ରଜ ପର୍ବରେ ଘରେ ଠାକୁର ପୂଜା କରିବେ କି ନାହିଁ ? ଦେଖନ୍ତୁ କ ଜ୍କାରିବେ କଣ ନାହିଁ- Puja Vidhi

ବନ୍ଧୁଗଣ ଆପଣ ମାନେ ଜାଣିଥିବେ ଆସନ୍ତା କାଲି ଜୁନ ୧୪ରୁ ଆରମ୍ଭ ହେବାକୁ ଯାଉଛି ପହିଲି ରଜ । ରଜ ୩ ଦିନ ପାଳନ କରାଯାଏ । ପ୍ରଥମ ଦିନକୁ ପହିଲି ରଜ, ଦିତୀୟ ଦିନକୁ ରଜ ସଙ୍କ୍ରାନ୍ତି ଓ ତୃତୀୟ ଦିନକୁ ବସୁମତୀ ସ୍ନାନ କୁହାଯାଏ । ତେବେ ଆମ ଶାସ୍ତ୍ର ଅନୁଯାୟୀ ରଜର ୩ ଦିନ ଯାଏଁ ଝିଅ ବା ବୋହୁମାନେ ଠାକୁର ପୂଜା କରିବାକୁ ବାରଣ କରାଯାଇଛି । କାରଣ ଶାସ୍ତ୍ର ଅନୁଯାୟୀ ରଜ ୩ ଦିନ ଝିଅ ମାନେ କୌଣସି କାମ କରିବା ମଧ୍ୟ ଉଚିତ ନୁହେଁ । କାରଣ ଏହି ୩ ଦିନ ଝିଅ ମାନଙ୍କୁ କିଛି ବି କରିବାକୁ ବାରଣ କରା ଯାଇଛି ।

ଏହି ସମୟରେ କୃଷି କାମ ମଧ୍ୟ ନିଷେଧ କରା ଯାଇଛି । ଘର ମନରେ ପୂଜା ହୋଇ ପାରିବ କିନ୍ତୁ ଝିଅ ବା ମହିଳା ମାନେ କରିପାରିବେ ନାହି । ଇଶାଣ ପୂଜା ବା ବୃନ୍ଦାବତୀ ଙ୍କ ପୂଜା କରି ହେବ । ଓଡିଆ ଘରର ଚାଲି ଚାଳନ ଅନୁଯାୟୀ ଯେଉଁ ମାନେ ନବ ବିବାହିତା ବୋହୁ ମାନେ ସେମାନେ ରଜ ପାଳନ କରିଥାନ୍ତି । ସେମାନେ ଗୋଟେ ଜାଗାରେ ବସି ରହିଥାନ୍ତି ସଜବାଜ ହୋଇ ।

ଯେଉଁ ମାନଙ୍କର ବିବାହ ଦୁଇ ବର୍ଷ ବା ଅଧିକ ହୋଇ ଗଲାଣି ସେମାନେ ରଜ ପର୍ବ ରେ ଠାକୁର ପୂଜା କରି ପାରିବେ । କିନ୍ତୁ ଘରେ କୌଣସି ପ୍ରକାରର ହୋମ କରିବା ନିଷେଧ ଅଟେ । କିନ୍ତୁ ମନ୍ଦିର ରେ ଯଦି ଆପଣ ସଙ୍କ୍ରାନ୍ତି ଦିନ ହୋମ କରିବାକୁ ଚାହୁଁଛନ୍ତି ତେବେ କରି ପାରିବେ । ରଜ ସମୟରେ ମସଲା ବାଟିବା ଚକିରେ ଚୁରିବା ବା ପନିକି ରେ ପାରିବା କାଟିବା ବାରଣ କରା ଯାଇଛି ।

ଏହି ୩ ଦିନ ରେ ଶୀଳ ଘରେ ପକାଇବା ଉଚିତ ନୁହେଁ । ଆଧୁନିକ ଉପକରଣ ଘରେ ରୋଷେଇ କରିବାରେ ବ୍ୟବହାର କରି ପାରିବେ । କୁଆଁରୀ ଝିଅ ମାନେ ଓ ନୂଆ ବୋହୁ ମାନେ ରଜ ପର୍ବ ରେ କୌଣସି କାମ କରିବେ ନାହି କି ପୂଜା ପାଠ କରିବେ ନାହି । କାରଣ ସନାତନ ଧର୍ମ ଅନୁଯାୟୀ ଝିଅ ବୋହୁ ମାନଙ୍କୁ ଦେବୀର ମାନ୍ୟତା ଦିଆ ଯାଇଛି ।

ସମଗ୍ର ପୃଥିବୀ ଆରମ୍ଭ ଯାହା ଥିଲା ଏବେ ଅଛି ଆଉ ଯାହା ଆଗକୁ ରହିବ ତାହା ହେଉଛି ସନାତନ ଧର୍ମ । ଯେଉଁ ଜାଗାରେ ନାରୀଙ୍କୁ ପୂଜା କରିଯାଏ ବା ସେମାନଙ୍କୁ ସମାନ ଦିଆଯାଏ ସେଠାରେ ଦେବତାଙ୍କ ବାସ ରହିଥାଏ । ରଜ ୩ ଦିନରେ ଧରିତ୍ରି ମା ରଜଶୀଳ ହୋଇଥାନ୍ତି ଯାହା ପାଇଁ ରଜ ସମୟରେ ନବ ବିବାହିତା ବୋହୁ ବା କୁଆଁରୀ ଝିଅ ମାନେ କୌଣସି କାମ କରିବା ବା ପୂଜା ପାଠ କରିବାକୁ ନିଷେଧ କରା ଯାଇଛି ।

ତେବେ ଏଥିରୁ ସ୍ପଷ୍ଟ ହେଉଛି ରଜ ୩ ଦିନରେ ପୂଜା ପାଠ ଘରେ କରି ପାରିବେ । ଯଦି ଚାହିଁବ ତେବେ ପୁରୁଷ ମାନେ ମଧ୍ୟ ଘରର ପୂଜା ପାଠ କରି ପାରିବେ । ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟ ଟି ଭଲ ଲାଗିଥିଲେ ସାଙ୍ଗ ମାନଙ୍କ ସହ ସେୟାର କରନ୍ତୁ । ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *