ବନ୍ଧୁଗଣ, ଆଜି ଆମେ ଆପଣ ମାନଙ୍କ ନିମନ୍ତେ ସମଗ୍ର ଦେଶ କୁ ସୁରକ୍ଷା ପ୍ରଦାନ କରୁଥିବା କିଛି ପୋଲିସ ଅଫିସର ଙ୍କ ସମ୍ବନ୍ଧରେ କହିବାକୁ ଯାଉଅଛୁ । ଜନତା ଙ୍କ ସେବାରେ ନିୟୋଜିତ ହୋଇଥାନ୍ତି ଏହି ସରକାରୀ ବାବୁ ଅର୍ଥାତ ପୋଲିସ ଅଫିସର ମାନେ ।
ମାତ୍ର ସେବା କରିବା ନା ରେ ହଜାର ହଜାର ଟଙ୍କା ଲୁଟ କରିବାରେ ବ୍ୟସ୍ତ ଅଛନ୍ତି ସରକାରୀ ବାବୁ ମାନେ । ଆସନ୍ତୁ ଜାଣିବା କିଛି ଏଭଳି ଘଟଣା ଯାହା ଜାଣିଲେ ଆପଣ ସତରେ ଚିନ୍ତା କରି ଉଠିବେ ଯେ, ଏହି ବିଶାଳ ଦେଶର ଭବିଷ୍ୟତ କଣ ହେବ ? ଯେତେବେଳେ ଦେଶର ରକ୍ଷକ ସାଜିବେ ଭକ୍ଷକ । ୧- ପ୍ରେମ କୌଣସି ଜାତି, ଧର୍ମ ତଥା ବିଶେଷ ନିମନ୍ତେ ହୋଇ ନଥାଏ । ଏହା ସମସ୍ତଙ୍କ ନିମନ୍ତେ ହୋଇଥାଏ ଏବଂ ସମାନ ହୋଇଥାଏ ।
ବର୍ତ୍ତମାନ ସୋ-ସି-ଆ-ଲ ମି-ଡି-ଆ ରେ ଏକ ଭି-ଡି-ଓ ବହୁତ ତୀବ୍ର ଗତିରେ ଭା-ଇ-ରା-ଲ ହେବାରେ ଲାଗିଛି । ଏଥିରେ ଦୁହିଜଣ ପୋଲିସ କର୍ମୀ ପ୍ରେମ କରୁଥିବାର ନଜର ଆସିଛନ୍ତି । ମାତ୍ର ଉଭୟ ଡିଉଟି ଉପରେ ଥିଲାବେଳେ ଏଭଳି କରୁଥିବାର ନଜର ଆସିଛନ୍ତି । କିନ୍ତୁ ଏହା କେତେ ମାତ୍ରାରେ ଠିକ ଅଟେ ଆପଣ ମାନେ ବିଚାର କରନ୍ତୁ । ଏହିଭଳି ଭି-ଡି-ଓ ରେ ସମାଜ ଉପରେ କଣ ପ୍ରଭାବ ପଡିବ ତାହା ଉଭୟ ଙ୍କୁ ଜଣା ନାହିଁ ।
୨- କଥାରେ ଅଛି ବେରୋଜଗାରୀ ଅନେକ ସମୟରେ ବଡରୁ ବଡ କାଣ୍ଡ ଭିଆଇ ଦେଇଥାଏ । ଏଭଳି ଏକ ଘଟଣା ମଧ୍ୟପ୍ରଦେଶ ରାଜ୍ୟ ର ରତ୍ନାମ ସହରର ଦେଖିବାକୁ ମିଳିଅଛି । ଏଠାରେ ଜଣେ ନକଲି ମହିଳା ପୋଲିସ ଙ୍କୁ ଜନତାଙ୍କ ଠାରୁ ଚାଲାଣ ଲଗାଇ ଲୁଟ କରୁଥିବାର ନଜର ଆସିଥିଲା । ଏହି ମହିଳା ଜଣକ ଲକଡାଉନ ସମୟରେ ନିଜ ଘରୁ ବାହାରି ନକଲି ଖାକୀ ପୋଷାକ ପିନ୍ଧି ଲୋକ ମାନଙ୍କୁ ଲୁଟ କରିବା ନିମନ୍ତେ ଯାଉଥିଲେ ।
ମାତ୍ରା ସାଧାରଣ ଜନତାଙ୍କୁ ଯେତେବେଳେ ମହିଳା ଙ୍କ ଉପରେ ସନ୍ଦେହ ଆସିଲା ସେମାନେ ଅସଲି ପୋଲିସ ଅଫିସର ଙ୍କ ନିକଟରେ ଏହି ମାମଲା ଜଣାଇଲେ । ମହିଳା ଙ୍କୁ ଅସଲି ପୋଲିସ ଅଫିସର ନିଜର ପରିଚୟ ପତ୍ର ତଥା କେଉଁ ଥାନା ରେ କାର୍ଯ୍ୟରତ ଭାବରେ ଡିଉଟି କରୁଛନ୍ତି ବୋଲି ପଚାରିବାରୁ ମହିଳା ଜଣକ କହିଲେ ମୋ ପାଖେ ପରିଚୟ ପତ୍ର ନାହିଁ । ମୁଁ ଭୁଲି ଯାଇଛି ଇତ୍ୟାଦି ବାହାନା କରିଥିଲେ । ଏହାପରେ ପୋଲିସ ଅଫିସର ମାନେ ମହିଳା ଜଣକୁ ଥାନା କୁ ନେଇ ଯାଇଥିଲେ ।
୩- ଆଉ ଏକ ଭି-ଡି-ଓ ସୋ-ସି-ଆ-ଲ ମି-ଡି-ଆ ରେ ଦେଖିବାକୁ ମିଳିଅଛି ଯେ, ଏଠାରେ ଏକ ପୋଲିସ ଅଫିସର ଟ୍ରକ ଚାଳକ ମାନଙ୍କୁ ବିନା କାରଣରେ ଚାଲାଣ ଲାଗୁ କରୁଅଛନ୍ତି । ମାତ୍ର ଟ୍ରକ ଚାଳକ ଜଣକ ଏହି ପ୍ରସଙ୍ଗରେ କହିବାରୁ ପୋଲିସ ବାବୁ ଜଣକ ଧମକ ଦେଉଛନ୍ତି ଯେ, ନିକଟରେ ଥାନା ଅଛି ଯାଇ ମୋ ନାମରେ ମକଦମା ଲାଗୁ କର ।
ମାତ୍ର ଟ୍ରକ ଟ୍ରାଇଭର କହିବା ଅନୁସାରେ ଆପଣ ଜନତାଙ୍କ ସେବା ନିମନ୍ତେ ଅଛନ୍ତି କିନ୍ତୁ ଆପଣ ଯଦି ଏଭଳି ଲୁଟ କରିବେ ତେବେ ଜନତା କାହା ଆଗରେ ନିଜ ମୁହଁ ଖୋଲିବ ? ନିଜ ଅସୁବିଧା କଥା କାହାକୁ ଜଣାଇବ ?
ମାତ୍ର ପୋଲିସ ଅଫିସର ଜଣକ କହିଥିଲେ ମୋ ଇଛା ଚାଲାଣ ଲଗାଇବାକୁ ପଡିବ । ବନ୍ଧୁଗଣ ଏହା ହେଲା ଆମ୍ଭ ଭାରତ ବର୍ଷ ର ସ୍ଥିତି ଯେତେବେଳେ ରକ୍ଷକ ସାଜିଲେ ଭକ୍ଷକ ତେବେ ଜନତା କାହାକୁ ବିଶ୍ଵାସ କରି ନିଶ୍ଚିନ୍ତ ରହିବ ? ନିଜର ମତାମତ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।