ପଖାଳରେ ଅଛି ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି କରିବାର କ୍ଷମତା… Niharika Das

ଆଜି ଏମ୍ସର ଏକ ରିପୋର୍ଟରେ ପଖାଳ ଭାତକୁ ନେଇ ଏକ ରିପୋର୍ଟ ସାମ୍ନାକୁ ଆସିଛି । ଯାହା ଉପରେ ନ୍ୟୁଟ୍ରିନିଷ୍ଟ ନିହାରିକା ଦାସ ନିଜର ମନ୍ତବ୍ୟ ରଖିଛନ୍ତି । ନ୍ୟୁଟ୍ରିନିଷ୍ଟ ନିହାରିକା ଦାସଙ୍କ ଅନୁସାରେ ଏମ୍ସର ଏକ ରିପୋର୍ଟ ଅନୁସାରେ ପଖାଳ ଓ ପଖାଳର ତୋରାଣିକୁ ଖାଇଲେ ଆମର ରୋଗ ପ୍ରତିରୋଧକ ଶକ୍ତି ବୁଦ୍ଧି ହୋଇଥାଏ ।

କହିବାକୁ ଗଲେ ଯେବେ ଠାରୁ ଆମର କରୋନା ଆରମ୍ଭ ହୋଇଛି ସେହି ସମୟରୁ ସମସ୍ତେ ଚିନ୍ତା କରୁଛନ୍ତି କି କେଉଁଭଳି ଭାବରେ ସେମାନେ ନିଜର ରୋଗ ପ୍ରତିରୋଧକ ଶକ୍ତିକୁ ବୁଦ୍ଧି କରିବେ । ଏମିତିରେ ଯଦି ପଖାଳ ଭାତ ବିଷୟରେ କହିବା ତେବେ ଓଡିଆର ପ୍ରାୟତଃ ଗାଁ ଗହଳିର ଲୋକମାନେ ପଖାଳ ଭାତର ଅଧିକ ସେବନ କରନ୍ତି । ଏହା ସହିତ ଆପଣ ଥରେ ନଜର ପକାନ୍ତୁ କି ଗାଁ ଗହଳିର ଲୋକମାନେ କୋଭିଡରେ ବହୁତ କମ ମାତ୍ରାରେ ସଂକ୍ରମଣ ହୋଇଛନ୍ତି ।

ସେମାନଙ୍କୁ ବହୁତ କମ ରୋଗ ହୋଇଥାଏ । କାରଣ ସେମାନେ ବହୁତ କଠିନ ପରିଶ୍ରମ କରନ୍ତି ଓ ସେମାନଙ୍କର ମୁଖ୍ୟ ଖାଦ୍ୟ ହେଉଛି ପଖାଳ ଭାତ । ଏଥିରୁ ପ୍ରମାଣିତ ହୋଇ ଯାଉଛି କି ଗାଁ ଗହଳିର ଲୋକମାନେ ପଖାଳ ଭାତ ଖାଇବା କାରଣରୁ ରୋଗ ପ୍ରତିରୋଧକ ଶକ୍ତି ସେମାନଙ୍କ ଶରୀରରେ ବୁଦ୍ଧି ପାଇଥାଏ ଓ ସେହି କାରଣରୁ ସେମାନେ ବହୁତ କମ ମାତ୍ରରେ ରୋଗରେ ଆକ୍ରାନ୍ତ ହୋଇଥାନ୍ତି ।

କିନ୍ତୁ ଆମେ ଏତେ ସମସ୍ୟାର ସାମ୍ନା ଏଥିପାଇଁ କରୁଛୁ କାରଣ ଆମର ଲାଇଫ ଷ୍ଟାଇଲ ବହୁତ ଖରାପ । ଏମ୍ସର ରିପୋର୍ଟ ଅନୁସାରେ ପଖାଳ ଭାତ ଓ ଏହାର ତୋରାଣିରେ ବହୁତ ପ୍ରୋଟିନ ରହୁଛି । ଯାହାକି ଆମର ଶରୀରର ରୋଗ ପ୍ରତିରୋଧକ ଶକ୍ତିକୁ ବୁଦ୍ଧି କରିବାରେ ସାହାର୍ଯ୍ୟ କରିଥାଏ ଓ କରୋନା ସହ ଲଢିବାରେ ବି ସାହାର୍ଯ୍ୟ କରିଥାଏ । କାରଣ ରୋଗ ପ୍ରତିରୋଧକ ଶକ୍ତି ହିଁ କେବଳ ଏକମାତ୍ର ଉପାୟ ଅଟେ କରୋନ ସହ ଲଢିବା ପାଇଁ । ଏହା ଗୋଟିଏ ହିଁ ଉପାୟ ।

ସେଥିପାଇଁ ବାସୀ ପଖାଳର ତୋରାଣି ଆମ ପାଇଁ ବହୁତ ଉପଯୋଗୀ । ଏଥିରେ କାର୍ବୋହାଇଡ୍ରେଡ ବି ବହୁତ ପରିମାଣରେ ରହୁଛି । ଭିଟାମିନ ବି୧୨ ବି ଅଛି । ଯଦି ଆପଣ ପଖାଳରେ ଦହି ମିଶାଇ ସେବନ କରୁଛନ୍ତି ତେବେ ଏହ ଅନ୍ତ ନଳୀକୁ ସାଫା କରିଥାଏ । ରୋଗ ପ୍ରତିରୋଧକ ଶକ୍ତି ବୁଦ୍ଧି କରିବାରେ ସାହାର୍ଯ୍ୟ କରିଥାଏ । ଆମେ ଆପଣଙ୍କୁ କହୁଛୁ କି ପଖାଳକୁ ଅଧିକ ମହତ୍ଵ ଦିଅନ୍ତୁ ଓ ଏହାକୁ ସେବନ କରନ୍ତୁ । କାରଣ ପଖାଳ ଆମ ଓଡିଆଙ୍କର ଖାଦ୍ୟ ।

କହିଦେଉଛୁ କି ସବୁବେଳେ ନିଜର ଜିନିଷକୁ ପ୍ରାଧାନ୍ୟ ଦିଅନ୍ତୁ ଅର୍ଥାତ ଯେମିତି କି ଓଡିଆ ଖାଦ୍ୟକୁ ଅଧିକ ପ୍ରାଧାନ୍ୟ ଦିଅନ୍ତୁ ଅନ୍ୟ ଖାଦ୍ୟ ଅପେକ୍ଷା । କହିବାକୁ ଗଲେ ଓଡିଆ କହିଲେ ଆମର ପଖାଳ ଭାତକୁ ବୁଝାଏ । ଏତିକି ନୁହେଁ ଯଦି ଆପଣ ପଖାଳକୁ ସଠିକ ସମୟରେ ଓ ସଠିକ ପରିମାଣରେ ସେବନ କରିବେ ତେବେ ଆପଣଙ୍କୁ ଅଧିକ ପରିମାଣରେ ଲାଭ ମିଳିବ । ନଚେତ ସବୁ ଖାଦ୍ୟର ଭଲ ବି ଅଛି ଓ ଖରାପ ବି ଅଛି ।

Leave a Reply

Your email address will not be published. Required fields are marked *