ଖରା ଛୁଟି ପରେ ନୂଆ ନିୟମରେ ଖୋଲିବ School, ଜିଲ୍ଲା ଶିକ୍ଷା ଅଧିକାରୀଙ୍କୁ ଓସେପା ନିର୍ଦେଶଙ୍କ ଚିଠି… ଦେଖନ୍ତୁ କଣ ସମ୍ପୁର୍ଣ୍ଣ ଖବର

ନମସ୍କାର ବନ୍ଧୁଗଣ । ବର୍ତ୍ତମାନ ସାରା ରାଜ୍ଯରେ ସ୍କୁଲ ଗୁଡିକରେ ଖରା ଛୁଟି ଚାଲିଛି । ଖରା ଛୁଟି ସାରିବା ପରେ ବିଦ୍ୟାଳୟ ମାନଙ୍କରେ କିଭଳି ଭାବେ ପାଠ ପଢା କରାଯିବ ତାହାକୁ ନେଇ ଓଡିଶା ବିଦ୍ୟାଳୟ ଶିକ୍ଷା ପ୍ରାଧିକରଣ ପକ୍ଷ ରୁ ନିୟମାବଳୀ ଜାରି କରା ଯାଇଛି । ଏହାକୁ ନେଇ ସବୁ ଜିଲ୍ଲାର ଶିକ୍ଷା ଅଧିକାରୀ ବା ଡିଇଓ ଓ ଜିଲ୍ଲା ପ୍ରକଳ୍ପ ସଂଯୋଜକ ବା ଡିସିପି ଙ୍କୁ ଓସେପା ରାଜ୍ୟ ପ୍ରକଳ୍ପ ନିର୍ଦ୍ଦେଶକ ଅନୁପମ ସାହା ଚିଠି ଜରିଆରେ ଜାଣିଛନ୍ତି । ଅନୁପମ ସାହ ଚିଠିରେ ଲେଖିଛନ୍ତି କି ସବୁ ସ୍କୁଲ ଗୁଡିକରେ ଖରା ଛୁଟି ସରିବା ପରେ ନୂଆ ଶିକ୍ଷା ବର୍ଷ ଆରମ୍ଭ ହେବ ।

ଠିକଣା ଢଙ୍ଗ ରେ ଶିକ୍ଷାଦାନ ଆରମ୍ଭ କରିବାକୁ ନିର୍ଦ୍ଦେଶ ଦିଆ ଯାଇଛି । ସତ ପ୍ରତିଶତ ପାଠ୍ୟ ଖସଡା ସାରିବା ଦିଗରେ ପଦକ୍ଷେପ ନେବାକୁ ସବୁ ରାଜ୍ୟର ଡିଇଓ ଙ୍କୁ ନିର୍ଦ୍ଦେଶ ଦିଆ ଯାଇଛି । ସବୁ ସ୍କୁଲ ଗୁଡିକର ପ୍ରଧାନ ଶିକ୍ଷାକ ମାନେ ସବୁ ଶିକ୍ଷକ ଶିକ୍ଷୟତ୍ରି ଙ୍କ ସହ ପାଠ୍ୟକ୍ରମ ଓ ପାଠ ପଢା ସମୟ ବିଷୟରେ ଆଲୋଚନା କରିବେ ।

କେଉଁ ପରି ଭାବେ ବିଦ୍ୟାର୍ଥୀ ମାନେ ଶିକ୍ଷା ଦାନ ପାଇବେ ସେ ନେଇ ନୂଆ ଯୋଜନା ପ୍ରସ୍ତୁତ କରାଯିବ । କୋରୋନା ମହାମାରୀ ସମୟରେ କ୍ଷତିପୂରଣ ପାଇଁ ପ୍ରସ୍ତୁତ ହୋଇଥିବା ବହି ସହ ପାଠ୍ୟକ୍ରମର ପୁସ୍ତକ ମଧ୍ୟ ପଠାଯିବ । ଯେମିତି ସବୁ ଚତ୍ର ଛାତ୍ରୀ ମାନେ ଦୁଇ ପ୍ରକାରର ପୁସ୍ତକ ବା ବହି ପାଇବେ ସେ ନେ ସବୁ ସ୍କୁଲର ପ୍ରଧାନ ଶିକ୍ଷକ ମାନେ ଧ୍ୟାନ ଦେବେ ।

ଶ୍ରେଣୀ ଓ ବିଷୟ ଭିତ୍ତିକ ପାଠ ପଢା ସମୟ ସାରଣୀ ପ୍ରତି ଶ୍ରେଣୀ କକ୍ଷରେ ବିଦ୍ୟାର୍ଥୀ ମାନାଙ୍କ ପାଇଁ ଲଗାଜୀବ । ବିଦ୍ୟାର୍ଥୀ ମାନଙ୍କ ଦକ୍ଷତା ଯାଞ୍ଚ କରିବା ପରେ ଯେଉଁ ମାନେ ଖରାପ ପ୍ରଦର୍ଶନ କରିଥିବେ ସେମାନଙ୍କ ଦକ୍ଷତା ବୃଦ୍ଧି ପାଇଁ ଶିକ୍ଷାନୁଷ୍ଠାନ ପକ୍ଷ ରୁ ଚେଷ୍ଟା ଜାରି ରହିବ । ସେମାନଙ୍କୁ ଅଲଗା ପାଠ ପଢାଯିବା ସହ ନିୟମିତ ପାଠ ପ୍ରଦାନ କରାଯିବ ।

ଶିକ୍ଷକ ମାନେ ପାଠ ପଢା ରେ ଯେଉଁ କ୍ଷତିଭରଣ ହୋଇଛି ତାହାକୁ ନେଇ ନିଜେ ଯୋଜନା ପ୍ରସ୍ତୁତ କରିବେ । CRC ମାନେ ନିଜ କ୍ଳାସ ରେ ପାଠ ପଢା ଉପରେ ତୀକ୍ଷଣ ଦ୍ରୁଷ୍ଟି ଦେବା ସହ ନିୟମିତ ଭାବେ ଯାଞ୍ଚ କରିବେ । ବିଦ୍ୟାର୍ଥୀ ମାନଙ୍କ ସୁରକ୍ଷା ଓ ନିରାପତ୍ତା ପ୍ରତି ଶିକ୍ଷାନୁଷ୍ଠା କର୍ତ୍ତୁପକ୍ଷ ଅନୁଧ୍ୟାନ କରିବେ । ବିଦ୍ୟାର୍ଥୀଙ୍କ ପାଇଁ ଉପଯୁକ୍ତ ପରିବେଶ ସ୍କୁଲରେ ସୃଷ୍ଟି କରାଯିବ ।

ଶିକ୍ଷକ ଶିକ୍ଷୟତ୍ରି ମାନେ ପିଲା ମାନଙ୍କୁ ଠିକ ଭାବେ ପଢାଉଛନ୍ତି କି ନାହି ତାହା ପ୍ରତି ପ୍ରଧାନଶିକ୍ଷକ ଅନୁଧ୍ୟାନ କରିବେ । ଶିକ୍ଷକଙ୍କ ପାଠ ପଢା ତଥ୍ୟ ସ୍କୁଲର ରେଜିଷ୍ଟରରେ ଉଲ୍ଲେଖ କରାଯିବ । ପ୍ରତେକ ପାଠ୍ୟକ୍ରମର ନୋଟ ପିଲାଙ୍କୁ ପ୍ରଦାନ କରିବା ପୂର୍ବରୁ ପ୍ରଧାନ ଶିକ୍ଷକ ଏହାର ଯାଞ୍ଚ କରିବେ । ଏ ଦିଗରେ ସଠିକ ପଦକ୍ଷେପ ନେବାକୁ ସବୁ DEO ଓ DSP ଙ୍କୁ ନିର୍ଦ୍ଦେଶ ଦିଆଯାଇଛି ।

ବନ୍ଧୁଗଣ ଆପଣ ମାନଙ୍କର ଏହା ଉପରେ ମତାମତ ଆମକୁ କମେଣ୍ଟ ଜରିଆରେ ଜଣାଇବେ । ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *