କିଛି ଲୋକଙ୍କ ପୂଜା କେବେ ସ୍ଵୀକାର କାହିଁକି ହୁଏ ନାହିଁ ? କରୁଥିଲେ ଏହି ଭୁଲ ହୋଇଯାନ୍ତୁ ସାବଧାନ! Puja Vidhi

ବନ୍ଧୁଗଣ ହିନ୍ଦୁ ଧର୍ମକୁ ମାନୁଥିବା ଲୋକେ ନିତ୍ୟ ପୂଜା ପାଠ କରିଥାନ୍ତି କିନ୍ତୁ ଭଗବାନ କିଛି ଲୋକଙ୍କର ପୂଜା ସ୍ଵୀକାର କରିଥାନ୍ତି ତ ଆଉ କାହାର କରିନ ଥାନ୍ତି । ତେବେ ଆପଣଙ୍କ ମନରେ ପ୍ରଶ୍ନ ଆସିପାରେ ଭଗବାନ ଭକ୍ତଙ୍କ ସହ ଏମିତି ଭେଦଭାବ କଣ ପାଇଁ କରିଥାନ୍ତି । ସତ କଥା ହେଲା ଭଗବାନ ଭେଦ ଭାବ କରନ୍ତି ନାହି ବରଂ ମଣିଷ ଅଜ୍ଞାନ ବଶତ ସଠିକ ବିଧି ବିଧାନ ଅନୁଯାୟୀ ଭଗବାନଙ୍କ ପୂଜା କରିବା ଜାଣି ନ ଥାଏ । ଆଜି ଆମେ ଆପଣଙ୍କୁ ପୂଜା ସହ ଜଡିତ କିଛି ନିୟମ ବିଷୟରେ କହିବାକୁ ଯାଉଛୁ ଯାହା ଦ୍ଵାରା ଭଗବାନ ନିଶ୍ଚୟ ସ୍ଵୀକାର କରିବେ ସେହି ବିଷୟରେ କହିବାକୁ ଯାଉଛୁ ।

ହିନ୍ଦୁ ଧର୍ମ ଅନୁଯାୟୀ ଭଗବାନଙ୍କ ପୂଜା କରିବା ସମୟରେ ମନ ସାନ୍ତ ଓ ଏକାଗ୍ରତା ହେବା ଉଚିତ । ଯଦି ପୂଜା ସମୟରେ ଅନ୍ୟକୁ ହାନି କରିବା କଥା ବିଚାର ମନରେ ଆସିଥାଏ ତେବେ ଭଗବାନ କେବେ ପୂଜା ସ୍ଵୀକାର କରିବେ ନାହି । ଏହା ସହ ପୂଜା କରିବା ସମୟ ଗୋଟିଏ ନିର୍ଧାରିତ ହେବ ସହ ପୂଜା ପୂର୍ବରୁ ସ୍ନାନ କରି ସଫା ବସ୍ତ୍ର ଧାରଣ କରି ପୂଜା କରିବା ଉଚିତ । ଆଉ କିଛି ନିୟମ ଗୁଡିକ ହେଉଛି –

୧- ପୂଜା କରିବା ସମୟରେ ଗୋଟେ ଦୀପ ସହ ଆଉ ଗୋଟେ ଦୀପକୁ ଲଗାଇବା ଅନୁଚିତ । ଏପରି ସ୍ଥିତିରେ ଦୀପକୁ ଡିଆସିଲି ଜରିଆରେ ଲଗାଇବା ଉଚିତ । ଘିଅ ଦୀପକୁ ଦେବତାଙ୍କ ଡାହାଣ ପଟରେ ରଖିବା ଉଚିତ ।

୨- ପୂଜା କରିବା ସମୟରେ ଭଗବାନ ବିଶୁଣୁ ତୁଳସୀ ପତ୍ର, ମହାଦେବଙ୍କୁ ବେଲପତ୍ର ଓ ମା ଲକ୍ଷ୍ମୀଙ୍କୁ ପଦ୍ମ ଫୁଲ ଚଢାଇବା ଉଚିତ ।

୩- ପୂଜା କରିବା ସମୟରେ କର୍ତ୍ତାଙ୍କ ମୁଖ ପୂର୍ବ ଦିଗକୁ, ଘଣ୍ଟି ବାମ ପଟକୁ, ଡାହାଣ ପଟରେ ଶଙ୍ଖ, ଜଳ ପାତ୍ର ଓ ପୂଜା ସାମଗ୍ରୀ ରଖିବା ଦ୍ଵାରା ପୂଣ୍ୟ ପ୍ରାପ୍ତ ହୋଇଥାଏ ।

୪- ଶାସ୍ତ୍ର ଅନୁଯାୟୀ ଜପ କରିବା ସମୟରେ ବାମ ହାତକୁ ବନ୍ଦ ରଖିବା ଉଚିତ । ଜପ କରିସାରିବା ପରେ ଆସନର ଭୂମିକୁ ପ୍ରଣାମ କରି ପୂଜା କରିବା ଉଚିତ । କୌଣସି ବସ୍ତୁ ବା ଜିନିଷ ବାମ ହାତରେ ଦାନ କରିବା ଅନୁଚିତ ।

୫- ଶ୍ରୀମଦ ଭଗବତ ଗୀତାରେ କୁହାଯାଇଛି ପୂଜା କରିବା ସମୟରେ କେବେ ବି ଗୋଟେ ହାତରେ ପ୍ରଣାମ କରିବା ଉଚିତ ନୁହେଁ । କାରଣ ଏମିତି କରିବେ ମଣିଷର ପୂଣ୍ୟ କୌଣସି କାମରେ ଆସେ ନାହି । ତେଣୁ ଦୁଇ ହାତ ଯୋଡି ପ୍ରଣାମ କରିବା ଉଚିତ ।

୬- ପୁରାଣ ଅନୁଯାୟୀ ସୋଇଥିବା ବ୍ଯକ୍ତିର ଚରଣ ସ୍ପର୍ଶ କରିବା ଅନୁଚିତ । କେବେଳ ମୃତ ବ୍ୟକ୍ତିକୁ ଏପରି ଚରଣ ସ୍ପର୍ଶ କରାଯାଏ ।

୭- ସ୍କନ୍ଧ ପୁରାଣ ଅନୁଯାୟୀ ଆଳତିର ଅର୍ଥ ସଂଗୀତ ମାଧ୍ୟମରେ କରିବା । ଆଳତି କରିବା ସମୟରେ ଦୀପ ଧୂପ କରିଲେ ମୃତ୍ୟୁ ପରେ ସ୍ଵର୍ଗ ଲୋକ ପ୍ରାପ୍ତ ହୋଇଥାଏ । ଆଳତି ପାଇଁ ଅଟା ର ଦୀପ ସର୍ବୋତ୍ତମ ହୋଇଥାଏ । ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *