Interesting GK Questions- କେଉଁ ଜିନିଷ ପ୍ରଥମେ ଦୁଇ ଥର ମାଗଣାରେ ମିଳେ, କିନ୍ତୁ ତୃତୀୟ ଥର ପଇସା ଦେବାକୁ ପଡିଥାଏ ?

ସାଧାରଣ ଜ୍ଞାନ ଆହରଣ କରିବା ଆମ ଜୀବନରେ ଅନେକ କ୍ଷେତ୍ର ରେ କାମରେ ଆସିଥାଏ । ପାଠ ପଢା ଠାରୁ ନେଇ ଚାକିରି ପର୍ଯ୍ୟନ୍ତ ଅନେକ ସମୟରେ ସାଧାରଣ ଜ୍ଞାନ ଆମକୁ ଆଗକୁ ନେବାରେ ସହାୟକ ହୋଇଥାଏ । ଆଜିକାଲି ଇଣ୍ଟରବିୟୁରେ ଏମିତି କିଛି ପ୍ରଶ୍ନ ପଚରା ଯାଉଛି ଯାହାର ଉତ୍ତର ପ୍ରାୟତ କ୍ୟାଣ୍ଡେଟ ମାନେ ଜାଣି ନ ଥାନ୍ତି । ଆଉ କିଛି ଉତ୍ତର ଜାଣି ମଧ୍ୟ ସଠିକ ଉତ୍ତର କ୍ୟାଣ୍ଡେଟ ମାନେ ପରୀକ୍ଷା ସମୟରେ ଦେଇ ପାରନ୍ତି ନାହି ।

ତେବେ ଆପଣଙ୍କ ସାଧାରଣ ଜ୍ଞାନ ବୃଦ୍ଧି କରିବା ପାଇଁ ଆଜି ଆମେ ଆପଣ ମାନଙ୍କ ପାଇଁ ଏମିତି କିଛି ପ୍ରଶ୍ନ ଓ ଉତ୍ତର ବିଷୟରେ ନେଇ ଆସିଛୁ । ଏହି ସବୁ ପ୍ରାଣ ଓ ଉତ୍ତର ପାଠ ପଢୁଥିବା ପିଲା ମାନେ ମଧ୍ୟ ପଢି ପାରିବେ ଯାହା ସେମାନଙ୍କର ବିକାଶରେ ସହାୟକ ହେବ । ତେବେ ଆସନ୍ତୁ ଆରମ୍ଭ କରିବା ପ୍ରଶ୍ନ ଓ ଉତ୍ତର ର ଖେଳ ।

୧- କେଉଁ ଜୀବ ଖାଦ୍ୟ ଖାଏ ନାହି କି ପାଣି ପିଏ ନାହି ?

ଉତ୍ତର- ନିର୍ଜୀବ

୨- ହଡା ମାରିଛି ହଡା ଚାରିପଟେ ବଡ ଚେରିଛି ଏହି ଢଗର ଉତ୍ତର କଣ ?

ଉତ୍ତର- ଘୋରଣା

୩- ପଶୁ ନୁହେଁ କି ସେ ପକ୍ଷୀ ନୁହେଁ ଦିନରେ ସୁଏ ସେ ରାତିରେ ଚିଏଁ କହିଲ ଦେଖି ସେ କିଏ ?

ଉତ୍ତର- ଚିମିରି

୪- ତିନି ଅକ୍ଷର ନାମ ତାହାର ଓଲଟା ସିଧା ଏକା ସମାନ ତାହା କଣ ?

ଉତ୍ତର- କଟକ

୫- ଏମିତି କେଉଁ ଜିନିଷ ଯାହା ମଣିଷ ନେଇଯିବ ହେଲେ କେବେ ଦେବ ନାହି ?

ଉତ୍ତର- ଜୀବନ

୬- ତାହା କଣ ଯାହାକୁ ବାନ୍ଧିଲେ ମଧ୍ୟ ଚାଲିଥାଏ ?

ଉତ୍ତର- ଘଣ୍ଟା

୭- ଗାଁ ସହରରେ ବୁଲିଥାଏ ମନ୍ଦିରକୁ ଗଲେ ଡରିଥାଏ ?

ଉତ୍ତର- ଚପଲ

୮- ଗୋଟିଏ ବାକ୍ୟ କୁହ ଯାହାକୁ ସିଧା ଲେଖିଲେ ଯାହା ଓଲଟା ଲେଖିଲେ ମଧ୍ୟ ତାହା । ସେହି ବାକ୍ୟ ଟି କଣ ଅଟେ ?

ଉତ୍ତର- ବନିତା କୁଟାଟାକୁ ଟାଣିବ

୯- କେଉଁ ଜିନିଷ ପ୍ରଥମେ ଦୁଇ ଥର ମାଗଣାରେ ମିଳେ କିନ୍ତୁ ତୃତୀୟ ଥର ପଇସା ଦେବାକୁ ପଡିଥାଏ ?

ଉତ୍ତର- ଦାନ୍ତ

ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟ ଟି ଭଲ ଲାଗିଥିଲେ ଅନ୍ୟ ସହ ସେୟାର କରନ୍ତୁ । ଆମ ସହ ଆଗକୁ ରହିବା ପାଇଁ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *