କଣ ପୂର୍ବ କାଳରେ ବି ମହିଳା ମାନେ ଛୋଟ ଡ୍ରେସ ପିନ୍ଧୁଥିଲେ ?

ଆଜିକାଲି ମହିଳା ମାନେ ସମୟ ଅନୁଯାୟୀ ନିଜକୁ ପରିବର୍ତ୍ତନ କରୁଛନ୍ତି । ବିଶେଷ କରି ମହିଳା ମାନଙ୍କର ଛୋଟ ଡ୍ରେସ ପିନ୍ଧିବା ନେଇ ଆମ ପରମ୍ପରା ଅନୁଯାୟୀ ଗୁରୁଜନ ମାନେ ବାରଣ କରୁଛନ୍ତି । କିନ୍ତୁ ପୂର୍ବ କାଳରେ ମହିଳା ମାନେ ଏହିଭଳି ଡ୍ରେସ ପିନ୍ଧି ମଧ୍ୟ ସମ୍ମାନ ଓ ପ୍ରତିଷ୍ଠା ପାଉଥିଲେ । ତେବେ ଏହା ପଛରେ କଣ ରହିଛି ରହସ୍ୟ ଆସନ୍ତୁ ଜାଣିବା । ଆଧୁନିକ ଯୁଗ ପହଞ୍ଚିବା ପାଇଁ ଅନେକ ସମୟ ଲାଗିଛି । ଆଗ କାଳରେ ମହିଳା ମାନେ ଗଛପତ୍ର ଦ୍ଵାରା ନିଜକୁ ଢାଙ୍କି ରଖୁଥିଲେ । ଯାହାର ଉଦାହରଣ ଆଜି ବି ଇତିହାସରେ ରହିଛି ।

ମୋର୍ଜ୍ୟ ଓ ଚନ୍ଦ୍ରଗୁପ୍ତ ସମୟରେ ମହିଳା ମାନେ ଏମିତି ପୋଷାକ ପରିଧାନ କରୁଥିଲେ ଯାହା ତାଙ୍କର ଉପର ଓ ତଳ ଭାଗକୁ ଘୋଡାଇ ରଖୁଥିଲେ । ପୋଷାକ ପିନ୍ଧିବାକୁ ନେଇ ମହିଳାର ଅ-ପ-ମା-ନ କରିବା ଠିକ ନୁହେଁ । ୫୦୦ ଦଶନ୍ଧି ପୂର୍ବେ ଶାଢୀ ପିନ୍ଧିବା ନିୟମ ରହିଥିଲା । ଶାଢୀ ଶବ୍ଦଟି ବେଦରୁ ଉତ୍ପତ୍ତି ହୋଇଛି ଯାହାର ବିଶେଷ ମହତ୍ଵ ରହିଛି ।

ପୂର୍ବ କାଳରେ ମହିଳା ମାନେ ସୂତା ଓ ସିଲକି ସାଧ୍ୟ ପିନ୍ଧୁଥିଲେ କିନ୍ତୁ ମୁଣ୍ଡରେ ଓଢଣା ଦେବା ପ୍ରଥା କିଛି ନ ଥିଲା । ମୁଗଲ ମାନଙ୍କ ସମୟରେ ମୁସଲିମ ଓ ହିନ୍ଦୁ ମାନେ ଅଲଗା ଅଲଗା ପୋଷାକ ଧାରଣ କରୁଥିଲେ । ମୁସଲିମ ମାନେ ନିଜର ଶରୀରକୁ ପୋଷାକରେ ଢାଙ୍କି ରଖୁଥିଲେ ।

କିନ୍ତୁ ହିନ୍ଦୁ ମାନେ ଶାଢୀ ଓ ସାଲବାର ସୂଟ ଧାରଣ କରୁଥିଲେ । ଯାହା ଆଜିକା ଡେଟରେ ଭାରତ ବର୍ଷରେ ମଧ୍ୟ ବ୍ୟବହାର କରା ଯାଇଛି । ଭିକ୍ଟୋରିଆ ସମାଜରେ ମହିଳା ମାନେ ଶାଢୀ ସହ ବ୍ଳାଉଜ ପିନ୍ଧି ନ ଥିଲେ । ଯାହା ତାଙ୍କର ପରମ୍ପରା ବିରୁଦ୍ଧରେ ଥିଲା ।

ଜ୍ଞାନଦାନାନ୍ଦିନୀ ଦେବୀ ସେହି ମହିଳା ଥିଲେ ଯିଏ ଶାଢୀ ସହ ବ୍ଳାଉଜ ଓ କୁରତ୍ତି ପିନ୍ଧିବା ପ୍ରଥାର ଆରମ୍ଭ କରିଥିଲେ । ଏହି ମହିଳା ଜଣକ ରବୀନ୍ଦ୍ରନାଥ ଠାକୁରଙ୍କ ଭାଇ ସତେନ୍ଦ୍ରନାଥ ଠାକୁରଙ୍କ ସ୍ତ୍ରୀ ଥିଲେ । ଆମ ଦେଶରେ ମହିଳା ମାନେ ନିଜ ଶରୀରକୁ ପୋଷାକରେ ଢକି ରଖିବା ଏକ ମହତ୍ଵ ପୂର୍ଣ୍ଣ କଥା ଅଟେ ।

ଆଜି ବଜାରରେ ଯେଉଁ ସବୁ ଅଲଗା ଡିଜାଇନର ଡ୍ରେସ ମିଳୁଛି ତାହା ପୂର୍ବ କାଳର ଅନେକ ସଂସ୍କୃତି ଅନୁଯାୟୀ ତିଆରି ହେଉଛି । ମହିଳା ମାନେ ଯେଉଁ ପୋଷାକ ପିନ୍ଧୁଛନ୍ତି ତାକୁ ନେଇ ଆଜିକା ଡେଟରେ ଆମ ସମାଜ ରେ ଅନେକ ପ୍ରଶ୍ନ ଉଠୁଛି । ବିଶେଷ କରି ପୂର୍ବ କାଳର ଲୋକ ମାନେ ଏହି କଥାକୁ ନେଇ ଅନେକ ପ୍ରଶ୍ନ ସୃଷ୍ଟି କରୁଛନ୍ତି । ଯଦି ଗୋଟେ ଝିଅର କିଛି ଅସୁବିଧା ହୁଏ ତେବେ ତାହା ତାର କପଡା ଯୋଡୁ ହୋଇଛି ବୋଲି କୁହାଯାଏ । କିନ୍ତୁ ଏହା ଭୁଲ ଅଟେ । କାରଣ ମହିଳା ନିଜର କପଡାକୁ ନେଇ କୌଣସି ସୁବିଧାରେ ପଡେ ନାହି ବରଂ କିଛି ଲୋକଙ୍କର ଖରାପ ଦ୍ରୁଷ୍ଟି ଯୋଗୁ ସମସ୍ଯା ସୃଷ୍ଟି ହୋଇଥାଏ ।

ବନ୍ଧୁଗଣ ଆପଣ ମାନଙ୍କୁ ଆମ ଲେଖା ଟି ଭଲ ଲାଗିଥିଲେ ଅନ୍ୟ ସହ ଶେୟାର କରି ଆମ ସହ ଆଗକୁ ରହିବା ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *