ଆଜି କାଲି ପ୍ରାୟତଃ ଝିଅ ମାନଙ୍କର ମଧ୍ୟରେ ଗୋଟିଏ ସମସ୍ୟା ରହିଥାଏ ଅନିୟମିତତା ଋତୁସ୍ରାବ । ତେବେ ଏହି ଅନିୟମିତତା ଋତୁସ୍ରାବ ଅନେକ କାରଣରୁ ହୋଇଥାଏ । ନିୟମିତ ଋତୁସ୍ରାବ ର ଲକ୍ଷଣ ହେଉଛି ୨୧ ରୁ ୩୫ ଦିନ ବ୍ୟବଧାନ ରେ ଋତୁସ୍ରାବ ହେବା । ୨ ରୁ ୭ ଦିନ ଯାଏଁ ରକ୍ତଶ୍ରାବ ହେବା । ୫ମିଲି ରୁ ୭ମିଲି ପର୍ଯ୍ୟନ୍ତ ରକ୍ତ ସ୍ରାବ ହେବା । ତେବେ ଅନିୟମିତତା ଋତୁସ୍ରାବ ର ବିଭିନ୍ନ ବୟସ କୁ ନେଇ ବିଭିନ୍ନ କାରଣ ହୋଇଥାଏ । ଯେମିତିକି ଆମର ପିୟୁବିଟାଲ ବୟସ ।
ଏମାନଙ୍କ କ୍ଷେତ୍ରରେ anovulatory cycle ବା ଇଜିଷ୍ଟ୍ରୋନେ ଉପରେ ନିର୍ଭର ଥାଏ । ଏହାର ଲକ୍ଷଣ ହେଉଛି ଅନିୟମିତତା ୠତୁଶ୍ରାବ, ବେଶୀ ଯନ୍ତ୍ରଣା ଓ ବେଶୀ ରକ୍ତ ସ୍ରାବ ହେବା । ଏବେ ଆମେ reproductive ବୟସର ଅନିୟମିତତା ୠତୁଶ୍ରାବ ର କାରଣ ଜାଣିବା । ୧ମ କାରଣ ଗର୍ଭପାତ । ସାଧାରଣତଃ ଗର୍ଭପାତ ସମୟରେ ୠତୁଶ୍ରାବ ବନ୍ଦ ହୋଇଯାଇଥାଏ ।
କିନ୍ତୁ ଅନେକ ଜାଗାରେ ଏପରି ମଧ୍ୟ ହୋଇଥାଏ କି ଆପଣଙ୍କର spot bleeding ହୁଏ । ଅର୍ଥାତ ଗର୍ଭପାତ ଅବସ୍ଥାରେ ମଧ୍ୟ ୠତୁଶ୍ରାବ ୧ ମାସ ହୋଇଯାଇଥଏ । ତେଣୁ ଯେଉଁ ମାସରେ ଆପଣ ଶାରୀରିକ ସମ୍ପର୍କ ରଖିଥିବେ ପିରିୟଡ୍ସ ଯଦି ସେହି ମାସରେ ନ ହୁଏ ଆପଣ ପିରିୟଡ୍ସ ତାରିଖର ୮ ଦିନ ମଧ୍ୟରେ pregnancy test କରିବା ଉଚିତ । ୨ୟ କାରଣ ପୋଲିପ । ଏହା ଏକ non cancers group ଏହା ଆମ uterus line ରେ uterine cavity ରେ ଝୁଲିକି ରହିଥାଏ ।
ଏଥିରେ ଆପଣଙ୍କର ଅନିୟମିତତା ୠତୁଶ୍ରାବ ହୋଇଥାଏ । ଆଭ୍ୟନ୍ତରୀଣ ରକ୍ତଶ୍ରାବ ହୋଇଥାଏ ଅର୍ଥାତ ଆପଣଙ୍କର ଦୁଇଟି ୠତୁଶ୍ରାବ ମଧ୍ୟରେ ରକ୍ତଶ୍ରାବ ହୋଇଥାଏ । ଆହୁରି ଅନେକ କାରଣ ଅଛି ଯେପରି adenomyosis, endometriosis ଏଥିରେ ଆପଣଙ୍କର ତଳ ପେଟ ବହୁତ କାଟିଥାଏ ଓ ଯନ୍ତ୍ରଣା ହୋଇଥାଏ । ୩ ୟ କାରଣ ପିସିଓଡୀ । ଏଥିରେ ଆନଡୋମିଷ ହରମୋନ ଅଧିକ ରହିଥାଏ । ଓ ଆମ ଗର୍ଭାଶୟ ରେ ଛୋଟ ଛୋଟ ଅନେକ ଫଲିକ ସୃଷ୍ଟି ହୋଇଥାଏ ।
ହରମୋନ କମ ହୋଇଥାଏ ଓ ଏଲଏଛ ବଢିଥାଏ । ପ୍ରୋଜେଷ୍ଟ୍ରୋନେ କମ ଥାଏ । ତେଣୁ ପିସିଓଡୀ ରେ ଅନିୟମିତତା ପିରିୟଡ୍ସ ହୋଇଥାଏ ରକ୍ତସ୍ରାବ ଠିକ ଭାବେ ହୋଇ ନଥାଏ । ତେବେ ଏହା ଯଦି ଆପଣ ଠିକ ଭାବେ ଖାଦ୍ୟ ଖାଇବେ ନାହିଁ ।
ମାନସିକ ଚିନ୍ତା କରିବେ ଓ ଅଧିକ ମୋଟା ହେଲେ ହୋଇଥାଏ । ୪ର୍ଥ କାରଣ ପେରିମନୋପଜ ଏଥିରେ ଆପଣଙ୍କର ଆଗରୁ ଯଦି ରକ୍ତଶ୍ରାବ ଠିକ ହୋଇଥିବ ଏହା ହେବା ପରେ ଅନିୟମିତତା ପିରିୟଡ୍ସ ହେବ । ରକ୍ତଶ୍ରାବ ବହୁତ ହେବ । ପେଟ ଯନ୍ତ୍ରଣା ହେବ । ଏହାର ଲକ୍ଷଣ ହେଉଛି ବାରମ୍ବାର ପରିଶ୍ରା ଲାଗିବା, ଗୋଡ଼ ହାତ ବିନ୍ଧିବା, ଯଏଣ୍ଟ ବିନ୍ଧା ହେବା, ଚର୍ମ ଶୁଷ୍କ ହେବା,
ଅଣନିଶ୍ବାସୀ ଲାଗିବା , ଛାତି ଧଡ଼ ଧଡ଼ ହେବା , ୟୁରିନ ଇଂଫକ୍ସନ ହେବା । ଏହି ସବୁ ଲକ୍ଷଣ ରୁ ଅନିୟମିତତା ପିରିୟଡ୍ସ ହୋଇଥାଏ । ଯଦି ଆପଣଙ୍କର ଅନିୟମିତତା ୠତୁଶ୍ରାବ ହଉଥାଏ ତେବେ ଆପଣ ନିଜ ଡାକ୍ତରଙ୍କୁ ପରାମର୍ଶ କରନ୍ତୁ ।