ବନ୍ଧୁଗଣ ଆପଣ ମାନେ ସମସ୍ତେ ଓଲିଉଡ ଇଣ୍ଡଷ୍ଟ୍ରିର ଚୁଲବୁଲି ନାୟିକା ଲିପ୍ସା ମିଶ୍ର ଙ୍କୁ ବେସ ଭଲ ଭାବରେ ଜାଣିଥିବେ । ଆପଣ ମାନେ ଜାଣିଥିବେ ଅଭିନେତ୍ରୀ ଲିପ୍ସା ତାଙ୍କର ସୁନ୍ଦରତା, ଲାଇଫ ଷ୍ଟାଇଲ ଆଉ ବ୍ୟକ୍ତିଗତ ଜୀବନୀ କୁ ନେଇ ବେସ ଚର୍ଚ୍ଚା ରେ ରୁହନ୍ତି । ବର୍ତ୍ତମାନ ସମୟରେ ସେ ନିଜର ମ୍ୟାରେଜ କୁ ନେଇ ବେ ଚର୍ଚ୍ଚା କୁ ଆସିଛନ୍ତି ।
ତେବେ ଗତ କାଲି ଓଲିଉଡ ଇଣ୍ଡଷ୍ଟ୍ରିର ଅଭିନେତ୍ରୀ ଲିପ୍ସା ମିଶ୍ର ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି । ସେ ଆକାଶଙ୍କୁ ନିଜ ଜୀବନ ସାଥୀ ରୂପେ ଗ୍ରହଣ କରିଛନ୍ତି । ଆକାଶ ଓ ଲିପ୍ସା ପରସ୍ପର ସହ ଦୀର୍ଘ ଦିନ ଧରି ରିଲେସନ ରେ ଥିଲେ । ଆଉ ଉଭୟଙ୍କ ନିର୍ବନ୍ଧ ମଧ୍ୟ ହୋଇ ଯାଇଥିଲା ଗତ କିଛି ଦିନ ପୂର୍ବରୁ । ଲିପ୍ସ ଙ୍କ ଫ୍ୟାନ୍ସ ମାନେ ତାଙ୍କ ବିବାହକୁ ନେଇ ବେସ ଆଗ୍ରହୀ ଥିଲେ ଯାହା ଏବେ ଶେଷ ହୋଇଛି ।
ଲିପ୍ସା ଙ୍କ ମ୍ୟାରେଜ ରେ ଓଡିଆ ଇଣ୍ଡଷ୍ଟ୍ରି ର ବଡ ବଡ କଳାକାର ମାନେ ଯୋଗ ଦେଇଥିଲେ ଆଉ ତାଙ୍କୁ ଶୁଭେଚ୍ଛା ଜଣାଇ ଥିଲେ । ଲିପ୍ସା ଙ୍କ ମ୍ୟାରେଜ ରେ ତାଙ୍କର ଜଣେ ପ୍ରିୟ ବନ୍ଧୁ ଯୋଗ ଦେଇଥିଲେ । ଆଉ ସେ ଗଣମାଧ୍ୟମ ରେ ଲିପ୍ସା ଓ ତାଙ୍କର ସମ୍ପର୍କ କୁ ନେଇ ବଡ ବୟାନ ଦେଇଛନ୍ତି । ଯାହା ବିଷୟରେ ଆମେ ଆପଣ ମାନଙ୍କୁ କହିବାକୁ ଯାଉଛୁ । ତା ହେଲେ ବନ୍ଧୁଗଣ ଆଉ ଡେରି ନ କରି ଆସନ୍ତୁ ଜାଣିବା ଏହି ଭିଡିଓ ବିଷୟରେ ।
ଲିପ୍ସାଙ୍କ ବନ୍ଧୁ ହେଉଛନ୍ତି ଅଭିନେତ୍ରୀ ଜେସୀ ଯାହାଙ୍କୁ ଆପଣ ମାନେ ବେସ ଭଲ ଭାବେ ଜାଣିଥିବେ । ଜେସୀ କହିଛନ୍ତି “ଆମେ ବହୁତ ବର୍ଷ ଯାଏଁ ସାଙ୍ଗ ହେଇ ଅଛୁ । ଆମେ ସବୁବେଳେ କଥା ହେଉ ଆମେ ବାହା ହେବୁନି ଆମେ ଏମିତି ଏଞ୍ଜୋଏ କରିବା । ହେଲେ ଶେଷରେ ସେ ବାହା ହେଇଗଲା । ମୁଁ ତାକୁ ସବୁବେଳେ କୁହେ ଆମେ ବାହା ହେବାନି ଦେଖିଲା ବେଳକୁ ସେ ମୋତେ ଧୋକା ଦେଇ ବାହା ହେଇଗଲା ।
ମୁଁ ବହୁତ ଖୁସି ଅଛି କାହିଁକି ନା ସେ ବହୁତ ଖୁସି ଅଛି ତା ପାଇଁ ମୁଁ ଖୁସି ଅଛି । ବାହାଘର ପରେ କାହିଁକି ଚେଞ୍ଜ ହେବେ । କାରଣ ମୁଁ ଜାଣିନି ଚେଞ୍ଜ ହୁଅନ୍ତି ନା ନାହିଁ କାରଣ ମୁଁ ତ ବାହା ହେଇନି । ମୋର କିଛି ଆଇଡିଆ ନାହି । ମୋ ବାହାଘର ବୋଧେ ହେବନି । ଏ ବିଷୟରେ ମୁଁ କିଛି ଭାବିନି । ଯେବେ ଭାବିବି ତେବେ କହିବି । ଆକାଶ ବହୁତ ସ୍ଵୀଟ ଆଉ ଭଦ୍ର ମଣିଷ । ଯେମିତି ଲିପ୍ସା ଙ୍କୁ ଦରକାର ଥିଲା । ଦୁହେଁ ପରସ୍ପର ସହ ବହୁତ ସୁନ୍ଦର ଦେଖା ଯାଉଛନ୍ତି” । ତା ହେଲେ ବନ୍ଧୁଗଣ ଏହି ଭିଡିଓ ଉପରେ ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ ମାଧ୍ୟମରେ ନିଶ୍ଚୟ ଜଣାଇବେ, ଧନ୍ୟବାଦ ।