କେଉଁ ପାପ କଲେ କେଉଁ ରୋଗ ଓ କେଉଁ ଜନ୍ମ ମିଳିଥାଏ ? Garuda Purana

ବନ୍ଧୁଗଣ କଥା ରେ ଅଛି କର୍ମ ଅନୁଯାୟୀ ଫଳ ମିଳିଥାଏ । ଏହାର ଅର୍ଥ ମଣିଷ ଏ ଜନ୍ମରେ ଯେଉଁ କର୍ମ କରିଥାଏ ତାହାର ଫଳ ମୃତ୍ୟୁ ପରେ ତାକୁ ମିଳିଥାଏ ଓ ଆଗାମୀ ଜନ୍ମ ରେ ମଧ୍ୟ ଏହାର ପରିଣାମ ଭୋଗ କରିବାକୁ ପଡିଥାଏ । ମଣିଷ ଯେଉଁ କର୍ମ କରିଥାଏ ତାହାର ଫଳ ମଧ୍ୟ ସେହିପରି ମିଳିଥାଏ । ଆଜି ଆମେ ଜାଣିବା ମଣିଷ କେଉଁ କର୍ମ କରିଲେ କେଉଁ ଫଳ ମିଳିଥାଏ । ଥରେ ପକ୍ଷୀରାଜ ଗରୁଡ ଭଗବାନ ନାରାୟଣ ଙ୍କୁ ପ୍ରଶ୍ନ କରିଲେ ପ୍ରଭୁ ମଣିଷ ମର୍ତ୍ତ୍ୟ ଲୋକରେ ଜନ୍ମ ହୋଇ ଶରୀରରେ ନାନା ରୋଗ ଯନ୍ତ୍ରଣା ଭୋଗ କରି ବିକଳାଙ୍ଗ ହୁଏ କାହିଁକି ?

ଏହି ପ୍ରଶ୍ନ ଶୁଣିବା ପରେ ଭଗବାନ ଉତ୍ତର ଦେଲେ କି ପୂର୍ବ ଜନ୍ମରେ ମଣିଷ ଯେଉଁ କର୍ମ କରିଥାଏ ତାହାର ପରିଣାମ ନର୍କ ରେ ଭୋଗିଥାଏ । ଆଉ ମର୍ତ୍ତ୍ୟ ଲୋକରେ ଶରୀର ଧାରଣ କରିଥାଏ । ସେହି ସବୁ ପାପ ହେଉଛି ଯେଉଁ ବ୍ୟକ୍ତି ବ୍ରାହ୍ମଣ ଙ୍କୁ କଟୁ ଶବ୍ଦ କହିଥାଏ ଓ ଅନେକ ପୀଡା ନିର୍ଯ୍ୟାତନା ଦେଇଥାଏ । ସେହି ବ୍ୟକ୍ତି ଆଗାମୀ ଜନ୍ମ ରେ ଯକ୍ଷ୍ମା ରୋଗ ଭୋଗ କରିଥାଏ । ଯେଉଁ ବ୍ୟକ୍ତି ପୂର୍ବ ଜନ୍ମରେ ଗୁରୁ ଙ୍କୁ ହତ୍ୟା କରିଥାଏ ପର ଜନ୍ମ ରେ ଭୟଙ୍କର କୃଷ୍ଟ ରୋଗ ଭୋଗ କରିଥାଏ ।

ଯିଏ ପୂର୍ବ ଜନ୍ମରେ ଗର୍ଭବତୀ ମହିଳା ଙ୍କୁ ପୀଡା ଦେଇଥାଏ ସେ ସବର ଘରେ ଜନ୍ମ ନେଇଥାଏ ପର ଜନ୍ମରେ । ଏହା ସହ ଏଭଳି ବ୍ୟକ୍ତି ଶରୀରରେ ହସ୍ତୀ ଚର୍ମ ଭଳି ଜାଦୁ ହୋଇଥାଏ । ଏହି ଯାଦୁ ଯେତେ ଔଷଧ ଖାଇଲେ ମଧ୍ୟ ଭଲ ହୁଏ ନାହିଁ । ଯେଉଁ ବ୍ୟକ୍ତି ପଶୁ ମାନଙ୍କ ପରି ମାଂସ ଖାଇଥାଏ ତାକୁ ରକ୍ତ କୋଷ୍ଠ୍ୟ ରୋଗ ହୋଇଥାଏ । ଯେଉଁ ବ୍ୟକ୍ତି ପୂର୍ବ ଜନ୍ମରେ କୁ-ଖାଦ୍ୟ ଖାଇଥାଏ ସେହି ବ୍ଯକ୍ତି ପର ଜନ୍ମରେ ପାଦ ଜଙ୍ଘ ବିକଳାଙ୍ଗ ରୋଗ ନେଇ ଜନ୍ମ ହୋଇଥାଏ ।

ଯେଉଁ ବ୍ରାହ୍ମଣ ମାନେ ନିଜର ଇନ୍ଦ୍ରିୟ କୁ ବସ କରନ୍ତି ନାହିଁ ସେମାନଙ୍କୁ ଜଳ ଉଦରି ରୋଗ ହୋଇଥାଏ । ଯିଏ ନିଜ ପରିବାର ଠାରୁ ଲୁଚାଇ ସ୍ଵାଦିଷ୍ଟ ଖାଦ୍ୟ ଖାଇଥାଏ ସେମାନଙ୍କୁ ଗଳ କଣ୍ଟକ ରୋଗ ହୁଏ । ଯେଉଁ ବ୍ୟକ୍ତି ଅଶୁଦ୍ଧ କାଳରେ ପିଣ୍ଡ ଦାନ କରିଥାଏ ସେହି ବ୍ୟକ୍ତି ଚିତ୍ର କୋଷ୍ଠ ରୋଗ ହୋଇଥାଏ । ଯିଏ ଗୁରୁଙ୍କୁ ଗରବରେ ଅବଜ୍ଞା କରିଥାଏ ସେହି ବ୍ୟକ୍ତିଙ୍କୁ ଚର୍ମ ରୋଗ ହୁଏ ।

ଯିଏ ବେଦ କୁ ନିନ୍ଦା କରି ମିଛ ସାକ୍ଷୀ ଦେଇଥାଏ ତାକୁ ପାଣ୍ଡୁ ରୋଗ ହୋଇଥାଏ । ଯେଉଁ ଲୋକ ଅନ୍ୟର ଦାମ୍ପତ୍ୟ ଜୀବନରେ ବାଧା ଆଣିଥାଏ ଓ ଭଙ୍ଗନ କରିଥାଏ ସେହି ଲୋକ ମୁକ ହୋଇ ଜନ୍ମ ନେଇଥାଏ । ଯେଉଁ ବ୍ୟକ୍ତି ବହି ଚୋରୀ କରିଥାଏ ସେହି ବ୍ୟକ୍ତି ମର୍ତ୍ତ୍ୟ ମଣ୍ଡଳରେ ଅନ୍ଧ ହୋଇ ଜନ୍ମ ନିଏ । ଯେଉଁ ଶିଷ୍ୟ ଗୁରୁଙ୍କୁ ଗୋଇଠା ମାରିଥାଏ ସେହି ବ୍ୟକ୍ତି ଛୋଟା ଭାବେ ଜନ୍ମ ନେଇଥାଏ ।

ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟ ଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ, ସେୟାର, କମେଣ୍ଟ କରିବାକୁ ଭୁଲିବେ ନାହିଁ । ଧନ୍ୟବାଦ ।

Leave a Reply

Your email address will not be published. Required fields are marked *