ବନ୍ଧୁଗଣ ଆଜି ଆମେ ଆପଣଙ୍କୁ ଠାକୁର ପୂଜା ସମ୍ବଧିତ କିଛି ତଥ୍ୟ ବିଷୟରେ କହିବାକୁ ଯାଉଛୁ ଯାହା ଆପଣଙ୍କର ଦୈନିକ କାମରେ ଆସିବ । ୧- ସକାଳୁ ସ୍ନାନ କରିବା ପରେ ଠାକୁର ଘରେ ଗୋଟେ ଘିଅ ଓ ତେଲର ଦୀପ ଜାଳିବା ଉଚିତ । ଏହା ସହ ଧୂପବତୀ ଲଗାଇ ବାତାବରଣ ସୁଗନ୍ଧିତ କରିଲେ ମଙ୍ଗଳକାରୀ ହୋଇଥାଏ ।
୨- ଠାକୁର ଘରେ ପ୍ରଥମେ ଗଣେଶଙ୍କୁ ପୂଜା କରିବା ଉଚିତ । ତାଙ୍କୁ ସ୍ନାନ କରାଇବା ପରେ ବସ୍ତ୍ର, ଅକ୍ଷତ, ଧୂପ ଜଳାଇ ପୂଜା ଅର୍ଚ୍ଚନା କରିବା ଉଚିତ ।
୩- ମହାଦେବଙ୍କୁ ପୁଷ୍ପ, ଅକ୍ଷତ, ଚନ୍ଦନ ଅର୍ପଣ କରି ଧ୍ୟାନ କରିଲେ ମଙ୍ଗଳକାରୀ ହୋଇଥାଏ । ମହାଦେବଙ୍କ ପରେ ମାତା ଦୂର୍ଗା ଓ ଭଗବାନ ସୂର୍ଯ୍ୟଦେବଙ୍କୁ ଫୁଲ ସହ ଦୀପ ଇତ୍ୟାଦିରେ ପୂଜା କରିଲେ କଲ୍ୟାଣକାରୀ ହୋଇଥାଏ ।
୪- ଏହି ସବୁ କାର୍ଯ୍ୟ ସମାପନ ପରେ ପଞ୍ଚ ଦେବଙ୍କୁ ମିଠା ଜପ ଅର୍ପଣ କରିବା ଉଚିତ । ତାପରେ ପାଞ୍ଚ ଦେବତାଙ୍କ ଆରତୀ କରିଲେ କଲ୍ୟାଣକାରୀ ହୋଇଥାଏ ।
୫- ପୂଜାର ଅନ୍ତିମ ପର୍ଜ୍ଯାୟରେ ପାଞ୍ଚ ଦେବତାଙ୍କୁ କ୍ଷମା ପ୍ରାର୍ଥନା କରିବା ଉଚିତ । ଏହା ଦ୍ଵାରା ମଙ୍ଗଳକାରୀ ହୋଇଥାଏ । ସନ୍ଧ୍ୟା ସମୟରେ ଠାକୁର ପୂଜା କରିଲେ ଅତ୍ୟନ୍ତ ଶୁଭ ହୋଇଥାଏ ।
୬- ଠାକୁର ଘରେ ଜଳିଥିବା ଧୂପବତିର ପାଉଁଶ ରଖିବା ଅନୁଚିତ । ସେହିପରି ଦର ପୋଡା ଦିଆସିଲି କାଠି ପକାଇବା ଅଶୁଭ ହୋଇଥାଏ ।
୭- ଠାକୁର ଘରେ କେବେବି ମଉଳି ବା ବାସି ଫୁଲ ରଖିବା ଦ୍ଵାରା ନେଗେଟିଭ ଶକ୍ତି ବୃଦ୍ଧି ହୋଇଥାଏ । ଠାକୁର ଘରେ ଦିଆସିଲି ବ୍ୟବହାର କରିବା ପରେ ଭିତରେ ରଖିବା ଅଶୁଭ ହୋଇଥାଏ ।
୮- ସକାଳୁ ପୂଜା କରିବା ଦ୍ଵାରା ଦିନ ସାରା ପଜେଟିଭ ଶକ୍ତିର ଅନୁଭବ ହେବା ସହ କାମରେ ଏକାଗ୍ରତା ବୃଦ୍ଧି ହୋଇଥାଏ । ସକାଳ ସମୟରେ ସ୍ନାନ ପରେ ଭୋର 6ଟା ରୁ 8ଟା ଭିତରେ ଠାକୁର ପୂଜା କରିଲେ ଶୁଭ ହୋଇଥାଏ ।
୯- ମହିଳା ମାନେ ମାସିକ ଧର୍ମ ସମୟରେ ପୂଜା ପାଠ କରିବା ଅଶୁଭ ହୋଇଥାଏ । ଶାସ୍ତ୍ର ଅନୁଯାୟୀ ସୂର୍ଯ୍ୟଗ୍ରହଣର 12 ଘଣ୍ଟା ପୂର୍ବରୁ ପୂଜା କାର୍ଯ୍ୟ ହୁଏ ନାହି । ଗ୍ରହଣ ପରେ ପୂଜା ସ୍ଥଳ ପବିତ୍ର କରି ଠାକୁର ପୂଜା କରାଯାଏ ।
୧୦- ଯଦି ଘରେ ଅଶୁଦ୍ଧି ହୋଇଛି ବା ଠାକୁର ପୂଜା ବା ଦେବ ଦର୍ଶନ କରିବା ବର୍ଜିତ ହୋଇଥାଏ । ଦିନ ୧୨ଟା ରୁ ୪ଟା ମଧ୍ୟରେ ଠାକୁର ପୂଜା କରିବା ବର୍ଜିତ ହୋଇଥାଏ ।
୧୧- ଠାକୁର ପୂଜା କରିବା ପୂର୍ବରୁ ମଥାରେ ତିଳନ ଧାରଣ କରିବା ଦ୍ଵାରା ଶୁଭ ହୋଇଥାଏ । ପୂଜା ସମୟରେ ପୂର୍ବ ମୁଖକୁ ବସିବା ପରେ ବାମ ପରେ ଘଣ୍ଟି, ଧୂପ ରଖିବା ଉଚିତ । ଡାହାଣ ପଟେ ଶଙ୍ଖ, ଜଳପାତ୍ର, ପୂଜା ସାମଗ୍ରୀ ରଖିଲେ ଶୁଭପ୍ରଦ ହୋଇଥାଏ ।
୧୨- ଘରେ ୨ଟି ଶିବଲିଙ୍ଗ, ୩ଟି ଗଣେଶଙ୍କ ମୂର୍ତ୍ତି, ୨ଟି ସୂର୍ଯ୍ୟଦେବଙ୍କ ଫୋଟୋ, ୩ଟି ଦେବୀ ମୂର୍ତ୍ତି ଓ ୨ଟି ଶାଳଗ୍ରାମ ରଖିବା ଦ୍ଵାରା ଗୃହରେ ଅଶାନ୍ତୁ ଦେଖାଦିଏ । ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟ ଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।