ଆଜିକା ସମୟରେ ବହୁତ ଏମିତି ଲୋକ ଅଛନ୍ତି ଯିଏ ଭାଗ୍ୟ ଉପରେ ବହୁତ ଭରସା କରିଥାନ୍ତି, ତାଙ୍କ ମନ ଭିତରେ ଆତ୍ମ ବିଶ୍ଵାସ ସେତିକି ନଥାଏ ଯେତେ ଭାଗ୍ୟ ଉପରେ ଭରସା ହୋଇଥାଏ । ଏହି ଭଳି ଲୋକଙ୍କ ସହ କିଛି ଖରାପ ହେଲେ ସେ ନିଜକୁ ନୁହ ନିଜ ଭାଗ୍ୟକୁ ଦୋଷୀ ମାନି ଥାନ୍ତି । ତେବେ ଭଗବାନ ଶ୍ରୀ କୃଷ୍ଣ କହିଛନ୍ତି ବୁଦ୍ଧିମାନ ବ୍ୟକ୍ତି ସିଏ ହୋଇଥାଏ ଯିଏ ଖରାପ ସମୟରେ ସଜାଗ ହୋଇ ରହିଥାଏ ।
ଯଦି ଆପଣ ଅଜଣା ବାଟରେ ପାଦ ଦଉଛନ୍ତି ତେବେ ଆପଣଙ୍କୁ ଗୋଟେ ଗୋଡ ଜମିରେ ଭଲ ଭାବରେ ରଖି ଆର ଗୋଡରେ ସାମ୍ନା ଜମିକୁ ଛୁଇଁ ବିଚାର କରିବା ଉଚିତ ।

ହୋଇଥାଏ ଯେ ଜମି ଭଲ କଠୋର ଅଛି ନା ଆଉ କିଛି ଅଛି । ଠିକ ସେମିତି ଜୀବନରେ କୌଣସି କାମ କରିବା ଆଗରୁ ତା ପରିଣାମ କଣ ହବ ତା ବିଷୟରେ ମଧ୍ୟ ବିଚାର କରିବା ଆବଶ୍ୟକ ହୋଇଥାଏ । ଭଗବାନ ଶ୍ରୀ କୃଷ୍ଣ କହିଥିଲେ ଘର ନିର୍ମାଣ ସମୟରେ ଯଦି ବେସ ଭଲ ଭାବରେ ତିଆରି ନକରା ଯାଏ ତେବେ ଉପରେ ଯେତେ ସୁନ୍ଦର ଯାହା କଲେ ମଧ୍ୟ ଇମାରତ ବହୁତ ଦିନ ପର୍ଯ୍ୟନ୍ତ ରହିବ ନାହିଁ ଦିନେ ନା ଦିନେ ଭୁସୁଡି ପଡିବ । ସେଥିପାଇଁ ଯାହା କରନ୍ତୁ ଭବିଷତ ବିଷୟରେ ଚିନ୍ତା କରି କରିବା ଉଚିତ ହୋଇଥାଏ ।

ଭଗବାନ ଶ୍ରୀ କୃଷ୍ଣ କହିଥିଲେ ମଣିଷ ଜୀବିତ ପ୍ରାଣୀ ମାନଙ୍କ ମଧ୍ୟରୁ ସବୁଠାରୁ ପରିଶ୍ରମୀ ପ୍ରାଣୀ ଅଟେ କିନ୍ତୁ କଣ ଆପଣ ଜାଣିଛନ୍ତି ମଣିଷ ନିଜ କଷ୍ଟ ବା ପରିଶ୍ରମ କମ କରିବା ପାଇଁ ଯେତେବେଳେ ଶର୍ଟ କଟ ରାସ୍ତା ଆପଣେଇ ଥାଏ ସେତେବେଳେ ତାନ ନାଶ ଆରମ୍ଭ ହୋଇଥାଏ । ତେବେ ଜୀବନରେ ସବୁବେଳେ ନିଜ ପରିଶ୍ରମ ଦ୍ଵାରା ସବୁ କିଛି ପାଇବା ପାଇଁ ଚେଷ୍ଟା କରନ୍ତୁ କାହିଁକିନା ଶର୍ଟ କଟରେ ଆପଣଙ୍କୁ କିଛି ପ୍ରାପ୍ତ ହବ ନାହିଁ । ଆପଣ ମାନେ କେବେ ଲୁହା ଓ ଚୁମ୍ବକ ଦେଖିଥିବେ ଓ ଏହା ମଧ୍ୟ ଦେଖିଥିବେ ଯେ ଚୁମ୍ବକ କେମିତି ଲୁହାକୁ ନିଜ ଆଡକୁ ଆକର୍ଷିତ କରିଥାଏ କାହିଁକିନା ଚୁମ୍ବକ ସ୍ଵଭାବରେ ଆକର୍ଷଣ ଅଛି ।

ଠିକ ସେମିତି ଆମ ବିଚାରରେ ମଧ୍ୟ ଆକର୍ଷଣ ହୋଇଥାଏ, ଓ ଆମ ବିଚାର ଚୁମ୍ବକ ସବୁବେଳେ ନିଜ ଭଳି ବିଚାରକୁ ନିଜ ଆଡକୁ ଆକର୍ଷିତ କରିଥାଏ । ଯେମିତି କୁହା ଯାଇଛି ଯାହା ଭାବିବ ତାହା ପାଇବ ଯଦି ବିଚାର ଧାରା ଖରାପ ଅଛି ତେବେ ତାହା ହିଁ ଆପଣ ପାଇବେ । ଯିଏ ସବୁକିଛି ତ୍ୟାଗ କରି କେବଳ ଇଶ୍ଵରକୁ ପ୍ରାପ୍ତ କରିବାରେ ଲାଗିଥାଏ ତାକୁ ଇଶ୍ଵର ହିଁ ପ୍ରାପ୍ତ ହୁଅନ୍ତି ।
ଆପଣଙ୍କୁ ଆମର ଏଇ ଆର୍ଟିକିଲ୍ ଟି କେମିତି ଲାଗିଲା କମେଣ୍ଟ ରେ ଜଣାନ୍ତୁ, ଭଲ ଲାଗିଥିଲେ ଲାଇକ ଓ ଶେୟାର ନିଶ୍ଚୟ କରନ୍ତୁ । ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।