କଇଁଛ ଘରେ କେଉଁଠି ଓ କିପରି ରଖିଲେ ଧନର ବୃଦ୍ଧି ହୋଇଥାଏ ?

ବନ୍ଧୁଗଣ ଧର୍ମ ଶାସ୍ତ୍ର ଓ ବାସ୍ତୁ ଶାସ୍ତ୍ର ରେ ଏହା ମାନ୍ୟତା ଅଛି କି କଇଁଛ କୁ ଘରେ ରଖିବା ଅତ୍ୟନ୍ତ ଶୁଭ ହୋଇଥାଏ  ଯେଉଁ ଘରେ କଇଁଛ ରହିଥାଏ ସେଠାରେ ମା ଲକ୍ଷ୍ମୀ ସର୍ବଦା ବିରାଜମାନ କରିଥାନ୍ତି । କାରଣ ଭଗବାନ ବିଶୁଣୁଙ୍କର ଏକ ଅବତାର କଇଁଛ ଅଟେ । ଭଗବାନ ବିଶୁଣୁ କଇଁଛ ର ରୂପ ଧାରଣ କରି ସମୁଦ୍ର ମନ୍ଥନ ସମୟରେ ମନ୍ଦରାଚଳ ପର୍ବତ କୁ ନିଜ ପିଠି ରେ ଧାରଣ କରିଥିଲେ । ଆଜି ଆମେ ଜାଣିବା କଇଁଛ କୁ ଘରେ ବା ଦୋକାନ ରେ ରଖିବା ଦ୍ଵାରା କଣ ସବୁ ଲାଭ ମିଳିଥାଏ ।

ଗୁରୁବାର ଦିନ ଘରକୁ କଇଁଛ ଆଣିବା ଶୁଭ ହୋଇଥାଏ । କୁହାଯାଏ କଇଁଛ ଯେତେ ବଡ ହୋଇଥାଏ ଘରୁ ଦୁଃଖ କଷ୍ଟ ସେତେ ଦୂର ହୋଇ ଧନ ସୁଖ ସମ୍ପତି ବୃଦ୍ଧି ପାଇଥାଏ । କଇଁଛ ର ପ୍ରତିମାକୁ ଘରେ, ଦୋକାନ, ଅଫିସରେ ରଖିବା ଶୁଭ ହୋଇଥାଏ । କଇଁଛ ଯେ କୌଣସି ଧାତୁର ହେଉ ନା କହାୟଙ୍କି ତାହାକୁ ରଖିବାର ଦିଗ ହେଉଛି ଉତ୍ତର, ପୂର୍ବ, ଉତ୍ତର-ପୂବା କୋଣ । ଅଫିସ, ଘରେ ବା ଦୋକାନରେ କଇଁଛ ର ମୁଖକୁ ଐଶାନ୍ୟ କୋଣରେ ରଖିବା ଉଚିତ ।

କବାଟ ବା ମୁଖ୍ୟଦ୍ଵାର ଥିବ ସେହି ଦିଗକୁ କଇଁଛ ରଖିବା ଅନୁଚିତ । କଇଁଛ ରଖୁଥିବା ପାତ୍ରରେ ସର୍ବଦା ପାଣି ବଦଳାଇବା ଉଚିତ । ବାସ୍ତୁ ଅନୁଯାୟୀ ଘରେ କଇଁଛ ରଖିବା ଦ୍ଵାରା ସମସ୍ତଙ୍କର ଆୟୁଷ ବୃଦ୍ଧି ପାଇଅଥାଏ । ଏବେ ଆସନ୍ତୁ ଜାଣିବା କେଉଁ ପ୍ରକାରର କଇଁଛ କେଉଁ ଫଳ ଦେଇଥାଏ ।

1- ଯେଉଁ ମାନଙ୍କର ସନ୍ତାନ ହେଉ ନ ଥାଏ ସେମାନେ ଏଭଳି କଇଁଛ ରଖିବା ଅବୁଚିତ ଯାହାର ପିଠି ଉପରେ ଛୁଆ କଇଁଛ ବସିଥିବ ।

2- ଯେଉଁ ବ୍ୟକ୍ତିଙ୍କର ଯେତେ ଚେଷ୍ଟା ଆକରୀ ମଧ୍ୟ ଧନ ସମସ୍ଯା ଲାଗି ରାହୁଥାଏ ସେହି ବ୍ୟକ୍ତି କ୍ରିଷ୍ଟାଲ ଧାତୁର କଇଁଛ ଓ ବଏଲ ରେ ଜଳ ଦେଇ ଦୋକାନ, ଅଫିସ ବା ଘରେ ରଖିପାରିବେ । ଏପରି କରିଲେ ଧନ ସମସ୍ଯା ଦୂର ହୁଏ ।

3- ବ୍ୟବସାୟ ବା ଅଫିସରେ କ୍ଷତି ହେଉଥିଲେ ଉନ୍ନତି ପାଇବା ପାଇଁ ମେଟାଲ କଇଁଛ ରଖିବା ଉଚିତ । ଏପରି କରି ବ୍ୟାପାରରେ ବୃଦ୍ଧି ହେବ ସହ କରଜ ରୁ ମୁକ୍ତି ମିଳିଥାଏ ।

4- ପ୍ରତି ଦିନ କୌଣସି ରୋଗରରେ ରୋଗାଗ୍ରସ୍ତ ହେଉଥାନ୍ତି ତେବେ ଘରେ ମାଟି ର କଇଁଛ ରଖିବା ଲାଭଦାୟକ ହୋଇଥାଏ ।

5- ନୂଆ ବ୍ୟବସାୟ ବା ଦୋକାନ ଆରମ୍ଭ ପାଇଁ ରୂପା ର କଇଁଛ ରୂପାର ପାତ୍ରରେ ରଖିଲେ ଲାଭଦାୟକ ହୋଇଥାଏ । ଏପରି କରିଲେ ବ୍ୟବସାୟରେ ଉନ୍ନତି ହୋଇଥାଏ ।

6- ପରୀକ୍ଷା ରେ ସଫଳତା ପାଇବା ପିଲା ମାନେ ପିତଳ ର କଇଁଛ ପିତଳ ପାତ୍ରରେ ରଖିଲେ ସଫଳତା ନିଶ୍ଚୟ ମିଳିଥାଏ ।

7- ଘରର ସଦସ୍ୟଙ୍କ ମଧ୍ୟରେ କୌଣସି ନା କୌଣସି କାରଣରୁ କଳହ ହେଉଥାଏ ତେବେ ଘରେ ଯୋଡା କଇଁଛ ରଖିବା ଦ୍ଵାରା ଏହା ଦୂର ହୋଇଥାଏ ।

ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *