ନମସ୍କାର ବନ୍ଧୁଗଣ । ଆଜିର ଆମର ଏହି ଲେଖାରେ ୧୨ ବର୍ଷର ଜଣେ ପିଲା କୋମାରୁ ବାହାରି ଆସିଛି ଯାହା ଶୁଣିଲେ ଆଶ୍ଚର୍ଯ୍ୟ ଲାଗିବ । ଏହି ଘଟଣାଟି ୧୨ ବର୍ଷର ମାର୍ଟିନ ପିଟୋରୀୟ ଯିଏ ଜାନୁଆରୀ ୧୯୯୮ ଯାଏଁ ପୁରା ସୁସ୍ଥ ଥିଲେ । କିନ୍ତୁ ହଠାଟାତ ଦିନେ ମାର୍ଟିନଙ୍କର ସ୍ୱାସ୍ଥ୍ୟ ଖରାପ ହେବାରେ ଲାଗିଲା । ଦିନେ ସେ ସ୍କୁଲରୁ ଫେରିବା ପରେ ତାଙ୍କ ଗଳାରେ କିଛି ଯନ୍ତ୍ରଣା ହେଉଛି ବୋଲି ତାଙ୍କ ମାଙ୍କୁ ଜଣାଇଥିଲେ ।
ଧୀରେ ଧୀରେ ସମୟ ଅନୁସାରେ ସେହି ଯନ୍ତ୍ରଣା ଏତେ ବଢିବାରେ ଲାଗିଲା ଯେ ମାର୍ଟିନ ମାନସିକ ହାରସାମ୍ୟ ହରାଇବା ସହ ଅନେକ କଥା ଭୁଲିବାରେ ଲାଗିଲେ ଓ ତାଙ୍କ ଶରୀର ଦୁରବଲ ହେବାରେ ଲାଗିଲା । ଯେତେବେଳେ ସେ ହସ୍ପିଟାଲ ଚିକିତ୍ସା ପାଇଁ ଗଲେ ସେତେବେଳେ ଅନେକ ଚେଷ୍ଟା ପରେ ମଧ୍ୟ ମାର୍ଟିନ କୋମାକୁ ଚାଲିଗଲେ ।
ଡାକ୍ତର ଅନେକ ଟେଷ୍ଟ କରି ସନ୍ଦେହ କରୁଥିଲେ ଯେ ମାର୍ଟିନଙ୍କୁ ସେରେବ୍ରାଲ ଟ୍ୟୁବରସିଲେସ ବା କ୍ରିପ୍ଟୋକୋକଲ ମେନିଯାଇଟିସ ଭଳି ରୋଗ ହୋଇପାରେ । କିନ୍ତୁ ମାର୍ଟିନ କେଉଁ ରୋଗରେ ଶିକାର ହୋଇଥିଲେ ତାହା ଡାକ୍ତର ପତ୍ତା ଲଗାଇ ପାରିଲେ ନାହି । ଅନେକ ଚିକିତ୍ସା ପରେ ମଧ୍ୟ ମାର୍ଟିନଙ୍କର ସ୍ଵଥ୍ୟରେ କିଛି ସୁଧାର ନ ହେବାରୁ ଡାକ୍ତର ତାଙ୍କୁ ଘରକୁ ନେବା ପାଇଁ ପରିବାର ଲୋକଙ୍କୁ କହିବା ପରେ ମାର୍ଟିନଙ୍କ ପରିବାର ତାଙ୍କୁ ଘରକୁ ନେଇ ଆସିଥିଲେ ।
ଏହା ପରେ ମାର୍ଟିନଙ୍କ ପରିବାର ନିଜ ପୁଅକୁ କୋମାରୁ ବାହାର କରିବା ପାଇଁ ଯାହା ଦରକାର ସେ ସବୁ କରିବା ଆରମ୍ଭ କରି ଦେଲେ । ଗତ ୫ ବର୍ଷ ବିତି ଯାଇଥିଲେ ମଧ୍ୟ ମାର୍ଟିନଙ୍କ ସ୍ୱାସ୍ଥ୍ୟରେ ସୁଧା ନ ଆସିବାରୁ ପରିବାର ଲୋକେ ମଧ୍ୟ ମାନିଲେ ଯେ ମାର୍ଟିନ ଆଉ ଭଲ ହେବେ ନାହି । ଏହା ପରେ ଆଗାମୀ ୭ ବର୍ଷ ମାର୍ଟିନଙ୍କ ପରିବାର ତାର ଧ୍ୟାନ ରଖୁଥିଲେ ମଧ୍ୟ ପ୍ରାର୍ଥନା କରୁଥିଲେ ଯେ ମାର୍ଟିନ ବଞ୍ଚିଥିବା ଅବସ୍ଥାରେ ଶାନ୍ତିରେ ରହିପାରୁ ନାହି କମ ସେ କମ ତାର ମୃ-ତ୍ୟୁ ପରେ ସେ ଶାନ୍ତିରେ ରହିବ ।
କାରଣ ମାର୍ଟିନ ବେଡରେ ପଡି ପଡି ୨୫ ବର୍ଷର ହୋଇ ଯାଇଥିଲେ ଯେଉଁଠି ତାଙ୍କ ବାପା ମା ମଧ୍ୟ ବୃଦ୍ଧାବସ୍ଥାରେ ପହଞ୍ଚି ଯାଇଥିଲେ । କିନ୍ତୁ ଦୀର୍ଘ ୧୨ ବର୍ଷ ପରେ ମାର୍ଟିନଙ୍କର ହୋସ ଆସିଲା ଓ ସେ କୋମାରୁ ବାହାରକୁ ଆସିଲେ । ଏହା ପରେ ମାର୍ଟିନ କହିଥିଲେ ଯେ ତାଙ୍କୁ କୋମାକୁ ଯିବାର ଦୁଇ ବର୍ଷ ପରେ ହୋସ ଆସିଥିଲେ ମଧ୍ୟ ତାଙ୍କୁ କିଛି ଦେଖା ଯାଉନଥିଲା ।
ସେ ନିଜ ଆଖପାଖରେ ହେଉଥିବା ସବୁ ଘଟଣାକୁ ଅନୁଭବ କରୁଥିଲେ କିନ୍ତୁ ତାଙ୍କର ଅନେକ ଚେଷ୍ଟା ପରେ ମଧ୍ୟ ସେ ହାତ ଗୋଡ ହଲାଇ ପାରୁନଥିଲେ । ମାର୍ଟିନଙ୍କ ଚଳପ୍ରଚଳ ବିଷୟରେ ସେହି ସମୟରେ ଜଣା ପଡିଲା ଯେତେବେଳେ ତାଙ୍କର ଚିକିତ୍ସା କରୁଥିବା ଥେରାପିଷ୍ଟ ରିପୋର୍ଟରେ ଦେଖିବାକୁ ପାଇଲେ ଯେ ମାର୍ଟିନ ହୋସକୁ ଆସୁଛନ୍ତି ଓ ତାଙ୍କର ଶରୀରର ମୁଭମେଣ୍ଟ ହେଉଛି ।
ଏହି କଥା ଜାଣିବା ପରେ ମାର୍ଟିନଙ୍କ ପରିବାର ତାଙ୍କୁ ତୁରନ୍ତ ହସ୍ପିଟାଲକୁ ନେଇ ଯିବା ପର ତାଙ୍କର ଚିକିତ୍ସା ଆରମ୍ଭ ହୋଇଥିଲା । ଯାହା ପରେ ମାର୍ଟିନ ଆଖି ଖୋଲିବା ସହ ତାଙ୍କ ଶରୀରର ମୁଭମେଣ୍ଟ ହୋଇଥିଲା । କିନ୍ତୁ ସେ କଥା କହିପାରୁ ନ ଥିଲେ । ଏହାର ନିବାରଣ ପାଇଁ ମାର୍ଟିନଙ୍କ ମା ଏକ ଆର୍ଟିଫିସିୟାଲ ଟେକ୍ନୋଲୋଜି ମାଧ୍ୟମରେ ମାର୍ଟିନ କଥା କହି ପାରିବେ ଯେଉଁଥିରେ ସେ ସଫଳ ହୋଇଥିଲେ ।
ଏହା ପରେ ମାର୍ଟିନ ନିଜର ସବୁ ଇଚ୍ଛା ପୂରଣ କରିବାକୁ ଲାଗିଲେ । ବନ୍ଧୁଗଣ ଯଦି ଆପଣ ମାନଙ୍କୁ ଆମର ଏହି ଲେଖା ଟି ଭଲ ଲାଗିଥାଏ ତେବେ ଅନ୍ୟ ସହ ଶେୟାର କରନ୍ତୁ । ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।