ବନ୍ଧୁଗଣ ଆପଣ ମାନେ ହନି ଟ୍ରାପ ଅର୍ଚ୍ଚନା ନାଗ ଙ୍କ କଳା କାରନାମା ବିଷୟରେ ବେଶ ଭଲ ଭାବେ ଜାଣିଥିବେ । ସେ ବଡ ବଡ ନେତା, ଶିଲ୍ପପତି, ବିଲଡର ମାନଙ୍କୁ ପ୍ରେମ ଜାଲରେ ଫସାଇ ପରେ ତାଙ୍କ ସହ ଶାରୀରିକ ସମ୍ପର୍କ ରଖୁଥିଲା । ଆଉ ତା ପରେ ଅର୍ଚ୍ଚନା ନିଜର ଅସଲ ରୂପ ଦେଖାଉ ଥିଲେ ଭିଡିଓ ଜରିଆରେ ବ୍ଲାକ ମେଲିଙ୍ଗ କରି । ଯାହାକୁ ନେଇ ଏବେ ସାରା ରାଜ୍ୟରେ ଚର୍ଚ୍ଚା ଲାଗି ରହିଛି । ସୁନ୍ଦର ଅର୍ଚ୍ଚନା ନାଗ ଙ୍କୁ ନେଇ ଆସିଛି ଆଉ ଏକ ବଡ ଖବର । ସୁନ୍ଦରୀ ଅର୍ଚ୍ଚନା କୁଆଡେ ରାଣୀ ମହୁମାଛି ପାଲଟି ଥିଲା ।
ଆଉ ଟିକେ ଟିକେ ମହୁ ଆମ ଓଡିଆ ସୁନ୍ଦରୀ ଓଡିଆ କଳାକାର ଙ୍କୁ, ଓଡିଆ ହିରୋଇନ ଙ୍କୁ କାଳେ ଦେଇଥିଲା । ଯେଉଁ ମାନଙ୍କ ପାଇଁ ଠିକଣା ଏବେ ଇଡି ପାଇ ସାରିଲାଣି । ବର୍ତ୍ତମାନ ସମୟରେ ଇଡି ଅର୍ଚ୍ଚନା ଙ୍କ ଆର୍ଥିକ ସମ୍ପତି କୁ ନେଇ ଖୋଳତାଡ କରୁଛି ଠିକ ସେହି ସମୟରେ ଆଉ ଏକ ଚାଞ୍ଚଲ୍ୟକର ତଥ୍ୟ ଇଡି ହାତରେ ଲାଗିଛି । ଅନେକ କିଛି ଟଙ୍କା ଅର୍ଚ୍ଚନା ଓଡିଆ ମହିଳା କଳାକାର ଙ୍କୁ ଦେଇଥିଲା । ଓଡିଆ ହିରୋଇନ ଙ୍କୁ ଦେଇଥିଲା । ଏମିତିକି କିଛି ଖବର ଆସିବା ପରେ ଏବେ ସମତେ ଚିନ୍ତା ରେ ପଡି ଯାଇଛନ୍ତି ।
ହଁ ଦର୍ଶକ ବନ୍ଧୁ ଅର୍ଚ୍ଚନା ସବୁ ଟଙ୍କା ବଡ ବଡ ଲୋକଙ୍କ ଠାରୁ ଆଣିଛି । କିନ୍ତୁ ଅର୍ଚ୍ଚନା ସୁନ୍ଦରୀ ମହିଳା କଳାକାର ଙ୍କୁ ଦେଇଛି ଯାହାର ନାଁ ଏବେ ଇଡି ଜାଣି ସାରିଛି । ଆଉ ସେହି ଓଡିଆ ର ମହିଳା କଳାକାର ମାନଙ୍କୁ କୁଆଡେ ଇଡି ନୋଟିସ କରି ସାରିଛି । ଯାହାକୁ ନେଇ ଏବେ ଚର୍ଚ୍ଚା ଦାଣ୍ଡ ରେ ହାଟରେ ଗଡୁଛି । ଆଉ ଯେତେବେଳେ ଇଡି ସବୁ କଥାକୁ ନେଇ ତଦନ୍ତ କରୁଛି ଠିକ ସେତିକି ବେଳେ ଆଉ ଏକ ତାରକା ହୋଟେଲ କୁ ନେଇ ଅର୍ଚ୍ଚନା ଙ୍କର ଲିଙ୍କ ଅଛି ବୋଲି ଜାଣି ସାରିଲାଣି ।
ଆଉ ଦିନେ ଦୁଇ ଦିନ ପରେ ଇଡି ତାରକା ହୋଟେଲ କୁ କୁଆଡେ ନୋଟିସ କରିପାରେ ଯାହା ସୂଚନା ରହିଛି । ଖାଲି ସେତିକି ନୁହେଁ ବରଂ ଅର୍ଚ୍ଚନା ଏହାରି ଭିତରେ ଦୁଇ ଟି ନୂଆ କାର କିଣିଥିଲା । ଗୋଟେ କାର କୁ ଇଡି ଜବତ କରିଛି ଆଉ ସେହି କାର ର ସୋ ରୁମର ମାଲିକ ବି ନୋଟିସ ଜାରି କରିଛି ଇଡି । କିନ୍ତୁ ଏବେ ପ୍ରଶ୍ନ ଉଠୁଛି ଆଉ ଏକ କାର କେଉଁଠି ଅଛି ?
ଯାହାର ସନ୍ଧାନ ପାଉ ନାହି ଇଡି । ତେବେ ଏହି କାର ମିଳିବା ପରେ ଏହି କାର କିନା ଯାଇଥିବା ସୋ ରୁମର ମାଲିକ ଙ୍କୁ ବି ଇଡି ନୋଟିସ କରିବ ଯାହାକୁ ନେଇ ଖବର ଏବେ ଆସୁଛି । ବନ୍ଧୁଗଣ ଆପଣ ମାନଙ୍କର ଏହି ଖବର କୁ ନେଇ ମତ ଆମକୁ କମେଣ୍ଟ ଜରିଆରେ ଜଣାଇବେ, ଧନ୍ୟବାଦ ।