ଯେତେ ରୋଜଗାର କରିଲେ ବି ଏହି 5 ଜଣ ବ୍ୟକ୍ତି କେବେ ବି ଧନୀ ହୋଇପାରିବେ ନାହିଁ…

ବନ୍ଧୁଗଣ ଶାସ୍ତ୍ର ରେ ବର୍ଣ୍ଣିତ ନୀତି ନିୟମକୁ ଯେଉଁ ମାନେ ପାଳନ କରନ୍ତି ସେମାନଙ୍କୁ ଜୀବନରେ ବହୁତ ଜଲ୍ଦି ସଫଳତା ମିଳିଥାଏ । ଶାସ୍ତ୍ର ରେ ମାନବ ଜୀବନ ଶୈଳୀ କୁ ନେଇ ଅନେକ ନୀତି ନିୟମ ବିଷୟରେ ଉଲେଖା ରହିଛି । ବ୍ୟକ୍ତି ଏହି ସବୁ ନୀତିର ପାଳନ କରେ ଓ ନିଜ କର୍ମ ରେ ଲଗାଇଥାଏ ତେବେ ସେ ବ୍ୟକ୍ତି ଜୀବନକୁ ଅନେକ ସୁଖ ଶାନ୍ତି ପାଇଥାଏ ।

ଟଙ୍କା ପଇସା କଥା ଆସିଲେ ସମସ୍ତେ ଧନୀ ହେବାକୁ ଚାହିଁଥାନ୍ତି । କିନ୍ତୁ ଲୋକ ମାନେ ଏମିତି କିଛି ଭୁଲ କରନ୍ତି ଯାହା ପାଇଁ ଜୀବନରେ ଧନୀ ହୋଇପାରନ୍ତିନି । ଆଜି ଆମେ ଆପଣଙ୍କୁ ଏମିତି 5 ଜଣ ବ୍ୟକ୍ତିଙ୍କ ବିଷୟରେ କହିବାକୁ ଯାଉଛୁ ଯେଉଁ ମାନେ କେବେବି ଧନୀ ହୋଇପାରିବେନି । 1- ଯେଉଁ ମାନଙ୍କର ସୁନ୍ଦର ଓ ପରିଷ୍କାର ପୋଷାକ ଥାଇ ମଧ୍ୟ ଚିରା ଫଟା ବସ୍ତ୍ର ପିନ୍ଧିଥାନ୍ତି ।

ତେବେ ଏପରି ବ୍ୟକ୍ତିଙ୍କୁ ମା ଲକ୍ଷ୍ମୀ କେବେ ବି ତାଙ୍କ ଜୀବନକୁ ଆସନ୍ତି ନାହିଁ । ଯେଉଁ ମାନେ ଅପରିଷ୍କାର ଜୀବନଯାପନ କରନ୍ତି ଓ ଚାରି ପାଖରେ ଅଳିଆ ଆବର୍ଜନା ରହିଥାଏ ସେମାନେ କେବେ ବି ଜୀବନରେ ଧନୀ ହୋଇପାରନ୍ତିନି । ଏଭଳି ବ୍ୟକ୍ତିଙ୍କୁ ଆଗାମୀ ଦିନରେ ଅପମାନର ଶିକାର ହେବାକୁ ପଡିଥାଏ ।

2- ଯେଉଁ ବ୍ୟକ୍ତି ଦାନ୍ତ ସଫା ରଖନ୍ତି ନାହିଁ ସେମାନେ କେବେ ବି ଜୀବନରେ ଧନୀ ହୁଅନ୍ତି ନାହିଁ । ଏଭଳି ବ୍ୟକ୍ତି ଙ୍କୁ ଗରିବୀର ସାମନା କରିବାକୁ ପଡିଥାଏ । କୁହାଯାଏ ମା ଲକ୍ଷ୍ମୀ ମଇଳା ଦାନ୍ତ ଥିବା ବ୍ୟକ୍ତି ପାଖକୁ ଆସନ୍ତି ନାହିଁ ।

3- ଜୀବନ ଶାସ୍ତ୍ର ଅନୁଯାୟୀ ଭୋକ ଅପେକ୍ଷା ଅଧିକ ଖାଉଥିବା ବ୍ୟକ୍ତି କେବେ ବି ଧନୀ ହୋଇପାରିବେ ନାହିଁ । ଦାରିଦ୍ର୍ଯ ହିଁ ମନୁଷ୍ୟ କୁ ଦରିଦ୍ର ରେ ପରିଣତ କରିଥାଏ । ସେହି ସମୟରେ ଆବଶ୍ୟକତା ଠାରୁ ଅଧିକ ଖାଉଥିବା ବ୍ୟକ୍ତି କେବେ ବି ଜୀବନରେ ସୁଖରେ ରହି ପାରି ନ ଥାଏ ।

4- ଯେଉଁ ମାନେ କଟୁ ଶବ୍ଦ କୁହନ୍ତି ସେମାନେ କଦାପି ଧନୀ ହୋଇପାରିବେ ନାହିଁ । ଯେଉଁ ବ୍ୟକ୍ତି ନିଜର ସତ୍ୟ ରେ ଅନ୍ୟ ମାନଙ୍କୁ ଆଘାତ କରିଥାଏ ସେ କେବେ ମା ଲକ୍ଷ୍ମୀ ଙ୍କ କୃପା ପାଇପାରେ ନାହିଁ । ଏହା ସହ କୌଣସି ବନ୍ଧୁ ଏଭଳି ବ୍ୟକ୍ତିଙ୍କର ହୋଇ ନ ଥାନ୍ତି । ଏମାନେ ଅଧିକ ଶତ୍ରୁ ମାନଙ୍କ ଦ୍ଵାରା ଘେରି ହୋଇ ରହିଥାନ୍ତି ।

5- ସକାଳୁ ସନ୍ଧ୍ୟା ଯାଏଁ ଯେଉଁ ବ୍ୟକ୍ତି ସୋଇ ରହିଥାନ୍ତି, ଯେଉଁ ମାନେ ଅଳସୁଆ ଓ ନିଜ ପାଇଁ ପ୍ରଥମେ ଭାବି ଥାନ୍ତି ସେମାନେ କେବେ ବି ମା ଲକ୍ଷ୍ମୀ ଙ୍କ କୃପା ପାଇ ପାରନ୍ତି ନହିଁ । ବୀନା କାରଣରେ ଶୋଇବା ମଣିଷ ପାଇଁ ଅତ୍ୟନ୍ତ କ୍ଷତିକାରକ ହୋଇଥାଏ । ଏଭଳି ବ୍ୟକ୍ତି ଜୀବନରେ କେବେ ବି ଧନୀ ହୁଅନ୍ତି ନାହିଁ । ଏହି 5 ଜଣଙ୍କ ବ୍ୟକ୍ତିଙ୍କ ବ୍ଯତୀତ ଯେଉଁ ମାନେ ଅନ୍ୟାୟ କରି ଟଙ୍କା ରୋଜଗାର କରନ୍ତି ସେମାନେ ଧନୀ ହୁଅନ୍ତି ନାହିଁ ।

ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟ ଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *