ସମସ୍ତଙ୍କ ବ୍ୟବହାର ବହୁତ ଭିନ୍ନ ଭିନ୍ନ ହୋଇଥାଏ, ତେବେ ଶାସ୍ତ୍ର ଅନୁଯାଇ ଅନ୍ୟ ଅନ୍ୟ ବାରରେ ଜନ୍ମ ହୋଇଥାଏ ଲୋକ ବହୁତ ଅଲଗା ଅଲଗା ସ୍ଵଭାବର ହୋଇଥାନ୍ତି । ତେବେ କଣ ଆପଣ ଜାଣିଛନ୍ତି ଯେ କେଉଁ ବାରରେ ଜନ୍ମ ହୋଇଥିବା ଲୋକ କେମିତିକା ସ୍ଵଭାବର ର ହୋଇଥାନ୍ତି । ଅଲଗା ଅଲଗା ସ୍ଵଭାବରେ ଜନ୍ମ ହୋଇଥିବା ବ୍ୟକ୍ତିଙ୍କ ଚାଲି ଚଳନ, ସ୍ଵଭାବ, ସବୁ କଥା ବହୁତ ଭିନ୍ନ ଭିନ୍ନ ହୋଇଥାଏ ।
ତେବେ ଆସନ୍ତୁ ଜାଣିବା କେଉଁ ବାରରେ କେମିତିକା ବ୍ୟକ୍ତି ଜନ୍ମ ହୋଇଥାନ୍ତି ।

୧. ରବିବାର :
ରବିବାର ଦିନ ଜନ୍ମ ହୋଇଥିବା ବ୍ୟକ୍ତି କ୍ରୋଧୀ, କାମାତୁର, ଅଭିମାନୀ, ରୀତିକ୍ରିଡାରେ ପାରଙ୍ଗମ ହୋଇଥାନ୍ତି । ଏହି ବାରରେ ଜନ୍ମ ହୋଇଥିବା ବ୍ୟକ୍ତି ସ୍ତ୍ରୀକୁ ଭଲ ପାଇବା ସହ ଘର ଲୋକଙ୍କୁ ସୁଖ ପ୍ରଦାନ କରିଥାଏ, ଏହି ଦିନରେ ଜନ୍ମ ହୋଇଥିବା ବ୍ୟକ୍ତି ନିଜ କାର୍ଯ୍ୟରେ ବହୁତ ଉତ୍ତିର୍ଣ ହୋଇଥାନ୍ତି ତେବେ ଏହି ଭଳି ଲୋକଙ୍କୁ ବହୁତ ସଫଳତା ମିଳିବା ସହ ବହୁତ ସୁଖ ମଧ୍ୟ ମିଳିଥାଏ ।
୨. ସୋମବାର :
ଏହି ଦିନରେ ଜନ୍ମ ହୋଇଥିବା ବ୍ୟକ୍ତି ଅଧିକ ଅଳସୁଆ, ରୀତି କାର୍ଯ୍ୟରେ ମଗ୍ନ ଓ ଅନ୍ୟ ମାନଙ୍କ ବିଷୟରେ କମ ଭାବୁଥିବାର ହୋଇଥାନ୍ତି । ଏହି ଭଳି ବ୍ୟକ୍ତି ନିଜ ଅନୁଯାଇ କାମ କରିବା ପସନ୍ଦ କରନ୍ତି ଓ ସବୁଦିନ କିଛି ନା କିଛି ନୂଆ କରିବା ପାଇଁ ଇଛା କରନ୍ତି କିନ୍ତୁ କରି ପାରନ୍ତି ନାହିଁ ।

୩. ମଙ୍ଗଳବାର :
ମଙ୍ଗଳବାର ଦିନ ଜନ୍ମ ହୋଇଥିବା ବ୍ୟକ୍ତି ବହୁତ ଭାଗ୍ୟଶାଳି ହୋଇଥାନ୍ତି, ଏହି ଦିନରେ ଜନ୍ମ ହୋଇଥିବା ବ୍ୟକ୍ତି ବହୁତ ପରିଶ୍ରମୀ ଓ ନିଜ କାର୍ଯ୍ୟକୁ ସବୁଠାରୁ ଉତ୍ତମ ଭାବରେ କରିବା ପସନ୍ଦ କରନ୍ତି ଯାହା ଫଳରେ ତାଙ୍କ କାମକୁ ସମସ୍ତେ ପସନ୍ଦ କରନ୍ତି ଓ ଆପଣଙ୍କ ମାନ ସମ୍ମାନ ମଧ୍ୟ ବଢିବାକୁ ଲାଗିଥାଏ ।
୪. ବୁଧବାର :
ଏହି ଦିନରେ ଜନ୍ମ ହୋଇଥିବା ବ୍ୟକ୍ତି ବହୁତ ଭୋଗ ବିଳାସୀ ହୋଇଥାନ୍ତି ଏହା ଛଡା ଏହି ବାରରେ ଜନ୍ମ ହୋଇଥିବା ଲୋକ କୌଣସି କଥା ଉପରେ ବହୁତ ଗଭୀରତା ସହ ବିଚାର କରନ୍ତି ଓ ଟା ପରେ କାର୍ଯ୍ୟ କରନ୍ତି । ଏହି ଦିନ ଜନ୍ମ ହୋଇଥିବା ବ୍ୟକ୍ତି ନିଜ ସ୍ତ୍ରୀକୁ ବହୁତ ଭଲ ପାଇଥାନ୍ତି କିନ୍ତୁ ତାଙ୍କର ବହୁତ ଲୋକଙ୍କ ସହ ସମ୍ପର୍କ ହୋଇଥାଏ ।
୫. ଗୁରୁବାର :
ଏହି ଦିନରେ ଜନ୍ମ ହୋଇଥିବା ବ୍ୟକ୍ତି ସ୍ବଭାବରୁ ବହୁତ ଶାରମିକ ହୋଇଥାନ୍ତି, ଏହି ଭଳି ଲୋକଙ୍କୁ କ୍ରିଡା ବହୁତ ପସନ୍ଦ ହୋଇଥାଏ କିନ୍ତୁ ପରିବାର ଠାରୁ ବଡ ତାଙ୍କ ପାଇଁ କିଛି ହୋଇନଥାଏ । ଜୀବନରେ କିଛି ପାଇବା ପାଇଁ ଏହି ଭଳି ଲୋକଙ୍କୁ ଭଗବାନ ଓ ନିଜ ଉପରେ ଭରସା ହୋଇଥାଏ ।

୬. ଶୁକ୍ରବାର :
ଏହି ଭଳି ଲୋକ ନୀତି ନିୟମକୁ ଆଖି ଆଗରେ ରଖି ଚଳିବା ପାଇଁ ଚେଷ୍ଟା କରିଥାନ୍ତି, ତେବେ ଏହି ଭଳି ଲୋକଙ୍କ ଜୀବନରେ ଯେତେ ଖରାପ ପରିସ୍ଥିତି ଆସିଲେ ମଧ୍ୟ ସେ ନିଜ କାମ ଭଲ ଭାବରେ କରିବା ପସନ୍ଦ କରନ୍ତି । ଏହି ବାରରେ ଜନ୍ମ ହୋଇଥିବା ଲୋକ ଅନ୍ୟ ବିଷୟରେ ଖରାପ ଚିନ୍ତା କରନ୍ତି ନାହିଁ । ଏହି ଭଳି ବ୍ୟକ୍ତି ପରତିଦିନ ନିଜ ସୁଖକୁ ଭୋଗ ବିଳାସରେ ତୃପ୍ତି କରିଥାନ୍ତି ।
୭. ଶନିବାର :
ଏହି ଭଳି ଲୋକେ ନ୍ୟାୟ ପ୍ରିୟ ହୋଇଥାନ୍ତି ଓ ଅନ୍ୟ ସମ୍ପତ୍ତି ଉପରେ କେବେ ଧ୍ୟାନ ଦିଅନ୍ତି ନାହିଁ ତାଙ୍କ ନିଜ ପାଖରେ ଯାହା ଥାଏ ସେଥିରେ ସେ ଖୁସି ରହିବା ପାଇଁ ଚେଷ୍ଠ କରିଥାନ୍ତି ।
ବନ୍ଧୁଗଣ ଆପଣଙ୍କୁ କେମିତି ଲାଗିଲା ଲେଖାଟି କମେଣ୍ଟରେ ଲେଖିବେ ଓ ଶେୟାର କରିବେ । ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।