ଝିଅ ମାନକୁ କେତେ ବୟସ ହେଲେ ସେମାନେ ଅଧିକ ରୋମାଣ୍ଟିକ ହୋଇଥାନ୍ତି।

ମନୁଷ୍ୟ ଜୀବନ ର ସବୁଠାରୁ ରଙ୍ଗିନ ଅବସ୍ଥା ହେଉଛି ଯୌବନ ଅବସ୍ଥା । ଏହା ଏକ ଗୁରୁତ୍ୱପୂର୍ଣ୍ଣ ବୟସ ହୋଇଥାଏ । ଏହି ବୟସରେ ସମସ୍ତଙ୍କୁ ଦେଖିଚାହିଁ ଚାଲିବାକୁ ପଡେ । ଏହି ବୟସ ଏମିତି ହୋଇଥାଏ ଯେତେବେଳେ ଜୀବନର ମହତ୍ୱ ଆମେ ବୁଝିପାରୁ । ଏହାକୁ ଠିକରେ ଉପଭୋଗ କରିପାରୁ । ଏହି ବୟସ ର ସ୍ମୃତି ସାରା ଜୀବନ ଆମ ସହ ରହିଥାଏ । କିନ୍ତୁ ଏମିତି କେଉଁ ବୟସ ଥାଏ ଯେତେବେଳେ ଝିଅ ମାନେ ଅଧିକ ରୋମାଣ୍ଟିକ ହୋଇଥାନ୍ତି ?

ଆସନ୍ତୁ ଜାଣିବା ସେ ବିଷୟରେ । କୁହାଯାଏ ପୁଅମାନଙ୍କ ଠାରୁ ଝିଅ ମାନେ ଭାବନା ଶକ୍ତି ରେ ଅଧିକ ବଡ ହୋଇଥାନ୍ତି । ଭଲପାଇବା ର ଅନୁଭୂତି ପୁଅଙ୍କ ତୁଳନାରେ ଝିଅଙ୍କୁ ଅଧିକ ହୋଇଥାଏ । କିନ୍ତୁ ସେମାନେ ଏହାକୁ କାହାକୁ କହିପାରନ୍ତି ନାହିଁ । ସାଧାରଣତଃ ଝିଅ ମାନେ ୨୨ ରୁ ୩୦ ବର୍ଷ ବୟସରେ ବିବାହ ପାଇଁ ଉପଯୁକ୍ତ ଥାନ୍ତି ।

ଯଦି କେହି ସେମାନଙ୍କ ନିକଟତର ହେବାକୁ ଚେଷ୍ଟା କରେ , ଯଦି ସେ ପୁଅ ସେ ଝିଅ ର ପସନ୍ଦ ର ହୋଇଥାଏ ତେବେ ରୋମାନ୍ସ ର ଅନୁଭୂତି ଝିଅଙ୍କୁ ଆଗ ଆସେ । କିନ୍ତୁ ସେମାନେ କେବେ ବି ଏକଥା କୁହନ୍ତି ନାହିଁ । ବିବାହ ପରେ ସ୍ବାମୀ ଙ୍କ ତୁଳନାରେ ସ୍ତ୍ରୀ ମାନେ ଚାହାନ୍ତି ରୋମାନ୍ସ କରିବା ପାଇଁ ।

କିନ୍ତୁ ସେମାନେ ଇଚ୍ଛା କରନ୍ତି କି ତାଙ୍କ ଠାରୁ ତାଙ୍କ ସ୍ବାମୀ ଅଧିକ ରୋମାଣ୍ଟିକ ହୋଇଥାଉ । ତେଣୁ ଯଦି ସ୍ୱାମୀ ସବୁବେଳେ ଏମିତି ଭଲପାଇବା ର ଅନୁଭବ କରାଉଥିବ ତେବେ ଏମିତି ବୈବାହିକ ଜୀବନ ସବୁବେଳେ ସୁଖ ଆଉ ଶାନ୍ତିରେ ରହିବ । କେବେ ବି କିଛି କଥା କୁ ନେଇ କଳହ ହବନି । ତେଣୁ ମନେରଖନ୍ତୁ ସ୍ତ୍ରୀ ମାନେ କେବେ ନିଜ ଫିଲିଙ୍ଗସ କୁହନ୍ତି ନାହିଁ । ଏକଥା ଆପଣଙ୍କୁ ହିଁ ବୁଝିବାକୁ ପଡ଼ିବ ।

Leave a Reply

Your email address will not be published. Required fields are marked *