ଲମ୍ବା ସମୟ ପର୍ଯ୍ୟନ୍ତ ଖୁସିରେ ବଞ୍ଚିବାକୁ ଚାହୁଁଥିଲେ ଜୀବନସାଥିକୁ କେବେ ବି କରନ୍ତୁ ନାହିଁ ଦୁଃଖୀ, ନଚେତ…

ଯେଉଁ ଲୋକଙ୍କ ଜୀବନସାଥି ବହୁତ ସକ୍ରିୟ ଜୀବନ ବଞ୍ଚନ୍ତି, ଯେଉଁ ଜୀବନସାଥି ବହୁତ ଖୁସି ଥାନ୍ତି ସେ ନିଜେ ନିଜ ଜୀବନ ସହ ନିଜ ଆଖ ପାଖ ଲୋକଙ୍କୁ ମଧ୍ୟ ଖୁସି ରଖିବା ପାଇଁ ଚେଷ୍ଟା କରନ୍ତି । ଯଦି ଆପଣଙ୍କ ଜୀବନସାଥିକୁ ସନ୍ଧ୍ୟାରେ ବସି ଟିବି ଦେଖିବା ସହ ଚିପ୍ସ ଖାଇବା ପସନ୍ଦ ତେବେ ଆପଣ ମଧ୍ୟ ଖୁସି ରେ ରହି ପାରିବେ ଓ ଜୀବନ ଆନନ୍ଦ ଦୁହେଁ ମିଶି ନେଇ ପାରିବେ । ବିବାହ ଏମିତି ଗୋଟେ ସମ୍ପର୍କ ଯାହା ଦ୍ଵାରା ଦୁଇଟି ଲୋକ ସହ ଦୁଇଟି ପରିବାର ଏକାଠି ରୁହନ୍ତି ଓ ଜୀବନ ସୁଖମୟ ଭାବରେ ବଞ୍ଚିବା ପାଇଁ ଚେଷ୍ଟା କରନ୍ତି ।

Image Courtesy: Google

ଏହି କଥା ସମସ୍ତେ ଜାଣିଛନ୍ତି ଯେ ଅଧିକ ବୟସ ପାଇଁ ଖୁସି ରହିବା ଅତ୍ୟନ୍ତ ଆବଶ୍ୟକ ଅଟେ କିନ୍ତୁ କିଛି ଦିନ ତଳେ ହୋଇଥିବା ଗୋଟେ ଅଧ୍ୟୟନ ରେ ଏହା ଜଣା ପଡିଛି ଯେ ନିଜକୁ ଖୁସି ରଖିବା ସହ ନିଜ ଜୀବନ ସାଥିକୁ ମଧ୍ୟ ଖୁସି ରଖିବା ଦରକାର ଅଟେ । ନେଦରଲ୍ୟାଣ୍ଡ ର ଟିଲବୁର୍ଗ ଯୂନିୱର୍ସିଟୀ ଅନୁସନ୍ଧାନକର୍ତ୍ତା ଓଲ୍ଗା ସ୍ତାୱରୋୱା କହିଛନ୍ତି ଯେ ‘ଏହି ଅଧ୍ୟୟନ ଲୋକ ସ୍ୱାସ୍ଥ୍ୟ ଉପରେ ଓ ଆଖ ପାଖ ସାମାଜିକ ଭାବନା ବିଷୟରେ ରେଖାଙ୍କିତ କରା ଯାଇଥାଏ ‘। ଯଦି ଆପଣଙ୍କ ଜୀବନସାଥି ଅଳସୁଆ ଓ କଞ୍ଜୁସ ଅଛନ୍ତି ତେବେ ଆପଣଙ୍କ ସମୟ ମଧ୍ୟ ଏମିତି ସବୁ କାମ କରିଯିବ ।

Image Courtesy: Google

ଯଦି ଆପଣଙ୍କ ଜୀବନସାଥିକୁ ସନ୍ଧ୍ୟାରେ ଟିବି ସାମ୍ନାରେ ବସି ଚିପ୍ସ ଖାଇବା ଅଭ୍ୟାସ ତେବେ ସମ୍ଭବ ଯେ କିଛି ଦିନ ପରେ ଆପଣ ମଧ୍ୟ ସେହି ଭଳି କାମ କରିବେ । ଅଧ୍ୟୟନ ଅନୁଯାଇ ଯେଉଁ ଲୋକ ନିଜ ଦାମ୍ପତ୍ୟ ଜୀବନ ରେ ଖୁସି ନଥାନ୍ତି ତାଙ୍କ ବୟସ କମିଥାଏ ୪୪୦୦ ଦମ୍ପତି ମଧ୍ୟରେ ଅଧ୍ୟୟନ କରା ଗଲା ଓ ୧୬% ଦମ୍ପତି ଏମିତି ଥିଲେ ଯେଉଁ ମାନେ ମୃତ୍ୟୁକୁ ଖୁବ ଶୀଘ୍ର ପାଇ ଯାଇଛନ୍ତି । ସମସ୍ତଙ୍କ ତୁଳନା ରେ ଏହି ଦମ୍ପତି ବୁଢା ଥିଲେ, କମ ଶିକ୍ଷିତ, କମ ଧନୀ, ଶାରୀରିକ ରୂପରେ କମ ସକ୍ରିୟ ଥିଲେ ଓ ଖରାପ ସ୍ୱାସ୍ଥ୍ୟ ମଧ୍ୟ ଥିଲା । କାହିଁକି ନା ସେମାନେ ମାନସିକ ଶାନ୍ତିଠୁ ବହୁତ ଦୂରରେ ଥିଲେ । ଏବଂ ଏହି ମାନସିକ ଶାନ୍ତି ଭାଙ୍ଗିବାର କାରଣ ହେଉଛି ସ୍ଵାମୀ ସ୍ତ୍ରୀ ମଧ୍ୟରେ ମତଭେଦ ।

Image Courtesy: Google

ସ୍ଵାମୀ ସ୍ତ୍ରୀ ମଧ୍ୟରେ ସବୁ ଠିକ ନ ଥିଲେ ମାନସିକ ଶାନ୍ତି ମଧ୍ୟ ରୁହେ ନାହିଁ, ଯାହା ଫଳରେ ଆପଣ ଅଧିକାଂଶ ସମୟ ଚିନ୍ତା ଗ୍ରସ୍ତ ହୋଇ ବିତାନ୍ତି । ଚିଡଚିଡାପଣ ଦେଖା ଦିଏ, ଯାହା ଫଳରେ ଆପଣ ରାଗିକି ନିଜ ସ୍ୱାସ୍ଥ୍ୟ ପ୍ରତି ମଧ୍ୟ ଧ୍ୟାନ ଦିଅନ୍ତି ନାହିଁ । ଏହିଭଳି ଭାବେ ଆପଣ ମାନସିକ ଅଶାନ୍ତି ସହ ଶାରୀରିକ ଦୁର୍ବଳତା ମଧ୍ୟ ଭୋଗ କରନ୍ତି, କମ ବୟସରେ ଅଧିକ ବୟସର ଦେଖାଯାନ୍ତି । ସେଥିପାଇଁ ଏହି ସବୁଥିରୁ ବଞ୍ଚିବାକୁ ନିଜ ଜୀବନସାଥିଙ୍କୁ କେବେ ବି ଦୁଃଖୀ କରନ୍ତୁ ନାହିଁ ।

Leave a Reply

Your email address will not be published. Required fields are marked *