କାହିଁକି ମିଛ କହିଲେ ବା କୌଣସି ଭୁଲ କଲେ କାନ ଧରା ଯାଏ? ଜାଣନ୍ତୁ ଏମିତି କାହିଁକି କରାଯାଏ

ସମସ୍ତ ଧର୍ମସୁତ୍ରଏବଂ ପାରାଶର ସ୍ମୃତି ସହିତ ଅନ୍ୟ ଗ୍ରନ୍ଥରେ ମଧ୍ୟ ବହୁତ ମହତପୂର୍ଣ୍ଣ କଥା କୁହାଯାଇଛି । ଏହି ଗ୍ରନ୍ଥରେ ଚାଲି ଚଳଣ ବା ରହଣି ସହଣିର ସଣ୍ଠଣା ବା ନିୟମ ବିଷୟରେ କୁହାଯାଇଛି । ଏହିସବୁ ଗ୍ରନ୍ଥ ଅନୁସାରେ, ଆମ ଶରୀରରେ ପଞ୍ଚତତ୍ଵର ଭିନ୍ନ ଭିନ୍ନ ପ୍ରତିନିଧି ଅଙ୍ଗ ଅଛି । ଯେମିତି କି ନାକ -ଭୂମିର , ଜିଭ – ଜଳର, ଆଖି – ଅଗ୍ନିର, ତ୍ଵଚା- ବାୟୁର ଏବଂ କାନ – ଆକାଶର ପ୍ରତିନିଧି ଅଙ୍ଗ ଅଟନ୍ତି । ବିଭିନ୍ନ କାରଣରୁ ଅନ୍ୟ ସମସ୍ତ ତତ୍ଵ ଅପବିତ୍ର ହୋଇଯାଏ, କିନ୍ତୁ ଆକାଶ କେବେ ଅପବିତ୍ର ହୁଏ ନାହିଁ । ସେଥିପାଇଁ ଗ୍ରନ୍ଥରେ ଡାହାଣ କାନକୁ ଅଧିକ ପବିତ୍ର ବୋଲି ମନାଯାଏ ।

ଗ୍ରନ୍ଥ ଅନୁସାରେ ମନୁଷ୍ୟର ନାଭି ଉପରର ଶରୀର ପବିତ ଅଟେ ଏବଂ ତାହାର ତାଳ ଭାଗ ଶରୀର ମାଳ-ମୁତ୍ର କରିବା କାରଣରୁ ଏହାକୁ ଅପବିତ୍ର ମାନୁଛନ୍ତି । ଏହାହିଁ କାରଣ ଅଟେ କି ଶୌଚ କରିବା ସମୟରେ ପଇତାକୁ ଡାହାଣ କାନରେ ଗୁଡାଯାଏ। କାହିଁକି ନା ଡାହାଣ କାନ ବାମ କାନ ଅପେକ୍ଷା ଅଧିକ ପବିତ୍ର ବୋଲି କୁହାଯାଏ । ସେଥିପାଇଁ ଯେବେ କେଉଁ ବ୍ୟକ୍ତି ଦିକ୍ଷା ନିଏ ସେହି ସମୟରେ ଗୁରୁ ତାର ଡାହାଣ କାନରେ ଗୁପ୍ତ ମନ୍ତ୍ର କହିଥାନ୍ତି । ଶାସ୍ତ୍ର ଅନୁସାରେ ମନୁଷ୍ୟର ଡାହାଣ କାନରେ ବାୟୁ, ଚନ୍ଦ୍ରମା, ଇନ୍ଦ୍ର, ଅଗ୍ନି, ମିତ୍ର ତଥା ବରୁଣ ଦେବତା ବାସ କରନ୍ତି । ସେଥିପାଇଁ ଏହି କାନକୁ ଅଧିକ ପବିତ୍ର କୁହାଯାଏ।

ଶ୍ଳୋକ-

” ମରୁତଃ ସୋମ ଇଂଦ୍ରାଗ୍ନି ମିତ୍ରାବରିଣୌ ତଥୈବ ଚ

ଏତେ ସର୍ୱେ ଚ ୱିପ୍ରସ୍ଯ ଶ୍ରୋତ୍ରେ ତିଷ୍ଟନ୍ତି ଦକ୍ଷିଣୈ “

ପାରାଶର ସ୍ମୃତିର ୧୨ ଅଧ୍ୟାୟର ୧୯ତମ ଶ୍ଳୋକରେ କୁହାଯାଇଛି କି ଛିଙ୍କିବା, ଛେପ କାଢିବା, ଦାନ୍ତ ଅଇଁଠା ହେଲେ ବା ମୁହଁରୁ ମିଛ କଥା ବାହାରିଲେ ଡାହାଣ କାନର ସ୍ପର୍ଶ କରିବା ଦରକାର । ଏହା ଦ୍ଵାରା ମନୁଷ୍ୟର ଶୁଦ୍ଧି ହୋଇଥାଏ ।

ପାରାଶର ସ୍ମୁତିର ଶ୍ଳୋକ –

“କ୍ଷୁତେ ନିଷ୍ଠୀବନେ ଚୈବ ଦଂତୋଚ୍ଛିଷ୍ଟେ ତଥାନୃତେ

ପତିତାନାଂ ଚ ସମ୍ଭାଷେ ଦକ୍ଷିଣଂ ଶ୍ରୱଣଂ ସ୍ପୃଶେତ୍”

Leave a Reply

Your email address will not be published. Required fields are marked *