ଜୀବନରେ ଏହି ୨ଟି କାମ କେବେବି କରନ୍ତୁ ନାହିଁ- Krishna Vani 

ଆପଣ ମାନେ କଣ ଏହା ଜାଣିଛନ୍ତି ଯେ ଦୁନିଆରେ ସବୁଠାରୁ ବଡ ପାପ କଣ ଓ ଏହାର ଦଣ୍ଡ କଣ ମିଳିଥାଏ । ତେବେ କିଛି ଲୋକ କହିବେ, ଦୂଷକର୍ମ ବା ଚୋରୀ ବା ହତ୍ୟା ଓ ଅନ୍ୟ କେତେକ ଲୋକଙ୍କ ଅଲଗା ଅଲଗା ଉତ୍ତର ହୋଇଥିବ । ତେବେ ଏହାର ଦଣ୍ଡ କଣ ବହୁତ ଲୋକଙ୍କର ବହୁତ ଉତ୍ତର ହୋଇଥିବ କିନ୍ତୁ କଣ ଆପଣ ଜାଣିଛନ୍ତି ଶାସ୍ତ୍ରରେ କଣ ଲେଖା ହୋଇଛି । ତେବେ ଭଗବାନ ମଧ୍ୟ କହିଛନ୍ତି ଯେ ମଣିଷ ଜୀବନରେ ବହୁତ ଭଲ ସମୟ ଆସିଥାଏ ଓ ବହୁତ ଖରାପ ସମୟ ମଧ୍ୟ ଆସିଥାଏ ।

ତେବେ ଭଲ ସମୟରେ ଅଧିକ ଖୁସି ହୋଇ ଭୁଲ କାମ ଯିଏ କରନ୍ତି ନାହିଁ ଓ ଖରାପ ସମୟରେ ସତ ରାସ୍ତା ବଦଳି ଖରାପ ରାସ୍ତାକୁ ଯିଏ ଯାଇ ନଥାଏ ସେହି ଭଳି ବ୍ୟକ୍ତିଙ୍କୁ ଭଗବାନ ସାଥି ହୋଇଥାନ୍ତି ଓ ତାଙ୍କୁ ସାହାଯ୍ୟ କରିଥାନ୍ତି ।

Image Courtesy: Google

୧. ତେବେ ଶାସ୍ତ୍ରରେ ଲେଖା ହୋଇଛି ଦୁନିଆର ସବୁଠାରୁ ବଡ ପାପ କୌଣସି ଦୁର୍ବଳ ବ୍ୟକ୍ତି ଉପରେ ଜୋର ଦେଖେଇବା ଓ ତାଙ୍କୁ କଷ୍ଟ ଦବା ଅଟେ । ଆଜିକା ସମୟରେ ପ୍ରାୟତାଃ ଲୋକ ସମସ୍ତଙ୍କୁ ନିଜ ଠାରୁ ଦୁର୍ବଳ ମନେ କରନ୍ତି ଓ ଅନ୍ୟ ମାନଙ୍କୁ କଷ୍ଟ ଦେଇଥାନ୍ତି ତେବେ ଆପଣଙ୍କୁ ମଧ୍ୟ ଏହାର ଧ୍ୟାନ ରଖିବା ଉଚିତ ଯେ ଆପଣଙ୍କ ଦ୍ଵାରା କୌଣସି ଦୁର୍ବଳ ବ୍ୟକ୍ତି କଷ୍ଟ ଯେମିତି ନପାଉ ।

Image Courtesy: Google

ନଚେତ ଆପଣଙ୍କ ଜୀବନରେ ବହୁତ କିଛି ଖରାପ ହୋଇଥାଏ । ତେବେ ଏହାର ଦଣ୍ଡ ତାହା ହୋଇଥାଏ ଯାହା ସେହି ଦୁର୍ବଳ ବ୍ୟକ୍ତି ପାଟିରୁ ବାହାରିଥାଏ । ଯଦି କୌଣସି ଦୁର୍ବଳ ବ୍ୟକ୍ତିକୁ ଆପଣ ଅସୁବିଧା କରନ୍ତି ତେବେ ଆପଣଙ୍କ ସମୟ ଖରାପ ଚାଲିବା ଆରମ୍ଭ ହୋଇଥାଏ ଓ ଆପଣ ନିଜ ଜୀବନରେ ବହୁତ କଷ୍ଟ ପାଇଥାନ୍ତି ।

Image Courtesy: Google

୨. ତେବେ ଶାସ୍ତ୍ରରେ ମଧ୍ୟ ଲେଖା ହୋଇଛି ଓ ଆମ ପୂର୍ବ ପୁରୁଷ ମାନେ ମଧ୍ୟ କହୁଥିଲେ ସାଙ୍ଗ ହବାର ଅଛି ତେବେ ସଜନ ବ୍ୟକ୍ତି ମାନଙ୍କ ସହ ହୁଅନ୍ତୁ କାହିଁକିନା ଦୁଷ୍ଟ ବ୍ୟକ୍ତି ଆପଣଙ୍କ ସକାରାତ୍ମକ ଭାବନାକୁ ମଧ୍ୟ ନକାରାତ୍ମକ କରିଥାଏ ।

ମଣିଷକୁ ସାଙ୍ଗ ବନେଇବାରେ ସାବଧାନ ରହିବା ଉଚିତ କାହିଁକିନା ଭଲ ସାଙ୍ଗ ଜୀବନ ବଦଳି ଦିଅନ୍ତି କିନ୍ତୁ ଖରାପ ସାଙ୍ଗ ଆପଣଙ୍କ ଜୀବନ ବର୍ବାଦ କରିଥାନ୍ତି । ତେବେ ଶାସ୍ତ୍ରରେ କୁହା ଯାଇଛି କୋଇଲା ଖଣିରେ ଗଲେ ଯେତେ ବଞ୍ଚେଇଲେ ମଧ୍ୟ କଳା ବସ୍ତ୍ର ଉପରେ ଲାଗିଥାଏ ଠିକ ସେମିତି ଖରାପ ଲୋକଙ୍କ ସହହ ରହିଲେ ମନ ଭିତରେ ଖରାପ ଭାବନା ନିଶ୍ଚିନ୍ତ ଆସିଥାଏ ।

ବନ୍ଧୁଗଣ ଆପଣଙ୍କୁ କେମିତି ଲାଗିଲା ଲେଖାଟି କମେଣ୍ଟରେ ଲେଖିବେ ଓ ଶେୟାର କରିବେ । ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *