ଖଟ ତଳେ ମହୁ ଲୁଚାଇ ରଖିଲେ କେଉଁ ଲାଭ ହୋଇଥାଏ ? Ajira Anuchinta

ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କ ପାଇଁ କିଛି ଅନୁଚିନ୍ତା ନେଇ ଆସିଛୁ ଯାହାର ବ୍ୟବହାର ଆମେ ଆମର ନୀତି ଦିନିଆ ଜୀବନରେ କରିପାରିବା । ଯାହା ଦ୍ଵାରା ଆମ ଜୀବନରେ ଯେଉଁ ସମସ୍ଯା ଲାଗି ରହଚି ତାହା ଦୂର ହୋଇପାରିବ । ଏହି ସବୁ ଉପଦେଶ ବା ଅନୁଚିନ୍ତାର ବ୍ୟବହାର କରିବା ଦ୍ଵାରା ଜୀବନରେ ସୁଖ ସମୃଦ୍ଧି ଲାଗି ରହିବ । ତେବେ ଆସନ୍ତୁ ଆରମ୍ଭ କରିବା ।

୧- ଯଦି ଘରେ ଆପଣଙ୍କ ମନ ଅଶାନ୍ତ ରହୁଛି ତେବେ ଚନ୍ଦନ କାଠି ଜଳାଇବା ଦ୍ଵାରା ମନ ସାନ୍ତ ହୋଇଥାଏ । ଶୋଇବା ଘରେ ଫୁଲଗଛ ରଖିବା ଉଚିତ ନୁହେଁ । ଘରର ପୂର୍ବ ଦିଗରେ ପରିବାର ଫୋଟୋ ଲଗାଇଲେ ଶୁଭ ହୋଇଥାଏ ।

୨- ଘରର ଉତ୍ତର ଦିଗରେ କଇଁଛ ରଖିଲେ ଘରର ସୁଖ ସମୃଦ୍ଧି ଆସିଥାଏ । ଶୋଇବା ଘରେ କମ ଲାଇଟ ଥିବା ବଲ ଲଗାଇଲେ ଭଲ ହୋଇଥାଏ । ଶୋଇବା ଘରେ କୌଣସି ଶବ୍ଦ ବାହାରକୁ ନ ହୁଏ ସେଥିପ୍ରତି ଧ୍ୟାନ ଦେବା ଉଚିତ ।

୩- ଘରର ଡ୍ରଇଙ୍ଗ ରୁମରେ ଫୁଲ ଷ୍ଟାଣ୍ଡ ରଖିବା ଦ୍ଵାରା ଶୁଭ ହୋଇଥାଏ । ଘରର ମୁଖ୍ୟ ଦ୍ଵାରାରେ ସ୍ଵସ୍ତିକ ଚିହ୍ନ ଆଙ୍କିବା ଦ୍ଵାରା ଦୁଖ ସମୃଦ୍ଧି ବୃଦ୍ଧି ହୋଇଥାଏ । ସପ୍ତାହକୁ ଥରେ ଘରେ ଲୁଣ ପାଣିରେ ପୋଛା ଲଗାଇବା ଡବରା ଘର ଦରିଦ୍ରତା ଦୂର ହୁଏ ।

୪- ଯଦି ପିଲାଙ୍କର ପାଠ ପଢାରେ ମନ ଲାଗୁ ନାହି ତେବେ ତିନୋଟି ଶୁକ୍ଲପକ୍ଷରେ ୫ଟି ମିଠା ସହ ୨ଟି ଗୁଜୁରାତି ଓସ୍ତଗଛ ମୂଳରେ ଅର୍ପଣ କରିଲେ ମଙ୍ଗଳ ହୋଇଥାଏ । ସକାଳୁ ଉଠିବା ପରେ ଦୁଇ ହାତର ପାପୁଲି ଦର୍ଶନ କରିଲେ ଶୁଭ ହୋଇଥାଏ ।

୫- ରାତିରେ ଶୋଇବା ପୂର୍ବରୁ ଘରର ଦକ୍ଷିଣ ପଶ୍ଚିମ ଦିଗରେ ବଲ ଲଗାଇଲେ ଭଲ ହୋଇଥାଏ । ଶୋଇବା ଘରେ ଖଟ ତଳେ ଛୋଟ ପାତ୍ରରେ ମହୁ ଲୁଚାଇ ରଖିଲେ ଦାଂପତ୍ଯ ଜୀବନ ସୁଖମୟ ହୋଇଥାଏ ।

୬- ରାତିରେ ରୋଷେଇ ସାରିବା ପରେ ଚୁଲା ଉପରେ କ୍ଷୀର ଛିଟା ମାରିଲେ ଦାଂପତ୍ଯ ଜୀବନରେ ସମସ୍ୟା ଆସେ ନାହି । ରୋଷେଇ ଘରେ ଅଇଁଠା ବାସନ ରଖିବା ଅନୁଚିତ । ନିଜ ମନ ପସନ୍ଦର ଚାକିରି ପାଇବା ପାଇଁ ମଙ୍ଗଳବାର ଦିନ ପ୍ରଭୁ ହନୁମାନଙ୍କୁ ଗୋଲାପ ଫୁଲ ଅର୍ପଣ କରିବା ସହ ହନୁମାନ ଚାଳିଶା ପାଠ କରିବା ଉଚିତ ।

୭- ସକାଳୁ ଉଠିବ ପରେ କ୍ଷୀର ଦେଖିବା ଶୁଭ ହୋଇଥାଏ । କ୍ଷୀର ଉତୁରିଲେ ଏହା ଶୁଭ ହୋଇଥାଏ । ହାତରୁ କ୍ଷୀର ଖସି ପଡିଲେ ଏହା ବିପଦର ସଙ୍କୀ ହୋଇଥାଏ । ଝାଡୁକୁ କେବେ ଗୋଇଠା ମାରିବା ଓ ଓଲଟାଇ ରଖିବା ଅନୁଚିତ ।

୮- ଗୋଟେ ବର୍ଷ ଯାଏଁ ପିଲାଙ୍କୁ କେବେ ଆଇନା ଦେଖାଇବା ଅନୁଚିତ । ଦର୍ପଣ ଭାଙ୍ଗିବା ଅଶୁଭ ହୋଇଥାଏ । ନିଜର ପର୍ସ କେବେ ଖାଲି ରଖିବା ଉଚିତ ନୁହେଁ ।

୯- ବାଲଟିରେ ସର୍ବଦା ପାଣି ଭାରି କରି ରଖିଲେ ଶୁଭ ହୋଇଥାଏ । ଜଙ୍କ ଲାଗିଥିବା ଲୁହା ଘରେ ରଖିଲେ ଅଶୁଭ ହୋଇଥାଏ । ମନ୍ଦିରରେ ସାପ ଦେଖିଲେ ଶୁଭ ସଂକେତ ହେବ ସହ ସବୁ ଇଚ୍ଛା ପୂରଣ ହୋଇଥାଏ । ବନ୍ଧୁଗଣ ଆପଣଙ୍କୁ ଆମ ପୋଷ୍ଟଟି ଭଲ ଲାଗିଲେ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *