ଏହିଭଳି ପାଦଚିହ୍ନ ଥିବା ମହିଳା ସାକ୍ଷାତ ମାତା ଲକ୍ଷ୍ମୀଙ୍କ ସ୍ୱରୂପ ହୋଇଥାନ୍ତି, ମା’ ଲକ୍ଷ୍ମୀଙ୍କର ହୋଇଥାନ୍ତି ଅଂଶ

ଭାରତର ପ୍ରାଚୀନ ଶାସ୍ତ୍ର ସାମୁଦ୍ରିକ ଶାସ୍ତ୍ରରେ ରୁଷି ମୁନି ମନୁଷ୍ୟମାନଙ୍କର ଶରୀରକୁ ସମସ୍ତ ଅଙ୍ଗକୁ ବିଶ୍ଳେଷଣ କରି ଯେଉଁ ସମସ୍ତ ନିଷ୍କର୍ଷ ବାହାର କରିଛନ୍ତି ତାହାରି ଅନୁସାରେ ଆପଣ ଜଣେ ବ୍ୟକ୍ତିର ସ୍ଵଭାବ ଓ ବ୍ୟକ୍ତିତ୍ବ ବିଷୟରେ ଜାଣି ପାରିବେ । ଏହା ସହିତ ବ୍ୟକ୍ତିର ଅଙ୍ଗର ଆକାର ପ୍ରକାର ଇତ୍ୟାଦି ଦ୍ଵାରା ତାହାର ଭବିଷ୍ୟତରେ ଘଟିବାକୁ ଥିବା ଘଟଣା ସହ ତାହାର ସମ୍ବନ୍ଧ ବିଷୟରେ ବି କୁହାଯାଇଛି । ଏହି କ୍ରମରେ ଆଜି ଆମେ ଆପଣଙ୍କୁ ସାମୁଦ୍ରିକ ଶାସ୍ତ୍ର ଉଲ୍ଲେଖିତ ପଦଚିହ୍ନ ଆକାରରେ ବ୍ୟକ୍ତିର ଭବିଷ୍ୟତ କେମିତି ଜାଣିବେ ସେହି ବିଷୟରେ କହିବୁ ।

ସାମୁଦ୍ରିକ ଶାସ୍ତ୍ର ଅନୁସାରେ ପଦଚିହ୍ନକୁ ତିନୋଟି ଶ୍ରେଣୀରେ ବିଭାଜିତ କରାଯାଇ ପାରିବ । ଯେତେବେଳେ ଗୋଡକୁ ସମତଳ ରୂପରେ ମାଟିରେ ରଖାଯାଏ ତେବେ ତିନି ପ୍ରକାରର ପଦଚିହ୍ନ ଦେଖିବାକୁ ମିଳିଥାଏ । ବ୍ୟକ୍ତିର ପଦଚିହ୍ନ ଏହି ତିନୋଟି ପଦଚିହ୍ନ ଭଳି ହିଁ ହୋଇଥାଏ । ଆସନ୍ତୁ ଜାଣିବା ସେହି ସମସ୍ତ ପଦଚିହ୍ନ ବିଷୟରେ ।

ପ୍ରଥମ ପ୍ରକାରର ପଦଚିହ୍ନ

ଗୋଡର ଗୋଇଠି ଓ ଗୋଡର ଆଙ୍ଗୁଠି ମଝିର ଥିବା ସ୍ଥାନ ଯଦି ମାଟିରେ ଲାଗୁଛି ତେବେ ଏହାକୁ ଲୋ ଆର୍ଜ କୁହାଯାଏ । ଯେଉଁ ମହିଳାମାନଙ୍କର ଏହିଭଳି ପଦଚିହ୍ନ ଥାଏ ତାଙ୍କୁ ଭାଗ୍ୟର ଧନୀ ବୋଲି କୁହାଯାଏ । କାରଣ ମାତା ଲକ୍ଷ୍ମୀଙ୍କ ପଦଚିହ୍ନ ବି ଏହିଭଳି ହୋଇଥାଏ । ଏହିଭଳି ମହିଳାମାନଙ୍କ ଜୀବନ ସୁଖ ସମୃଦ୍ଧି ଓ ଐଶ୍ୱର୍ୟରେ ପରିପୂର୍ଣ ହୋଇଥାଏ । ଏହି ମହିଳାମାନଙ୍କୁ ଜୀବନର ସମସ୍ତ ସୁଖ ସୁବିଧା ମିଳିଥାଏ । ସବୁଠୁ ମହତ୍ଵ ପୂର୍ଣ କଥା ହେଉଛି କି ଏହି ପଦଚିହ୍ନ ଥିବା ଲୋକମାନଙ୍କୁ ଜନ୍ମରୁ ହିଁ ସମସ୍ତ ଖୁସି ମିଳିଯାଏ ।

ଏହି ପଦଚିହ୍ନ ଥିବା ଲୋକମାନଙ୍କ ଜନ୍ମ କୌଣସି ଧନୀ ଘରେ ହିଁ ହୋଇଥାଏ । ନଚେତ ଏହିଭଳି ଲୋକମାନେ ଭବିଷ୍ୟତରେ ବହୁତ ବଡ ବ୍ୟାପାରୀ ହୋଇଥାନ୍ତି । ଯଦି ଏମାନଙ୍କୁ କୌଣସି କାମ ପସନ୍ଦ ଆସିଯାଏ ତେବେ ଏମାନେ ତାକୁ ଦିନ ରାତି କରନ୍ତି ।

ଦ୍ଵିତୀୟ ପ୍ରକାରର ପଦଚିହ୍ନ

ଏହି ପଦଚିହ୍ନରେ ଆପଣଙ୍କ ଗୋଡର ଆଙ୍ଗୁଠି ଓ ଗୋଇଠି ମଝିର ସ୍ଥାନ ମାଟିରୁ ଅଳ୍ପ ଉପରକୁ ଉଠିଛି ତେବେ ଏହିଭଳି ବ୍ୟକ୍ତି ବହୁତ ଭଲ ହୃଦୟର ହୋଇଥାନ୍ତି । ଏହା ସହିତ ଏମାନେ ଅଳ୍ପ ଭାବୁକ ବି ହୋଇଥାନ୍ତି । ଏମାନେ ସବୁବେଳେ ନିଜର ପ୍ରିୟଜନ ଓ ପରିବାର ଲୋକକୁ ଖୁସି ରଖିବା ପାଇଁ ଚେଷ୍ଟା କରନ୍ତି । କିନ୍ତୁ ନିଜେ କଷ୍ଟ ବହନ କରନ୍ତି । ଏମାନେ ଭୌତିକ ରଚନାତ୍ମକ ହୋଇଥାନ୍ତି । ସବୁବେଳେ ସକରାତ୍ମକ ଚିନ୍ତାଧାରା ରଖିଥାନ୍ତି ।

ଜୀବନରେ ଆଗକୁ ବଢିବାକୁ ଚାହାନ୍ତି ଓ ଟଙ୍କା ବି ଆୟ କରିବାକୁ ଚାହାନ୍ତି । କିନ୍ତୁ ଏଥିପାଇଁ କେବେ ବି ଭୁଲ ରାସ୍ତାରେ ଯାଆନ୍ତି ନାହିଁ । ଏମାନଙ୍କୁ ଧନର ସଠିକ ଉପଯୋଗ କରିବା ଜଣା ଅଛି । ଯଦି ଏମାନଙ୍କ ପାଖରେ ବହୁତ ଟଙ୍କା ଅଛି ତେବେ ଏମାନେ ତାକୁ ବହୁତ ଭଲ ଭାବରେ ସମ୍ଭାଳି ରଖନ୍ତି । ଏହିଭଳି ପଦଚିହ୍ନ ବାଲା ମହିଳା ବି ବହୁତ ଶୁଭ ହୋଇଥାନ୍ତି ।

ତୃତୀୟ ପ୍ରକାରର ପଦଚିହ୍ନ

ତୃତୀୟ ପଦଚିହ୍ନରେ ବ୍ୟକ୍ତିର ଆଙ୍ଗୁଠି ଓ ଗୋଇଠି ମଝିରେ ଥିବା ସ୍ଥାନ ଯଦି ବହୁତ ଉଚ୍ଚ କିମ୍ବା ବହୁତ ଉଠି ଥିବାର ନଜର ଆସୁଛି ତେବେ ଏହିଭଳି ପଦଚିହ୍ନ ଯେଉଁ ଲୋକମାନଙ୍କର ହୋଇଥାଏ ସେମାନେ ବହୁତ ପରିଶ୍ରମୀ ହୋଇଥାନ୍ତି । କିନ୍ତୁ ଏମାନେ ଭୁଲ ରାସ୍ତା ଅପଣାଇ ପାରନ୍ତି । ଏମାନେ ବହୁତ ବୁଦ୍ଧିମାନ ବି ହୋଇଥାନ୍ତି ।

Leave a Reply

Your email address will not be published. Required fields are marked *