ଆବଶ୍ୟକ ଠାରୁ କମ ଶୋଉଥିଲେ ହୋଇ ଯାଆନ୍ତୁ ସାବଧାନ କାହିଁକିନା ଆପଣଙ୍କୁ ହୋଇ ପାରେ ଏହି ଗମ୍ଭୀର ରୋଗ

ଯଦି ଆପଣଙ୍କୁ କମ ଶୋଇବା ଅଭ୍ୟାସ ଅଛି ବା ନିଦ ନଲାଗିବା ସମସ୍ୟା ଅଛି ତେବେ ଏହାକୁ ଭୁଲରେ ବି ଇଗନୋର କରନ୍ତୁ ନାହିଁ, କାହିଁକିନା ଏହା ଦ୍ଵାରା ଆପଣଙ୍କୁ ଡାଇବେଟିଜ ବା ମଧୁମେହ ରୋଗ ହୋଇପାରେ । ଏହି କଥା ଆପଣ ସମସ୍ତେ ଜାଣିଛନ୍ତି ଯେ କମ ନିଦ ଆପଣଙ୍କ ସ୍ୱାସ୍ଥ୍ୟ ପାଇଁ ଖରାପ ଅଟେ, ଓ ଏହା ଦ୍ଵାରା ଆପଣଙ୍କୁ କେତେ ପ୍ରକାର ସମସ୍ୟା ହୋଇ ପାରେ । ତେବେ ଆସନ୍ତୁ ଜାଣିବା କଣ କଣ ହୁଏ ଏହା ଦ୍ଵାରା ।

କମ ଶୋଇବା ଦ୍ଵାରା ହାଇ ବିପି ଓ ଚିଡଚିଡା ଲାଗିଥାଏ କିନ୍ତୁ ଗୋଟେ ଅଧ୍ୟୟନ ଅନୁଯାଇ ଅନିଦ୍ରା କାରଣ ପାଇଁ ଅନେକ ପ୍ରକାର ରୋଗ ସହ ମଧୁମେହ ରୋଗ ଖତରା ମଧ୍ୟ ରହିଥାଏ ।

ଯଦି ଆପଣଙ୍କ ଶରୀର ରେ ସୁଗାର ଲେବଲ ବଢି ଯାଏ ତେବେ ଆପଣଙ୍କ କିଡନି ମଧ୍ୟ ଫେଲ ହୋଇଯାଏ, ଏହି ଅଧ୍ୟୟନ ପାଇଁ ଲୋକଙ୍କୁ ପ୍ରତି ଦିନ କେବଳ ୪ ଘଣ୍ଟା ଶୋଇବା ପାଇଁ କୁହା ଯାଇଥିଲା ଓ ଏହା ପରେ ଦେଖା ଗଲା ଯେ ସୁଗାର ଲେବଲ କମି ୪୦% ହୋଇ ଯାଇଥିଲା । ସୁଗାର ଲେବଲ ଏତେ କମିବାରୁ ତାଙ୍କୁ ଡାଇବେଟିଜ ରୋଗ ହବା ଲକ୍ଷଣ ଆରମ୍ଭ ହୋଇ ଯାଇଥିଲା ।

ଏହା ଦ୍ଵାରା କୁହା ଗଲା ଯେ ଅନିଦ୍ରା ଦ୍ଵାରା ଡାଇବେଟିଜ ଭଳି ରୋଗ ଜୋଖିମ ଅଟେ । ଏହି ଅଧ୍ୟୟନ ଜାପାନ ରେ ହୋଇଥିଲା, ଯେଉଁ ଲୋକ ଡାଇବେଟିଜ ଦ୍ଵାରା ପୀଡିତ ଅଛନ୍ତି ତାଙ୍କୁ ନିଜ ନିଦ ପାଇଁ ଅଧିକ ସମୟ ଦବା ଉଚିତ ଅଟେ । ଯଦି ଆପଣଙ୍କୁ ସ୍ଵସ୍ଥ ରହିବାର ଅଛି ତେବେ ଆପଣଙ୍କୁ ସଠିକ ନିଦ ନବା ଉଚିତ ଅଟେ ଆଠ ଘଣ୍ଟାରୁ ଅଧିକ ଶୋଇବା ମଧ୍ୟ ଭଲ ନୁହଁ ଡକ୍ଟର ଅନୁଯାଇ ଆଠ ଘଣ୍ଟା ଶୋଇବା ଭଲ ଅଟେ । କମ ନିଦ ଦ୍ଵାରା ଏହି ରୋଗ ହୋଇଥାଏ ବୋଲି ନିଦରଲାଣ୍ଡ ର ଆରହୁସ ୟୁନିଭରସିଟି ରେ ଅଧ୍ୟୟନକର୍ତା କରିଛନ୍ତି ।

 

ଅଧ୍ୟୟନ ଅନୁଯାଇ ଏହା ଜଣା ପଡିଛି ଯେ କମ ନିଦ ପାଇଁ ପୁରୁଷମାନଙ୍କ ମଧ୍ୟରେ ଶୂକ୍ରାଣୁ କମିଥାଏ, ତାଙ୍କ କାମ କରିବା କ୍ଷମତା ମଧ୍ୟ ପ୍ରଭାବିତ ହୋଇଥାଏ । ଏହି ଅଧ୍ୟୟନ ପାଇଁ ୧୦୪ ପୁରୁଷମାନଙ୍କୁ ଅଧ୍ୟୟନ ପାଇଁ ରଖା ଗଲା ଏହା ପରେ ତାଙ୍କ ଶୋଇବା ପ୍ୟାର୍ଟଅର୍ନ ବଦଳା ଗଲା ଏହି ପୁରୁଷଣ ବୟସ ୩୪ରୁ ୩୬ ବର୍ଷ ମଧ୍ୟ ରେ ଥିଲା ଯାହା ଦ୍ଵାରା ଜଣା ପଡିବ ଯେ ସାମାନ୍ଯ ଯୁବକ ଏହି ସ୍ଥିତି ରେ କେମିତି ନିଦ ନଉଛନ୍ତି ତାହା ଜଣା ପଡିବ । କମ ସୋଇଲେ ମାନସିକ ସମସ୍ୟା ମଧ୍ୟ ହୋଇଥାଏ ।

Leave a Reply

Your email address will not be published. Required fields are marked *