କଳିଯୁଗର ୫ଟି ସତ୍ୟ କଥା, ଜାଣିଲେ ଆପଣ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯିବେ

ହିନ୍ଦୁ ଧର୍ମରେ ଶାସ୍ତ୍ର ଏବଂ ଗ୍ରନ୍ଥ ବହୁତ ମାନ୍ୟତା ଅଟେ ଏବଂ ଆମ ହିନ୍ଦୁ ଧର୍ମ ମହାନ ଗ୍ରନ୍ଥ ଭଗବତ ଗୀତା ବିଷୟରେ ଆପଣ ମାନେ ସମସ୍ତେ ଜାଣିଥିବେ । ତେବେ ଭଗବତ ଗୀତାରେ ଭଗବାନ ଶ୍ରୀ କୃଷ୍ଣ ଅର୍ଜୁନଙ୍କୁ ବୁଝେଇଲା ବେଳେ କଳିଯୁଗ ବିଷୟରେ ବରଣନା କରିଥିଲେ ଯାହା ବର୍ତମାନ ସେଖିବାକୁ ମିଳୁଛି, ମହାଭାରତ ସମୟରେ ପାଞ୍ଚ ପାଣ୍ଡବ ମାନଙ୍କୁ ଏହା ଜାଣିବା ପାଇଁ ଜିଜ୍ଞାସା ହେଲା ଯେ କଳିଯୁଗରେ ଲୋକ କିପରି ହୋଇବେ ତେବେ ସେହି ପ୍ରଶ୍ନ ବାସୁଦେବଙ୍କୁ ପଚାରିଲେ ଯେ କଳିଯୁଗ ଲୋକ କିପରି ହୋଇବେ ତାଙ୍କ ବିଚାର ଧାରା କିପରି ହୋଇବ ଏବଂ ସେ କିପରି ମୁକ୍ତି ପାଇବେ ।

Image Courtesy: Google

ତେବେ ପାଞ୍ଚ ଭାଇଙ୍କୁ ଭଗବାନ ଶ୍ରୀ କୃଷ୍ଣ କହିଲେ ତମେ ଜଙ୍ଗଲ ଯିବ ସେଠି ଯାହା କିଛି ଦେଖିବ ତାହା ଆସି ମତେ କହିବ, ଭଗବାନଙ୍କ ଆଜ୍ଞା ମାନି ପାଞ୍ଚ ପାଣ୍ଡବ ଜଙ୍ଗଲକୁ ଗଲେ । ତେବେ ସେଠାରୁ ଫେରିଲା ପରେ ସବୁଠାରୁ ବଡ ଭାଇ ଯୁଧିଷ୍ଠିର ଭଗବାନଙ୍କୁ କହିଲେ ଯେ ସେ ଜଙ୍ଗଲରେ ହାତୀ ଦେଖିଲେ ଏହା ପରେ ଭଗବାନ କହିଲେ କଳିଯୁଗରେ ଏମିତିକା ଲୋକ ଥିବେ ଯିଏ କହିବେ ଗୋଟେ କଥା କିନ୍ତୁ କରିବେ ଅଲଗା କଥା । ତେବେ ଲୋକ ଦେଖେଇବା କାମ ଅଧିକ କରିବେ ଓ ସତ୍ୟ କାମ କମ କରିବେ ।

Image Courtesy: Google

ଏହା ପରେ ଭୀମଙ୍କୁ ପଚରା ଗଲା ଯେ ସେ ଜଙ୍ଗଲରେ କଣ ଦେଖିଲେ ଏହା ଉତ୍ତରରେ ଭୀମ କହିଲେ ଯେ ସେ ଗୋଟେ ଗାଇକୁ ନିଜ ବାଛୁରୀକୁ ଚାଟିବାର ଦେଖିଲେ କିନ୍ତୁ ଆଶ୍ଚର୍ଯ୍ୟ କଥା ଏହା ଯେ ଗାଈ ଚାଟି ଚାଟି ବାଛୁରି ରକ୍ତ ବାହାର କରି ଦେଉଥିଲା । ତେବେ ଭୀମ ଏହାର ଅର୍ଥ ଭଗବାଙ୍କୁ ପଚାରିଲେ ଯାହା ପରେ ଭଗବାନ କହିଲେ କଳିଯୁଗରେ ଲୋକ ନିଜ ସନ୍ତାନକୁ ଏତେ ଭଲ ପାଇବେ ଯେ ତାଙ୍କ ବିକାଶରେ ବାଧା ଆସିବ ।

ଏହା ପରେ ଅର୍ଜୁନଙ୍କୁ ପଚରା ଗଲା ଯେ ସେ କଣ ଦେଖିଲେ ଏହା ଉତ୍ତରରେ ଅର୍ଜୁନ କହିଲେ ଗୋଟେ ପଖି ପର ଉପରେ ବେଦ ପୁରାଣ ଲେଖା ହୋଇଥିଲା କିନ୍ତୁ ସେହି ପଖି ମଣିଷ ମାଂସ ଖାଉଥିଲା ଏହାର ଅର୍ଥରେ ଭଗବାନ କହିଲେ କଳିଯୁଗରେ ଏମିତିକା ଲୋକ ହୋଇବେ ଯିଏ ବୁଦ୍ଧିମାନ ହୋଇବେ କିନ୍ତୁ ତାଙ୍କ ମନରେ ଏହି ଭାବନା ରହିବେ ଯେ କେମିତି ଅନ୍ୟ ଲୋକ ମୃତ୍ୟୁ ପାଇଯାଉ ଏବଂ ତାଙ୍କ ସମ୍ପତି ଆମର ହୋଇଯାଉ ।

Image Courtesy: Google

ଏହା ପରେ ନକୁଳ କହିଲେ ଯେ ସେ ଜଙ୍ଗଲରେ ଗୋଟେ ବଡ ପଥରଟି କୁ ଖସିବାର ଦେଖିଲେ ଯାହାକୁ କୌଣସି ଅନ୍ୟ ପଥର ବା ବଡ ଗଛ ଅଟକେଇ ପାରିଲେ ନାହିନ କିନ୍ତୁ ଗୋଟେ ଛୋଟ ଗଛରେ ଆସି ପଥରଟି ଅଟକି ଗଲା ଏହାର ଅର୍ଥ ଭଗବାନ କହିଲେ କଳିଯୁଗରେ ମଣିଷ ବୁଦ୍ଧି କମିଯିବ, ଓ ତାର ପତନ ହବ ତେବେ ମଣିଷ ପତନ କୌଣସି ଧନ ଟଙ୍କା ଦ୍ଵାରା କମି ପାରିବ ନାହିଁ କିନ୍ତୁ ଗୋଟେ ଛୋଟ ହଋ ନାମ ଦ୍ଵାରା ତାଙ୍କ ସମସ୍ଯା ସମାଧାନ ପ୍ରାପ୍ତ ହବ ।

Image Courtesy: Google

ଏହା ପରେ ସହଦେବ କହିଲେ ଯେ ସେ ପାଞ୍ଚଟି କୂଅ ଦେଖିଲେ କିନ୍ତୁ ସବୁଠାରୁ ଗଭୀର କୁରେ ପାଣି ନଥିଲା ଏହା ଶୁଣି ଭଗବାନ କହିଲେ କଳିଯୁଗରେ ଏମିତିକା ଲୋକ ରହିବେ ଯିଏ ପୂଜା ପାଠ ଇତ୍ୟାଦି ପାଇଁ ବହୁତ ଧନ ଖରଚ କରିବେ କିନ୍ତୁ ଗୋଟେ ଭୋକିଲା ଭିକାରିକୁ ଦେଖି କେହି ସାହାଜ୍ଯ କରିବେ ନାହିଁ ତେବେ ଏହା ଥିଲା କଳିଯୁଗ ର ୫ଟି କଟୁ ବଚନ । ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *