ଆମ ହିନ୍ଦୁ ଧର୍ମରେ ଜନ୍ମାଷ୍ଟମୀ ବହୁତ ଧୂମଧାମ ସହ ପାଳନ ହୋଇଥାଏ କିନ୍ତୁ ଏହି ବର୍ଷ କରୋନା ଭଳି ମହାମାରୀ ପାଇଁ ବାହାର କାର୍ଯ୍ୟ ହୋଇ ପାରୁ ନାହିଁ ତଥାପି ପୂଜା ଓ ଧର୍ମ କାର୍ଯ୍ୟ ଲୋକ ନିଜ ଶାନ୍ତି ପାଇଁ ଘରେ କରୁଛନ୍ତି, ଏହି ଦିନ ଭଗବାନ ଶ୍ରୀ କୃଷ୍ଣଙ୍କର ଜନ୍ମ ହୋଇଥିଲା ବୋଲି ଶାସ୍ତ୍ରରେ ଲେଖା ଅଛି, ଆପଣ ମାନେ ଭଗବାନ କୃଷ୍ଣଙ୍କ କାହାଣୀ ବିଷୟରେ ଜାଣିଥିବେ, ତେବେ ଭଗବାନ ଶ୍ରୀ କୃଷ୍ଣ ପୃଥିବୀରୁ ଅଧର୍ମ ସମାପ୍ତି ପାଇଁ ଜନ୍ମ ହୋଇଥିବେ ।

ଭଗବାନ ଶ୍ରୀ କୃଷ୍ଣ ଛୋଟବେଳେ ବହୁତ ଦୁଷ୍ଟ ଥିଲେ ଓ ତାଙ୍କ ସବୁଠାରୁ ପ୍ରିୟା ଖାଦ୍ୟ ଥିଲା ମାଖନ, ଭଗବାନ ବୃନ୍ଦାବନରେ ମାତା ଯଶୋଦାଙ୍କ ପାଖରେ ବଡ ହୋଇଥିଲେ କିନ୍ତୁ ତାଙ୍କ ମାତା ଦେବକୀଥିଲେ । ଭଗବାନ ଶ୍ରୀ କୃଷ୍ଣ ନିଜ ଭକ୍ତ ମାନଙ୍କୁ ସବୁବେଳେ ଆଶୀର୍ବାଦ ପ୍ରଦାନ କରନ୍ତି । ଜନ୍ମାଷ୍ଟମୀ ଏମିତି ଗୋଟେ ପର୍ବ ଯେତେବେଳେ ବହୁତ ଖୁସି ଓ ଉଲାସ ଘରେ ଆସିଥାଏ ପ୍ରାୟତଃ ଲୋକ ମନ୍ଦିରରେ କାହ୍ନାଙ୍କୁ ଲହୁଣୀ ଖୁଆନ୍ତି ।

ତେବେ ଏହି ଦିନ ମାଟି ହାଣ୍ଡି ଭାଙ୍ଗିବାର ନିୟମ ଅଟେ ଯାହା ଲୋକଙ୍କୁ ଏକାଠି ହୋଇ ଉତ୍ସବ ମନେଇବାର କାରଣ ହୋଇଥାଏ କିନ୍ତୁ ଏଥର ଏମିତି କିଛି ହବ ନାହିଁ କାହିଁକିନା ମହାମାରୀ ବଢି ଚାଲିଛି ତେବେ ମନରେ ଶ୍ରଦ୍ଧା ରହିଲେ ସବୁ ସମସ୍ଯା ସମାପ୍ତ ହେଲା ପରେ ଆର ବର୍ଷ ଆମେ ଫୁଣୀ ଜନ୍ମାଷ୍ଟମୀ ମନେଇବା ଏଥର ଘରେ ରହି ପୂଜା କରନ୍ତୁ ଓ ସୁରକ୍ଷିତ ରୁହନ୍ତୁ । ଯେଉଁ ମହିଳାଙ୍କୁ ସନ୍ତାନ ପ୍ରାପ୍ତି ହେଉ ନାହିଁ ସେହି ଲୋକଙ୍କ ପାଇଁ ଆଜି ଆମେ କିଛି ସରଲ ଉପାୟ ଆଣିଛୁ ଯାହା ଏହି ଅଷ୍ଟମୀ ଦିନ କଲେ ଆପଣଙ୍କୁ ସନ୍ତାନ ପ୍ରାପ୍ତି ହବ ।
୧. ଯେଉଁ ମହିଳାଙ୍କ ସନ୍ତାନ ହଉନାହାନ୍ତି ସେହି ମହିଳା ପ୍ରତିଦିନ ଗୋପାଳ ସହସ୍ତ୍ର ନାମ ଜପ କରନ୍ତୁ ।
୨. ଜନ୍ମାଷ୍ଟମୀ ଦିନ ଠାରୁ ଏହି ଉପାୟ କରନ୍ତୁ, ଏହି ଦିନ ଗୋଟେ ଆଁଠୁଆ ଗୋପାଳ ଆଣନ୍ତୁ ଏହା ପରେ ତାଙ୍କୁ ସ୍ନାନ ଇତ୍ୟାଦି କରାଇ ନୂଆ ବସ୍ତ୍ର ପିନ୍ଧାନ୍ତୁ ଓ ମୟୂର ଚୂଳ ଲଗାନ୍ତୁ, ଗୋଟେ ପ୍ରକାର ଫଳ ଅର୍ପଣ କରି ପୂଜା ଆରତୀ ଇତ୍ୟାଦି ସମାପ୍ତ କରନ୍ତୁ ଏହା ପରେ ସ୍ଵାମୀ ସ୍ତ୍ରୀ ଦୁହେଁ ଉପବାସ କରନ୍ତୁ, ଏହା ପରେ ରାତିରେ ଦୁହେଁ କାହ୍ନାଙ୍କ ଭଜନ କୀର୍ତନ କରନ୍ତୁ ଏହା ପରେ ପ୍ପ୍ରତିଦିନ ଆଁଠୁଆ ଗୋପାଳଙ୍କ ପୂଜା କରନ୍ତୁ ଆପନାଙ୍କୁ ସନ୍ତାନ ପ୍ରାପ୍ତି ଅବଶ୍ୟ ହବ ।

୩. ଯେଉଁ ମହିଳାଙ୍କ ସନ୍ତାନ ନାହିଁ ସେହି ଦମ୍ପତି କୌଣସି ଶୁକ୍ଳପକ୍ଷରେ ଗୋଟେ ପିତଳ ଆଁଠୁଆ ଗୋପାଳ ମୂର୍ତି ଆଣନ୍ତୁ ଓ ସବୁଦିନ ତାଙ୍କୁ ପୂଜା କରନ୍ତୁ ଏହା ଛଡା ସେହି ମହିଳାଙ୍କୁ ପ୍ରତିଦିନ କୌଣସି ୨ରୁ ୩ ବର୍ଷ ଛୁଆ ଅଇଁଠା ଖାଇବା ଉଚିତ, ତେବେ ଯଦି ଆପଣଙ୍କ ଘର ପାଖରେ କାହା ଛୋଟ ଛୁଆ ଅଛି ତେବେ ତାଙ୍କ ଅଇଁଠା ଖାନ୍ତୁ ଆପଣଙ୍କୁ ଶୀଘ୍ର ସନ୍ତାନ ପ୍ରାପ୍ତି ହବ ।