରିଥିଲେ ଯାହା ପାଇଁ ତାଙ୍କୁ ଜେଲ ମଧ୍ୟ ହୋଇଥିଲା ।

ସାଙ୍ଗମାନେ, ଆଶା କରୁଛୁ କି ଆପଣଙ୍କୁ ଆମର ଏଇ ଆର୍ଟିକିଲ୍ ଟି ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିଥାଏ ତେବେ ଲାଇକ ଓ ଶେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଖବର ସହିତ ଅପଡେଟ ରହିବା ପାଇଁ ଖବର ଓଡିଆ ପେଜ କୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *