Special Story: ଲୋକଙ୍କୁ ଟିପ୍ସ ଦେଇ ଆଜି ଲକ୍ଷପତି!

ନମସ୍କାର ବନ୍ଧୁଗଣ । କଥାରେ ଅଛି ଉପରବାଲା ଯେବେ ଦିଏ ଛପର ଫାଡି ଦେଇଥାଏ । ଠିକ ସେହିଭଳି ଘଟିଛି ୨୧ ବର୍ଷୀୟ ଜଣେ ଯୁବତୀଙ୍କ ସହ । ଏହି ଯୁବତୀ ଜଣକ ମଧ୍ୟବିତ୍ତ ପରିବାରର ହୋଇଥିଲେ ମଧ୍ୟ ଆଜି ଲକ୍ଷପତି ହୋଇ ପାରିଛନ୍ତି । ମାସକୁ ରୋଜଗାର କରୁଛନ୍ତି ଅର୍ଦ୍ଧ କୋଟି ଟଙ୍କା । ତେବେ ଆସନ୍ତୁ ଜାଣିବା ସେହି ଯୁବତୀ ଜଣକ କିଏ ଓ କିପରି ଭାବେ ଏତେ ଟଙ୍କା ରୋଜଗାର କରୁଛନ୍ତି । ଏତେ କମ ବୟସରେ ଲକ୍ଷପତି ହୋଇଥିବା ସେହି ଯୁବତୀଙ୍କ ନାଁ ହେଉଛି ଲିଲି ଜାରେମ୍ବା । ଲିଲିଙ୍କ ବୟସ ହେଉଛି ମାତ୍ର ୨୧ ବର୍ଷ ।

ତାଙ୍କର ପରିବାର ଅବସ୍ଥା ଶୋଚନୀୟ ହୋଇ ଥିବାରୁ ସେ ୟୁନିଭର୍ସିଟି ଋ ପାଠ ପଢା ଅଧାରୁ ଛାଡି ଦେଇଥିଲେ । ପାଠ ପଢା ଛାଡିବା ପରେ ଲିଲି ଛୋଟ ଚାକିରି କରି ନିଜର ଜୀବିକା ନିର୍ବାହ କରୁଥିଲେ । ତାଙ୍କୁ ୧୯ ବର୍ଷ ହୋଇଥିବା ବେଳେ ସେ ନିଜର ଆର୍ଥିକ ଅଭାବ ଯୋଗୁ ଏକ ରେଷ୍ଟୁରାଣ୍ଟ ରେ ଚାକିରି କରୁଥିଲେ । ଏହି ରେଷ୍ଟୁରାଣ୍ଟ ରେ ଲୋକଙ୍କୁ ଖାଇବା ଦେବା ସହ ବାସନ ମଧ୍ୟ ଲିଲି ଧୋଉଥିଲେ । କିଛି ଦିନ ପରେ ରେଷ୍ଟୁରାଣ୍ଟ ରେ କାମ କରିବା ପରେ ସେ ଚାକିରି ଛାଡି ଦେଇଥିଲେ ।

ଏହା ପରେ ସେ ନିଜର ବ୍ୟବସାୟ ଆରମ୍ଭ କରିଥିଲେ ଯାହା ପାଇଁ ତାଙ୍କ ଭାଗ୍ୟ ଖୋଲି ଯାଇଥିଲା । ସେ ବ୍ୟବସାୟରେ ଟଙ୍କା ରୋଜଗାର କରି ଆଜିକା ଡେଟରେ ସଫଳତା ହାସଲ କରିଛନ୍ତି । ସେ ଟିକଟକ ଜରିଆରେ ନିଜ ଜୀବନର କାହାଣୀ ଲୋକ ମାନଙ୍କୁ ଜଣାଇଛନ୍ତି । ଲିଲି ବାସ୍ତବରେ ଏକ ଫାଇନାଂସିଆଲ ଇଣ୍ଟିଚ୍ୟୁଟରୁ ଟଙ୍କା ନିବେଶ ଉପରେ ଶିକ୍ଷା ଲାଭ କରିଥିଲେ । ଯେତେବେଳେ ତାଙ୍କର ଏହି କୋର୍ସ ପୁରା ହୋଇଥିଲା ସେତେବେଳେ ଲିଲି ରେଷ୍ଟୁରାଣ୍ଟରେ ଚାକିରି ଛାଡି ଟଙ୍କା ନିବେଶ କରିବା ଆରମ୍ଭ କରିଥିଲେ ।

ଷ୍ଟକ ମାର୍କେଟ, କ୍ରିପ୍ଟୋ ମାର୍କେଟ, ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ଆଦିରେ ଟଙ୍କା ନିବେଶ କରିବା ଆରମ୍ଭ କରିଥିଲେ ଲିଲି । ଏଥିରେ ସେ ଭଲ ଲାଭ ମଧ୍ୟ ପାଇଲେ । ନିବେଶ କରିବା ସହ ଲିଲି ଇନଭେଷ୍ଟ କରିବାକୁ ଲୋକ ମାନଙ୍କୁ ଟିପ୍ସ ମଧ୍ୟ ଦେବାକୁ ଲାଗିଲେ । ଲୋକ ମାନଙ୍କୁ ଟିପ୍ସ ଦେଇ ମଧ୍ୟ ଲିଲି ଭଲ ଟଙ୍କା ରୋଜଗାର କରିବାରେ ଲାଗିଲେ । ଆଉ ଦେଖୁ ଦେଖୁ ଲିଲି ଲକ୍ଷପତି ହୋଇଗଲେ । ମାତ୍ର ୨୧ ବର୍ଷ ବୟସରେ ଲିଲି ମାସକୁ ରୋଜଗାର କରୁଛନ୍ତି ୫୦ ଲକ୍ଷ ଟଙ୍କାରୁ ଅଧିକ ଟଙ୍କା । ୧୯ ବର୍ଷରୁ ନିବେଶ କରିବା ଆରମ୍ଭ କରି ଆଜି ୨୧ ବର୍ଷରେ ଲିଲି ହୋଇ ପାରିଛନ୍ତି ଲକ୍ଷପତି ।

ବନ୍ଧୁଗଣ ଏହି ଘଟଣା କୁ ନେଇ ଆପଣ ମାନଙ୍କର ମତାମତ କଣ ରହିଛି ଆମକୁ କମେଣ୍ଟ ଜରିଆରେ ଜନିଆବେ । ଆପଣ ମାନଙ୍କୁ ଆମ ପୋଷ୍ଟ ଭଲ ଲାଗିଥିଲେ ଅନ୍ୟ ସହ ସେୟାର କରି ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *