ଚଉଠି ରାତିରେ ଥାନାରେ ପହଞ୍ଚିଲା କନ୍ୟା, କାରଣ ଜାଣିଲେ ଆଶ୍ଚର୍ଯ୍ୟ ହୋଇଯିବେ ଆପଣ

ନମସ୍କାର ବନ୍ଧୁଗଣ, ଆପଣମାନଙ୍କୁ ଆମର ଏହି ଲେଖାକୁ ସ୍ଵାଗତ । ସବୁଦିନ ଭଳି ଆଜି ବି ଆମେ ଆପଣଙ୍କ ପାଇଁ ନେଇ ଆସିଛୁ ଏକ ନୂଆ ଖବର । ଆଜି ଆମେ ଆପଣଙ୍କୁ ଏକ ଏଭଳି ଘଟଣା ବିଷୟରେ କହିବାକୁ ଯାଉଛୁ ଯାହା ବିଷୟରେ ଶୁଣି ଆପଣ ଆଶ୍ଚର୍ଯ୍ୟ ହୋଇଯିବେ କି ଆଜି ଭଳି ଦିନରେ ବି ଏମିତି ଘଟୁଛି । ଆଜି ଯେଉଁଠି ଦୁନିଆ ଚାନ୍ଦରେ ପହଞ୍ଚିଲାଣି ସେଠି ପୁଣି ଏଭଳି ଲୋକ ଅଛନ୍ତି ଯେଉଁମାନେ ସାମାନ୍ୟ କିଛି ଟଙ୍କା ପାଇଁ ନିଜର ସ୍ତ୍ରୀ ଉପରକୁ ହାତ ଉଠାଇବାକୁ ପଚଉ ନାହାନ୍ତି । ଆଜ୍ଞା ହଁ ଯୌତୁକ ଲୋଭୀ ସ୍ଵାମୀ ର ଏକ ଏଭଳି ଘଟଣା ଯାହା ବିଷୟରେ ଆଜି ଆମେ ଆପଣଙ୍କୁ କହିବାକୁ ଯାଉଛୁ । ଗତ ୭ ତାରିଖ ଦିନ ଦେବୀ ପ୍ରସାଦ ଓ ବନ୍ଦନାଙ୍କର ବିବାହ ହୋଇଥିଲା ।

Image Courtesy: Google

ଏହି ଘଟଣା ହେଉଛି ଭୁବନେଶ୍ବର ସ୍ଥିତ ଭିଏସ୍‌ଏସ୍‌ନଗର ରେ ରହୁଥିବା ଦେବୀ ପ୍ରସାଦଙ୍କର । ଯିଏ ଗତ ୭ ତାରିଖ ଦିନ ପୁରୀ ଜିଲ୍ଲା ନିମାପଡ଼ା ଥାନା ଅନ୍ତର୍ଗତ ଶଗଡ଼ା ଗ୍ରାମର ପ୍ରଦୀପ୍ତ ସେନାପତିଙ୍କ ଝିଅ ବନ୍ଦନା ସେନାପତିଙ୍କ ସହ ବିବାହ କରିଥିଲେ । ସେ କନ୍ୟା ଘର ଉପରେ ଯୌତୁକ ପାଇଁ ବହୁତ ଚାପ ପକାଇଥିଲେ । ଯେଉଁଥି ପାଇଁ ଝିଅ ଘର ଲୋକେ ବାହାଘରରେ ଯେମିତି ଦେବା କଥା ସବୁ ଜିନିଷ ଯେମିତିକି ନଗଦ ଅଢେଇ ଲକ୍ଷ ଟଙ୍କା ସହ ବାକି ସବୁ ଗହଣା, ଜିନିଷପତ୍ର ଆଦି ଦେଇଥିଲେ । ଏହା ପରେ ବି ସେମାନେ ଆହୁରି ଦେଢ ଲକ୍ଷ ଟଙ୍କା ଦାବି କରିଥିଲେ ଓ ଯାହା ସେମାନେ ପରେ ଦେବେ ବୋଲି କହିଥିଲେ ।

Image Courtesy: Google

ତେବେ ଚତୁର୍ଥୀ ଦିନ ମଧ୍ୟ ସେମାନେ ଏତେ ଗୁଡେ ଟଙ୍କା ଯୋଗାଡ କରି ନ ଦେଇ ପାରିବାରୁ ଦେବୀ ପ୍ରସାଦ ନିଜ ସ୍ତ୍ରୀ ସହ ଏହି କଥାକୁ ନେଇ ଝଗଡା କରିଥିଲେ ଓ କେବଳ ସେତିକି ନୁହେଁ ସେ ତାଙ୍କୁ ନୃଶଂସ ଭାବେ ମାଡ ବି ମାରିଥିଲେ । ବନ୍ଦନା ଏହି ସବୁ ବିରୋଧ  କରି ରାତାରାତି ସହିଦ ନଗର ଥାନାରେ ସେମାନଙ୍କ ନାଁରେ ଅଭିଯୋଗ କରିଥିଲେ ।

Image Courtesy: Google

ଯାହା ଫଳରେ ସହିଦନଗର ଥାନା ପୋଲିସ ଯୌତୁକ ନିର୍ଯାତନା ମାମଲା ରୁଜୁ କରି ଦେବୀ ପ୍ରସାଦଙ୍କୁ ଗିରଫ କରିବା ପରେ କୋର୍ଟ ଚାଲାଣ କରିଛି ।  ଆଜିର ଯୁଗ ଯାଇ କେଉଁଠି ପହଞ୍ଚିଲାଣି ତଥାପି ଏଭଳି ଲୋକ ଏ ଦୁନିଆରେ ଅଛନ୍ତି ଯେଉଁନମାନଙ୍କ ଚିନ୍ତା ଧାରା ଏତେ ନିମ୍ନ ଅଟେ । ଏହି ଘଟଣାକୁ ନେଇ ଆପଣଙ୍କ ମତାମତ କମେଣ୍ଟ କରନ୍ତୁ । ଆଗକୁ ଅପଡେଟ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *