ଛତିଥରା ଘଟଣା ! ଯାତ୍ରା ଦେଖି ଯାଉଥିଲେ ଦୁଇସାଙ୍ଗ, ହେଲେ ବାଟରେ ଜଗି ବସିଥିଲା ଯମ, ଆଉ ତା ପରେ ଦେଖନ୍ତୁ video

ବନ୍ଧୁଗଣ ଆପଣ ମାନେ ଜାଣିଥିବେ ପ୍ରତେକ ଦିନ ସୋସିଆଲ ମିଡିଆରେ କିଛି ନା କିଛି ଘଟଣା ସାମନା କୁ ଆସୁଛି । ତେବେ ଏହି ସବୁ ଘଟଣା କିଛି ଲୋକଙ୍କ ଅବହେଳା ପାଇଁ ଘଟୁଛି ଯାହା ପାଇଁ ଜନ ଜୀବନ ବିପଦରେ ପଡ଼ୁଛନ୍ତି । ଖାସ କରି ସଡକ ଦୁର୍ଘଟଣା ଆଜିର ସମୟରେ ସାଧାରଣ ହୋଇ ଗଲାଣି । ସାମାନ୍ଯ ଅସାବଧାନତା ପାଇଁ ଲୋକ ମାନଙ୍କର ଜୀବନ ଚାଲି ଯାଇଛି । ତେବେ ଗତ କାଲି ସନ୍ଧ୍ୟା ରେ ଏମିତି ଏକ ଘଟଣା ଘଟି ଯାଇଛି ଯାହାକୁ ଜାଣିଲେ ଆପଣ ବି ଆଶ୍ଚର୍ଯ୍ୟ ହୋଇଯିବେ । ତେବେ ଆସନ୍ତୁ ଆଉ ଡେରି ନ କରି ଜାଣିବା କଣ ରହିଛି ସଂପୂର୍ଣ୍ଣ ଘଟଣା ଟି ।

ଯାତ୍ରା ଦେଖି ବାହାରି ଥିଲେ ଦୁଇ ସାଙ୍ଗ । କିନ୍ତୁ ବାଟ ରେ ଜଗିଥିଲା ଯମ । ଦୁର୍ଘଟଣା ରେ ଚାଲି ଯାଇଛି ଦୁଇ ସାଙ୍ଗ ଙ୍କ ସହ ଜଣେ ବୃଦ୍ଧ ଙ୍କ ଜୀବନ । ଏଭଳି ଏକ ଦୁଖଦ ଘଟଣା ଘଟିଛି ସମ୍ବଲପୁର ଅଞ୍ଚଳ ରେ । ସମ୍ବଲପୁର ବରଗଡ ୫୩ ନମ୍ବର ଜାରତୀୟ ରାଜପଥ ୫ ଗୋଛିୟା ଠାରେ ମର୍ମନ୍ତୁଦ ସଡକ ଦୁର୍ଘଟଣା ରେ ଚାଲି ଯାଇଛି ୩ ଜଣଙ୍କ ଜୀବନ । ତେବେ ଗତ କାଲି ସନ୍ଧ୍ୟା ରେ ସମ୍ବଲପୁର ସହର ଦେଇ ଯାଇଥିବା ଜାତୀୟ ରାଜପଥ ଉପରେ ଏକ ବାଇକ ରେ ଦୁଇ ଜଣ ଯୁବକ ଯାଉଥିବା ସମୟରେ ବାଇକ ଟି ଜଣେ ବୃଦ୍ଧ ଙ୍କୁ ଧକ୍କା ଦେଇଥିଲା ।

ଏହା ସହ ବାଇକ ଟି ବୃଦ୍ଧ ଙ୍କୁ ଧକ୍କା ଦେବା ପରେ ଇଲେକ୍ଟ୍ରି ପୋଲ ରେ ପିଟି ହୋଇଥିଲା । ଫଳରେ ବାଇକ ରେ ଯାଉଥିବା ଦୁଇ ସାଙ୍ଗଙ୍କର ଦୁର୍ଘଟଣା ସ୍ଥଳରେ ମୃତ୍ୟୁ ହୋଇ ଯାଇଥିବା ବେଳେ ବୃଦ୍ଧ ଜଣକ ଗୁରୁତର ଆହତ ହୋଇଥିଲେ । ଗୁରୁତର ଅବସ୍ଥାରେ ବୃଦ୍ଧ ଙ୍କୁ ବୁର୍ଲା ମେଡିକାଲ ନେବା ସମୟରେ ତାଙ୍କର ମୃତ୍ୟୁ ହୋଇ ଯାଇଛି । ବୃଦ୍ଧ ଜଣକ ଜାତୀୟ ରାଜପଥ ରେ ଆସୁଥିବା ବେଳେ ଅପର ପାର୍ଶ୍ଵ ରେ ଦୃୟାତ ଗତିରେ ଆସୁଥିବା ବାଇକ ଟି ନିୟନ୍ତ୍ରଣ ହରାଇବାରୁ ଏଭଳି ଏକ ହୃଦୟ ବିଦାରକ ଘଟଣା ଘଟି ଯାଇଛି ।

ମୃତ ବୃଦ୍ଧ ଜଣକ ସମ୍ବଲପୁର ର ଅଟନ୍ତି ବୋଲି ସୂଚନା ମିଳିଛି । ଅନ୍ୟ ପକ୍ଷ ରେ ଦୁଇ ସାଙ୍ଗ ହେଉଛନ୍ତି ହୀରାକୁଦ ଅଞ୍ଚଳ ଇନ୍ଦୋର କଲୋନୀ ରେ ସନ୍ତୋଷ ନାୟକ ଓ ମଦାନପଡା ର ପିୟୁଷ ରାଓ । ତେବେ ଦୁଇ ସାଙ୍ଗ ଯାତ୍ରା ଦେଖି ଯାଇଥିଲେ କିନ୍ତୁ ଶବ ହୋଇ ଘରକୁ ଫେରିଲେ ଏହା ଠାରୁ ଦୁଖର ଖବର ଆଉ କଣ ହୋଇପାରେ । ବନ୍ଧୁଗଣ ଆପଣ ମାନଙ୍କର ଏହି ଖବର କୁ ନେଇ ମତାମତ ଆମକୁ କମେଣ୍ଟ ଜରିଆରେ ଜଣାଇବେ । ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *