କାହିଁକି ଅପରେସନ କରି ଲିଙ୍ଗ ପରିବର୍ତ୍ତନ କଲେ Suman? କଣ କହୁଛନ୍ତି ଏ ବିଷୟରେ ଜାଣନ୍ତୁ ତାଙ୍କ ମୁହଁରୁ…ଦେଖନ୍ତୁ Video

ନମସ୍କାର ବନ୍ଧୁଗଣ, ଆଜି ଆମେ ଆପଣଙ୍କୁ ସୁମନ ମହାକୁଡୁ ଯିଏ କି ଟ୍ରାନ୍ସମ୍ୟାନ ଯିଏ ତାଙ୍କର ଲିଙ୍ଗ ପରିବର୍ତ୍ତନ କରିଛନ୍ତି ସେ ଏକ ସାକ୍ଷାତକାରରେ ନିଜ ଜୀବନର କାହାଣି ବିଷୟରେ କହିଛନ୍ତି ଆସନ୍ତୁ ଜାଣିବା ସଂପୂର୍ଣ୍ଣ ବିବରଣୀ । ସୁମନ ନିଜର ଲିଙ୍ଗ ପରିବର୍ତ୍ତନ କରିଛନ୍ତି ଯାହା ଆମ ସମାଜରେ ଅତି ସାଧାରଣ କଥା । ଅନେକ ପୁଅ ଅପରେସନ କରି ଝିଅ ହୋଇଛନ୍ତି ଆଉ ଝିଅ ବି ଅପରେସନ କରି ପୁଅ ହୋଇଛନ୍ତି । ସୁମନ ଗଣମାଧ୍ୟମରେ ଆଗରେ କହିଛନ୍ତି ଏଇଟା ଗୋଟେ ବଡ ଚ୍ୟାଲେଞ୍ଜ ମୁଁ ଗୋଟେ ଝିଅ ହୋଇ ଜନ୍ମ ନେଇଥିଲି ।

ମୁଁ ଫିଜିକାଲି ଝିଅ ଥିଲି କିନ୍ତୁ ମେଣ୍ଟାଲି ପୁଅ ଥିଲି । ମୁଁ ଗୋଟେ ଝିଅ ମାନଙ୍କ ପ୍ରତି ଆକର୍ଷିତ ହେଉଥିଲି । ଚ୍ୟାଲେଞ୍ଜ ତ ବହୁତ ଥିଲା ହେଲେ ତାକୁ ଫେସ କରି ଆଗକୁ ବଢିବା ବହୁତ କଷ୍ଟକର । ଏଥିରେ ୬ ମାସର ଗୋଟେ କାଉନ୍ସିଲିଙ୍ଗ ସେକ୍ସନ ରୁହେ । ଡାକ୍ତର କାଉନ୍ସିଲିଙ୍ଗ କରିବା ପରେ ଆମକୁ ଗୋଟେ ଲେଟର ଦିଅନ୍ତି । ଏଚଆରଟି ପରେ ନିଜର ଆୱାଜ ବଦଳିବା ସହ ମୁହଁ ଓ ଶରୀରର ମଧ୍ୟ ପରିବର୍ତ୍ତନ ହୋଇଥାଏ । ତାଙ୍କର ହାତ, ଗୋଡ, ମୁଣ୍ଡ ଓ ଆଙ୍ଗୁଠି ମଧ୍ୟ ବଦଳି ଯାଇଛି ବୋଲି କହିଛନ୍ତି ସୁମନ । ଓଡିଶାରେ ଏତେ ଏକ୍ସପର୍ଟ ଡାକ୍ତର ନାହାନ୍ତି ।

ସୁମନ ଆଗକୁ କହିଛନ୍ତି ସର୍ଜରୀ ଲାଇଗ ଟାଇମ ପାଇ ରୁହେ ଏଥିରେ ସାଇଡ ଇଫେକ୍ଟ ରହିଥାଏ କିନ୍ତୁ ଏ ଯାଏଁ ତାଙ୍କର କିଛି ସାଇଡ ଇଫେକ୍ଟ ହୋଇ ନାହି । ପ୍ରଥମେ ସେ ତାଙ୍କ ଘରେ ଜଣାଇଥିଲେ କିନ୍ତୁ ଆଜି ଯାଏଁ ତାଙ୍କ ପରିବାର ତାଙ୍କୁ ଗ୍ରହଣ କରିପାରି ନାହାନ୍ତି । ହେଲେ ସୁମନ ସେହି ବାପା ମାଙ୍କୁ ଧନ୍ୟବାଦ ଜଣାଇଛନ୍ତି ଯେଉଁ ଏମାନେ ନିଜ ପିଲାଙ୍କୁ ଏହି କ୍ଷେତ୍ରରେ ସପୋର୍ଟ କରିଥାନ୍ତି । ଏହି ସର୍ଜରୀରେ ୭ରୁ ୮ ଲକ୍ଷ ଟଙ୍କା ଖର୍ଚ୍ଚ କରିଛନ୍ତି ସୁମନ ଆଉ ଭୁବନେଶ୍ବରରେ କରାଇଥିଲେ ।

ଆଗକୁ ସୁମନ କହିଛନ୍ତି ଓଡିଶାରେ ଟ୍ରାନ୍ସପ୍ଳାଣ୍ଟ ର ସୁବିଧା ବିଶେଷ ଭେବ ନାହି । ଯେବେ ସୁମନଙ୍କ ପରିବାର ତାଙ୍କ ବାହାଘର ଠିକ କରିଥିଲେ ସେ ମନା କରିଦେଇଥିଲେ । ସେ ସ୍କୁଲ ଟାଇମରେ ଝିଅ ପିଲା ଡ୍ରେସ ପିନ୍ଧି ଯାଉଥିଲେ ଯାହା ତାଙ୍କୁ ବହୁତ କଷ୍ଟ ଦେଉଥିଲା । ସେ ନିଜର ଜେଣ୍ଡରକୁ ନେଇ କେବେ ଲୁଚାଇ ନାହାନ୍ତି କି ଆଗକୁ ବି ଲୁଚାଇବେ ନାହି । କିନ୍ନର ହେଉଛି କଲଚର ଆଉ ଟ୍ରାନ୍ସମ୍ୟାନ ହେଉଛି ଲିଙ୍ଗ ପରିବର୍ତ୍ତନ କରିବା ତେଣୁ କିନ୍ନର ଓ ଟ୍ରାନ୍ସମ୍ୟାନ ମଧ୍ୟରେ ଫରକ ଅଛି ଦୁହେଁ ଏକା ନୁହନ୍ତି ବୋଲି ସୁମନ କହିଛନ୍ତି ।

ତାଙ୍କ ଲାଇଫରେ ଏମିତି ଜଣେ ଅଛନ୍ତି ଯାହାକୁ ନେଇ ସୁମନ କହିଛନ୍ତି ଆଗକୁ ଦୁହେଁ ନିଜ ନିଜର ଖୁସିକୁ ଆଗରେ ରଖି ସବୁ କିଛି ନିସ୍ପତି ନେବେ । IPS ଦମ୍ପତିଙ୍କ ଝିଅ ଏହି ଥେରାପି ଅନୁସାରେ ନିଜର ଟ୍ରାନ୍ସପ୍ଳାଣ୍ଟ କରିଛନ୍ତି ସୁମନ ଏ ନେଇ କହିଛନ୍ତି ବହୁତ ବଡ ସ୍ଟେପ ନେଇଛନ୍ତି କିଛି ଅସୁବିଧା ନାହି ସେ ତାଙ୍କର କ୍ଯାରିୟରରେ ଆଗକୁ ବଢନ୍ତୁ । ତାଙ୍କର ନୂଆ ଲାଇଫ ପାଇଁ ବେଷ୍ଟ ଅଫ ଲକ ଜଣାଇଛନ୍ତି ସୁମନ । ବନ୍ଧୁଗଣ ଆପଣଙ୍କର ମତାମତ କମେଣ୍ଟ ଜରିଆରେ ଜଣାଇବେ ।

Leave a Reply

Your email address will not be published. Required fields are marked *