କିଏ ଏହି ଭାରତୀୟ? ଯାହାକୁ ହୃଦୟ ଦେଲେ Britishର ଏହି ମହିଳା ଅଫିସର!

ବନ୍ଧୁଗଣ ବିଦେଶୀ ମହିଳାଙ୍କ ମନ ଜିଣିନେଲେ ଏହି ଭାରତୀୟ । ନିଜର ଉଚ୍ଚ ପଦବୀ ଓ ବିଦେଶର ସବୁ ସଉକକୁ ପଛରେ ପକାଇ ବହରତର ଯୁବକଙ୍କ ହାତ ଧରିଲେ ଭାରତରେ ରହୁଥିବା ଜଣେ ବ୍ରିଟିଶ ମହିଳା ଅଫିସର । ଅଗ୍ନିକୁ ସାକ୍ଷୀ ରଖି ଦୁହେଁ ସାତ ଜନ୍ମ ପାଇଁ ସାଥି ହେବାକୁ ବଚନ ନେଲେ । ଏପରି ଘଟଣା ଘଟିଛି ରାଜଧାନୀ ଦିଲ୍ଲୀରେ । ଏଠାରେ କାର୍ଯ୍ୟରତ ବ୍ରିଟେନର ଡେପୁଟି ବାଣିଜିକ କମିଶନର ରିହାନାନ ହେରିଶ ଭାରତର ହିମାଂଶୁ ପାଣ୍ଡେକୁ ବିବାହ କରି ଜନ୍ମ ଜନ୍ମର ସାଥି ହୋଇଛନ୍ତି ।

ନିଜେ ରିହାନାନ ଟ୍ବିଟ କରି ଏହି ସୂଚନା ଦେଇଛନ୍ତି । ତେବେ ଏହି ଭାରତୀୟ ଯୁବକ କିଏ ଯାହାକୁ ହୃଦୟ ଦେଲେ ବିଦେଇସ ମହିଳା ଅଫିସର ଆସନ୍ତୁ ଜାଣିବା । ରାଜକର୍ମ କରିବାକୁ ଆସିଥିଲେ ରିହାନା ସୁଦୂର ଭାରତକୁ । କିନ୍ତୁ ସେ ଜାଣି ନ ଥିଲେ ଭାରତରେ ତାଙ୍କର ଆଉ ଏକ ନୂଆ ଜୀବନ ଅପେକ୍ଷା କରି ରହିଥିଲା ।

ଭାରତରେ ତାଙ୍କୁ ଏପରି କିଛି ମିଳିବ ଯାହା ପାଇଁ ସେ ସାର ଜୀବନକୁ ବନ୍ଧା ପକାଇ ଦେବେ ବୋଲି ସ୍ଵପ୍ନରେ ଭାବି ନ ଥିଲେ । ରିହାନାନ ଭାରତରେ ଏପରି ଜଣେ ଯୁବକ ଙ୍କୁ ଭେଟି ପ୍ରଥମ ଦେଖାରେ ତାଙ୍କୁ ହୃଦୟ ଦେଇ ବସିଲେ । ଏବେ ଏହି ପ୍ରେମ ବିବାହରେ ପରିଣତ ହୋଇଛି ।

ରିହାନାନ ୪ ବର୍ଷ ତଳେ ଅନେକ ଆଶା ନେଇ ଭାରତ ଆସିଥିଲେ । କିନ୍ତୁ ସେ ଜାଣି ନ ଥିଲେ ତାଙ୍କୁ ଏମିତି ଜଣେ ମିଳିଯିବ ଯାହା ପାଖରେ ସେ ନିଜକୁ ସମର୍ପି ଦେବେ । ଭାରତ ପରି ଉଚ୍ଚ ଐତିହସିକ ସମ୍ପନ୍ନ ଦେଶକୁ ନିଜ ଘର ଭାବେ ପାଇ ସେ ବହୁତ ଖୁସି ଥିବା ପ୍ରକାଶ କରିଛନ୍ତି ।

ଟ୍ବିଟ ରେ ଥିବା ପ୍ରୋଫାଇଲ ମୁତାବକ ରିହାନାନ ସମାଜରେ ସମାନତା ଓ ଗ୍ରୀନ ଇକୋନିମର ଜଣେ ବଡ ସମର୍ଥକ । ସେ ବହୁତ ଭ୍ରମଣ ପ୍ରିୟ ସ୍ଵଭବର ମହିଳା ଅଟନ୍ତି । ଅନ୍ୟ କ୍ଷେତ୍ର ରେ ହିମାଂଶୁ ଜଣେ ଫିଲ୍ମ ମେକର ଭାବେ କାମ କରନ୍ତି । ଗଡରକ ଫିଲ୍ମ ନାମକ ଫିଲମର ପ୍ରତିଷ୍ଠକ ହେଉଛି ହିମାଂଶୁ । ନିଜ ଇଂଷ୍ଟାଗ୍ରାମ ପେଜରେ ୟୁଟ୍ଯୁବ ଚ୍ଯାନେଲରେ ଏକ ଲିଙ୍କ ସେୟାର କରିଛନ୍ତି ହିମାଂଶୁ ।

ସେ ଜଣେ ସ୍ଵତନ୍ତ୍ର ଫିଲ୍ମ ମେକର ହେବା ସହ ଆର୍ଟ୍ସ ଓ କମୁନିକେଶନର ଛାତ୍ର ଅଟନ୍ତି । ୧୦ ବର୍ଷରୁଇ ଅଦଧିକ ସମୟର ଅଭିଜ୍ଞତା ସହ ସେ ଏକାଧିକ ସର୍ଟ ଫିଲ୍ମ ଓ ଭିଡିଓ ପ୍ରୋଜେକ୍ଟରେ କାଶଟିଙ୍ଗ ନିର୍ଦେଶକ, ପ୍ରଡ୍ୟୁସର, ଲେଖକ ଓ ନିର୍ମାତା ଭାବେ କାମ କରିଛନ୍ତି । ଏହା ସହ ଏଡିଟରେ ପ୍ରଡ଼କସନ ନିୟୁ ୟିୟର ସଂଘଠନ ପାଇଁ ଫିଲ୍ମ ଶୁଟିଙ୍ଗ ଓ ଅର୍ଗାନାଇଜିଙ୍ଗ ଭାବେ କାର୍ଯ୍ୟ ଭାର ତୁଆଲଉଛନ୍ତି । ନିକଟରେ ହିମାଂଶୁ ଓ ରିହାନାନ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି । ଦୁହିଙ୍କୁ ବ୍ରିଟେନ ଇ ଭାରତରୁ ୟୁଜର୍ସ ମାନେ ଶୁଭେଚ୍ଛା ଜଣାଇଛନ୍ତି ।

ବନ୍ଧୁଗଣ ଆପଣ ମାନଙ୍କୁ ରିହାନାନ ଓ ହିମାଂଶୁଙ୍କ ବୈବାହିକ ଜୀବନ ବିଷୟରେ ମତାମତ କଣ ଆମକୁ କମେଣ୍ଟ ଜରିଆରେ ଜଣାଇବେ । ଆମ ସହ ଆଗକୁ ରହିବା ପାଇଁ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *