କାନ୍ଦୁଥିବାର ଗାଈ ଦେଖିଲେ କଣ ହୋଇପାରେ ଆପଣଙ୍କ ସାଙ୍ଗରେ? ଜାଣନ୍ତୁ ଗାଇକୁ ନେଇ ବହୁତ ଖାସ୍ କଥା

ଭାରତରେ ଗାଈକୁ ଦେବୀ ମାଆଙ୍କ ସହିତ ତୁଳନା କରାଯାଇଛି । ଶାସ୍ତ୍ର ପୁରାଣରେ ଗୋମାତାଙ୍କ ଦେହରେ ୩୩ କୋଟି ଦେବତା ବାସ କରନ୍ତି ବୋଲି କୁହାଯାଏ । ଦୀପାବଳୀ ପରଦିନ ଗୋବର୍ଦ୍ଧନ ପୂଜାରେ ଗୋମାତାଙ୍କୁ ମୟୂର ପକ୍ଷୀରେ ସଜାଇ  ପୂଜା ଅର୍ଚ୍ଚନା କରାଯାଏ । ଯଦି ବ୍ୟକ୍ତି ଗାଈକୁ କଷ୍ଟ ଦିଏ ବା ମାରପିଟ୍ କରେ ତେବେ ସେହି ବ୍ୟକ୍ତି ପାଇଁ ନର୍କ ଦ୍ଵାର ଖୋଲା ହୋଇଯାଏ ଓ କେତେ ଜନ୍ମଯାଏ ଦୁଃଖ କଷ୍ଟ ଭୋଗ କରିବାକୁ ପଡେ । ଶାସ୍ତ୍ରରେ କୁହାଯାଇଛି ଆତ୍ମା ୮୪ଲକ୍ଷ ଯୋନି ଭ୍ରମଣ କରି ଶେଷ ଯୋନି ଗାଈ ରୂପରେ ଜନ୍ମ ଗ୍ରହଣ କରିଥାଏ । ଲକ୍ଷ ଯୋନି ସ୍ୱରୂପ ଆତ୍ମାର ବିଶ୍ରାମସ୍ଥଳ ଗୋମାତାଙ୍କର ଯୋନି ହୋଇଥାଏ ଓ ସେଠାରୁ ଆତ୍ମା ଯାତ୍ରା ଆରମ୍ଭ କରେ ।

ବୈଜ୍ଞାନିକଙ୍କ ମତରେ ଗାଈ ଏକମାତ୍ର ପ୍ରାଣୀ, ଯିଏ କି ନିଶ୍ଵାସ ପ୍ରଶ୍ଵାସରେ ଅମ୍ଳଜାନ ଗ୍ରହଣ କରେ ଓ ଅମ୍ଳଜାନ ଛାଡେ । ଯାହାକି ମନୁଷ୍ୟ ସହିତ ସମସ୍ତ ପ୍ରାଣୀ ନିଶ୍ଵାସ ପ୍ରଶ୍ଵାସରେ ଅମ୍ଳଜାନ ଗ୍ରହଣ କରନ୍ତି ଓ ଅଙ୍ଗାରକାମ୍ଳ ଛାଡିଥାଆନ୍ତି । ସେହିପରି ବୃକ୍ଷ ଲତା ଗୁଡିକ ଅଙ୍ଗାରକାମ୍ଳ ଗ୍ରହଣ କରି ଅମ୍ଳଜାନ ଛାଡିଥାନ୍ତି । ଶାସ୍ତ୍ର ଅନୁସାରେ ବ୍ୟକ୍ତି ଯାତ୍ରା କରୁଥିବା ସମୟରେ ଯଦି ଗାଈ ତାର ଆଚରଣ ବଦଳାଇ ଥାଏ, ତେବେ ଏହା କିଛି ବିଘ୍ନ ଘଟିବାର ସଂକେତ ଦେଇଥାଏ । ଶକୁନ ଶାସ୍ତ୍ରରେ ମଧ୍ୟ ଗାଈ ସମ୍ବନ୍ଧିତ ଶକୁନ ଓ ଅପଶକୁନ ବିଷୟରେ କୁହାଯାଇଛି । ମୁନିଋଷିମାନେ ମଧ୍ୟ ଏହି ଶାସ୍ତ୍ରକୁ ମାନି ଚଳୁଥିଲେ । ତେଣୁ ନିମ୍ନରେ ଗାଈର ଶକୁନ ଅପଶକୁନ ବିଷୟରେ ଆସନ୍ତୁ ଜାଣିବା ।

ଗାଈ ସମ୍ବନ୍ଧିତ ଶକୁନ ଓ ଅପଶକୁନ

ରାତ୍ର ସମୟରେ ଗାଈ ବୋବାଇଲେ ବା ହଂବାରଡି ଦେଲେ ଶୁଭ ସଂକେତ ବୋଲି ଧରାଯାଏ ।

ବ୍ୟକ୍ତି ଯାତ୍ରା କରୁଥିବା ସମୟରେ ଯଦି ଗାଈ ବାମ ପଟରେ ବୋବାଏ ତେବେ ଏହା ଶୁଭ ହୋଇଥାଏ ।

ଯଦି ଗାଈ ଅର୍ଦ୍ଧ ରାତ୍ରରେ କର୍କଶତା ସ୍ଵରରେ ବୋବାଏ କିମ୍ବା କାନ୍ଦୁଥିବାର ଦେଖାଦିଏ ତେବେ ଭୟ ବା ଆତଙ୍କଜନକ ପରିସ୍ଥିତିର ସାମ୍ନା କରିବାକୁ ପଡିଥାଏ ।

ବ୍ୟକ୍ତି ଯାତ୍ରା କରୁଥିବା ସମୟରେ ଯଦି ଗାଈ ତାର ଖୁରାରେ ମାଟି ଖୋଳିବା ଦେଖନ୍ତି ତେବେ ଆଗକୁ କୌଣସି ଜଟିଳ ରୋଗରେ ଆକ୍ରାନ୍ତ ହେବାର ସମ୍ଭାବନା ଥାଏ ।

ବ୍ୟକ୍ତି ଯାତ୍ରା କରୁଥିବା ସମୟରେ ଯଦି ଗାଈ କାନ୍ଦୁଥିବାର ଦେଖନ୍ତି, ତେବେ ଦୁର୍ଘଟଣାର ସମ୍ମୁଖୀନ ହୋଇ ପୀଡା ଭୋଗ କରିବାକୁ ପଡିଥାଏ ।

ଯାତ୍ରା କରୁଥିବା ସମୟରେ ଯଦି ଗାଈ ତାର ବାଛୁରୀକୁ ଦେଖିବା ପାଇଁ ବୋବାଉଥାଏ ତେବେ ସେହି ବ୍ୟକ୍ତିର ସମସ୍ତ ଇଛା ପୂରଣ ହୁଏ ।

ଯଦି ଗାଈର ପିଠି ଉପରେ ବହୁତ ମାଛି ବସିବାର ଦେଖନ୍ତି, ତେବେ ବହୁତ ବର୍ଷା ହେବାର ସମ୍ଭାବନା ଥାଏ ।

ଯାତ୍ରା କରୁଥିବା ସମୟରେ ଯଦି ଦୁଇଟି ମଇଁଷି ସାମ୍ନାରେ ଦେଖନ୍ତି ତେବେ ଆଗକୁ ବିପଦ ଅଛି ବୋଲି ସତର୍କ ହୋଇଯିବା ଉଚିତ୍ ।

ଯାତ୍ରା କରୁଥିବା ସମୟରେ ଯଦି ଶଣ୍ଢ ବାମପଟରୁ ଡାହାଣ ପଟକୁ ଯିବାର ଦେଖାଯାଏ କିମ୍ବା ସାମ୍ନାରେ ଠିଆ ହୋଇଥାଏ ତେବେ ଅତ୍ୟନ୍ତ ଶୁଭ ସଂକେତ ବୋଲି ଜାଣିବେ । ସମସ୍ତ ଇଛା ପୂରଣ ହୋଇଥାଏ ।

ସଚେତନତା ପାଇଁ ଏହି ପୋଷ୍ଟଟିକୁ ସମସ୍ତଙ୍କ ସହିତ ଶେୟାର କରନ୍ତୁ । ଦୈନନ୍ଦିନ ଘଟୁଥିବା ଖବର ସହିତ ଅପଡେଟ ରହିବା ପାଇଁ ଆମ ପେଜ କୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *