ଏହି ପ୍ରସିଦ୍ଧ ତାରକା ମାନେ 2019 ରେ କରିବାକୁ ଯାଉଛନ୍ତି ବିବାହ, ନମ୍ବର 3ଙ୍କର ବିବାହ ହେଲେ ଭାଙ୍ଗି ଯିବ ଲକ୍ଷ ଲକ୍ଷ ହୃଦୟ

୨୦୧୮ ବର୍ଷ ବଲିଉଡର ବିବାହର ବର୍ଷ ରହିଥିଲା । ଆଜ୍ଞା ହଁ , ବର୍ଷର ଶେଷ ମାସ ପର୍ଯ୍ୟନ୍ତ କିଛି ତାରକା ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି । ବଲିଉଡର ଇତିହାସରେ ସବୁବେଳେ ୨୦୧୮ କୁମନେ ପକାଯିବ , କାରଣ ଏହି ବର୍ଷରେ ଦୀପିକା ଠୁ ସୋନମ କପୁର ପର୍ଯ୍ୟନ୍ତ ସମସ୍ତେ ବିବାହ କରିଛନ୍ତି ।

କେବଳ ଏତିକି ନୁହେଁ ବଲିଉଡରେ ବିବାହର ଉତ୍ସବ ଏବେ ଶେଷ ହୋଇ ନାହିଁ , ନୂଆ ବର୍ଷରେ ଏମିତି କିଛି ଯୋଡି ବିବାହ କରିବାକୁ ପ୍ରସ୍ତୁତ ହେଉଛନ୍ତି , ଯାହା କାରଣରୁ ୨୦୧୯ ବି ବିବାହର ବର୍ଷ ହେବ ବୋଲି ଅନୁମାନ କରାଯାଏ ତେବେ ଚାଲନ୍ତୁ ଜାଣିବା ଆମର ଏହି ଲେଖାରେ ଆପଣଙ୍କ ପାଇଁ କଣ ବିଶେଷ କଥା ରହିଛି ।

ଆଜି ଆମେ ଆପଣଙ୍କୁ ସେହି ତାରକାଙ୍କ ବିଷୟରେ କହିବାକୁ ଯାଉଛୁ , ଯେଉଁମାନେ 2019 ରେ ବିବାହ ବନ୍ଧନରେ ବାନ୍ଧି ହେବାକୁ ଯାଉଛନ୍ତି । ଏହି ତାରକାଙ୍କ ବିବାହର ଚର୍ଚ୍ଛା ତ ବହୁତ ପୂର୍ବରୁ ହେଉଛି , କିନ୍ତୁ ଜଣା ଯାଉଛି ଯେ ଏହି ସବୁ ତାରକା ଆସନ୍ତା ବର୍ଷରେ ବିବାହ ବନ୍ଧନରେ ବାନ୍ଧି ହେବାକୁ ଯାଉଛନ୍ତି ।

ଏହି କ୍ରମରେ କିଛି ପ୍ରସିଦ୍ଧ ତାରକା ମଧ୍ୟ ଅଛନ୍ତି ଯାହାର ବିବାହର ଅପେକ୍ଷା ତାଙ୍କର ଦର୍ଶକ ମଧ୍ୟ କରୁଛନ୍ତି ।

ଶ୍ରୁତି ହାସନ ଓ ମାଇକେଲ କୋର୍ସଲ

ଶ୍ରୁତି ହାସନ ବଲିଉଡ ଓ ସାଉଥର ଲୋକପ୍ରିୟ ଅଭିନେତ୍ରୀ ଅଟନ୍ତି । ଶ୍ରୁତି ହାସନ 2019 ରେ ନିଜ ବଏ ଫ୍ରେଣ୍ଡ ମାଇକେଲ କୋରସଲଙ୍କୁ ବିବାହ କରିବାକୁ ଭାବୁଛନ୍ତି । ଆମେ ଜଣେଇ ଦେଉଛୁ କି ଶ୍ରୁତି ହାସନ ଲୋକପ୍ରିୟ ଅଭିନେତା କମଲ ହାସନଙ୍କର ଝିଅ ଅଟନ୍ତି ।

ଅର୍ଜୁନ କପୁର ଓ ମଲାୟିକା ଅରୋଡା

ଅର୍ଜୁନ କପୁର ଓ ମଲାୟିକା ଅରୋଡାଙ୍କର ପ୍ରେମର କାହାଣୀ ଏବେ ବହୁତ ଚର୍ଚ୍ଛାରେ ଅଛି । ଅର୍ଜୁନ କପୁର ଓ ମଲାୟିକା ଅରୋଡା ଦୁହେଁ ଦୁଇ ଜଣଙ୍କୁ ଡେଟ କରୁଛନ୍ତି । ମିଡିଆ ରିପୋର୍ଟରୁ ଜଣାଯାଉଛି ଯେ ଏହି ଯୋଡି 2019 ରେ ବିବାହ କରି ପାରନ୍ତି ।

ରଣବିର କପୁର ଓ ଆଲିଆ ଭଟ୍ଟ

ରଣବିର କପୁର ଓ ଆଲିଆ ଭଟ୍ଟଙ୍କ ପ୍ରେମ କାହାଣୀର ଚର୍ଚ୍ଛା ବହୁତ ଅଧିକ ହେଉଛି କିନ୍ତୁ କେବେ କେବେ ଏମାନଙ୍କ ମଧ୍ୟରେ ଅପ୍ରିୟ ହେବାର କଥା ବି ସାମ୍ନାକୁ ଆସୁଛି । ଏବେ ଜଣାଯାଉଛି କି ଏହି ଦୁଇ ଜଣ 2019 ରେ ବିବାହ କରିବାର ନିଷ୍ପତ୍ତି ନେଇ ପାରନ୍ତି ।

ବରୁଣ ଧବନ ଓ  ନତାଶା

ବଲିଉଡର ଲୋକପ୍ରିୟ ଅଭିନେତା ବରୁଣ ଧୱନ ନିଜ ପିଲା ଦିନର ସାଙ୍ଗ ନତାଶାଙ୍କୁ ଆସନ୍ତା ବର୍ଷରେ ବିବାହ କରି ପାରନ୍ତି । ଆଜ୍ଞା ହଁ ନତାଶାଙ୍କୁ ବରୁଣ ପିଲାଦିନୁ ଜାଣିଛନ୍ତି ଓ ଏମାନଙ୍କ ବନ୍ଧୁତା ପ୍ରେମରେ ବଦଳିଯାଇଛି । ଏମିତିରେ ଜଣା ଯାଉଛି କି ଦୁଇଜଣଙ୍କର ବିବାହ 2019 ରେ ହୋଇପାରେ , କାରଣ ଏହି ଦୁଇ ଜଣ ଏବେ ନିଜ ସମ୍ପର୍କକୁ ବିବାହର ନାମ ଦେବାକୁ ଚାହୁଛନ୍ତି ।

Leave a Reply

Your email address will not be published. Required fields are marked *