କଣ ଆପଣ ଜାଣିଛନ୍ତି ଯଦି Draupadi Murmu ରାଷ୍ଟ୍ରପତି ହୁଅନ୍ତି ତେବେ କେତେ ଟଙ୍କା ପାଇବେ ଦରମା ?

ନମସ୍କାର ବନ୍ଧୁଗଣ । ଆପଣ ମାନେ ଜାଣିଥିବେ ଭାରତର ରାଷ୍ଟ୍ରପତି ହେବା ପାଇଁ ପ୍ରାର୍ଥୀ ଭାବେ ଦ୍ରୌପଦୀ ମୁର୍ମୁ ଙ୍କୁ ଚୟନ କରା ଯାଇଛି ଯାହାକୁ ନେଇ ସାରା ଦେଶରେ ବେଶ ଚର୍ଚ୍ଚା ଆରମ୍ଭ ହୋଇଛି । ତେବେ ତାଙ୍କୁ ମଧ୍ୟ ଅନ୍ୟ ରାଷ୍ଟ୍ରପତି ଙ୍କ ଭଳି ସୁବିଧା ସୁଯୋଗ ଦିଆଯିବ ଯଦି ସେ ନିର୍ବାଚନରେ ଜିତିବେ । ତେବେ ଓଡିଶାର ଦ୍ରୌପଦୀ ମୁର୍ମୁ ରାଷ୍ଟ୍ରପତି ପ୍ରାର୍ଥୀ ହେବା ପରେ ରାଷ୍ଟ୍ରପତି ଙ୍କ ମର୍ଯ୍ୟାଦା ଓ ସୁବିଧା ସୁଯୋଗକୁ ନେଇ ଓଡିଶାରେ ଏବେ ଅଧିକ ଚର୍ଚ୍ଚା ଲାଗି ରହିଛି ।

ଯଦି ଦ୍ରୌପଦୀ ମୁର୍ମୁ ରାଷ୍ଟ୍ରପତି ନିର୍ବାଚନରେ ଜିତନ୍ତି ଓ ଭାରତର ରାଷ୍ଟ୍ରପତି ହୁଅନ୍ତି ତେବେ କେତେ ଟଙ୍କା ଦରମା ପାଇବେ ଓ କଣ କଣ ଅତିରିକ୍ତ ସୁବିଧା ପାଇବେ । ତାହାକୁ ନେଇ ସମସ୍ତଙ୍କ ମନରେ ଉତ୍କଣ୍ଠା ଦେଖା ଯାଇଛି । ଆସନ୍ତୁ ଜାଣିବା ଭାରତର ରାଷ୍ଟ୍ରପତି କେତେ ଟଙ୍କା ଦରମା ପାଆନ୍ତି ଓ କଣ କଣ ସୁବିଧା ପାଇଥାନ୍ତି । ଭାରତର ରାଷ୍ଟ୍ରପତି ଙ୍କ ମାସିକ ଦରମା ହେଉଛି ୫ ଲକ୍ଷ ଟଙ୍କା ।

ରାଷ୍ଟ୍ରପତିଙ୍କୁ ରହିବା ପାଇଁ ରାଷ୍ଟ୍ରପତି ଭବନ ଯେଉଁଠି ୩୪୦ ଟି ବଖରା ଘର ରହିଛି ସେମାନଙ୍କୁ ଦିଆଯାଏ । ଚିକିତ୍ସା ପାଇଁ ଜୀବନ ବ୍ୟାପୀ ମାଗଣା ଚିକିତ୍ସା ସୁବିଧା ଦିଆଯାଏ । ଚଢିବା ପାଇଁ ରାଷ୍ଟ୍ରପତି ଙ୍କୁ ସୁରକ୍ଷା ସମ୍ପନ୍ନ ମର୍ଶୀଡିଜ ବେଞ୍ଚ ଏସ-୬୦୦ କାର ଦିଆଯାଏ ।

ଭାରତର ରାଷ୍ଟ୍ରପତି କେବେଳ ଯେ କ୍ଷମତା ରେ ସୁବିଧା ପାଆନ୍ତି ତାହା ନୁହେଁ ବରଂ ୫ ବର୍ଷର କାର୍ଯ୍ୟ କାଳ ସରିବା ପରେ କେତେ ଟଙ୍କା ପେନସନ ଆକାରରେ ମିଳିଥାଏ ଏବଂ କଣ କଣ ଅତିରିକ୍ତ ସୁବିଧା ମିଳିଥାଏ ଆସନ୍ତୁ ଜାଣିବା । ତେବେ ରାଷ୍ଟ୍ରପତି ଙ୍କ ଦୀର୍ଘ ୫ ବରସର କାର୍ଯ୍ୟ କାଳ ସରିବା ପରେ ମାସିକ ଦରମା ଦେଢ ଲକ୍ଷ ଟଙ୍କା ପେନସନ ଆକାରରେ ମିଳିଥାଏ ।

ସ୍ଵାମୀ ବା ସ୍ତ୍ରୀ ଥିଲେ ମାସିକ ୩୦ ହଜାର ଟଙ୍କା ଆର୍ଥିକ ରାଶି ମିଳିଥାଏ । ରହିବା ପାଇଁ ରାଷ୍ଟ୍ରପତି ଙ୍କୁ ଟାଇପ-ଥ୍ରୀ-ବର୍ଗ ର ଏକ ଘର ମିଳିଥାଏ । ଫୋନ ରେ କଥା ହେବା ପାଇଁ ଲ୍ୟାଣ୍ଡ ଲାଇନ ମୋବାଇଲ ସୁବିଧା ମାଗଣାରେ ମିଳିଥାଏ ରାଷ୍ଟ୍ରପତି ଙ୍କ କାର୍ଯ୍ୟ କାଳ ସାରିବା ପରେ । ପୂର୍ବତନ ରାଷ୍ଟ୍ରପତି ଙ୍କ ଯତ୍ନ ନେବା ପାଇଁ ୫ ଜଣ ବ୍ୟକ୍ତିଗତ ସହାୟକ ଦିଆ ଯାଇଥାଏ ।

କର୍ମଚାରୀ ଙ୍କ ଖର୍ଚ୍ଚ ବାର୍ଷିକ ୬୦ ହଜାର ଟଙ୍କା ରାଶି ମିଳିଥାଏ । ମାଗଣା ଟ୍ରେନ ଓ ବିମାନ ସେବାର ସୁବିଧା ମଧ୍ୟ ମିଳିଥାଏ । ଯଦି NDA ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁ ରାଷ୍ଟ୍ରପତି ଭାବେ ନିର୍ବାଚିତ ହୁଅନ୍ତି ତେବେ ଅନ୍ୟ ରାଷ୍ଟ୍ରପତି ଙ୍କ ଭଳି ତାଙ୍କୁ ମଧ୍ୟ ଏହି ସମସ୍ତ ସୁବିଧା ଭାରତର ସରକାରଙ୍କ ପକ୍ଷ ରୁ ଯୋଗାଇ ଦିଆଯିବ । ବନ୍ଧୁଗଣ ଆପଣ ମାନଙ୍କର ରାଷ୍ଟ୍ରପତି ଙ୍କ ଦରମା ଓ ମିଳୁଥିବା ସୁବିଧାକୁ ନେଇ ମତାମତ କଣ ଆମକୁ କମେଣ୍ଟ ଜରିଆରେ ଜଣାଇବେ । ଆମ ସହ ଆଗକୁ ରହିବା ପାଇଁ ଆମ ଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *