ମା’ ଫାୟରିଙ୍ଗ ଆରମ୍ଭ ହେଲାଣି, ପରେ ଫୋନ କରିବି – ଏହା କହି ସହିଦ ହୋଇ ଗଲେ ଯବାନ

ଜମ୍ମୁ କାଶ୍ମୀର ଉଋ ସେକ୍ଟର ରେ ଗତ ଶୁକ୍ରବାର ପାକିସ୍ତାନୀ ଗୋଲାବାରୁଦ ରେ ଦୁଇଟି ସୈନିକ ଲାନ୍ସ ନାୟକ ଶଙ୍କର ସିଂହ ଏବଂ ଗଉକର୍ଣ ସିଂହ ଶହିଦ ହୋଇଯାଇଛନ୍ତି । ଏହି ଦୁଇଟି ଜବାନ ଉତରାଖଣ୍ଡ ର ନିବାସୀ ଥିଲେ, ଦୁଇ ଜଣ ଲାନ୍ସ ନାୟକ ୨୧ କୁମାଉ ରେଜିମେଣ୍ଟ ରେ ଡ୍ଯୁଟି ରେ ଥିଲେ, କୁହା ଯାଉଛି ଯେ ଦୁଇ ଜବାନ ମୃତ ଶରୀର ସର୍ବ ପ୍ରଥମେ ସେନା ବିଶେଷ ହେଲିକପ୍ଟର ଦ୍ଵାରା ବରେଲୀ ସ୍ଥିତ ସେନା ମୁଖ୍ୟାଲୟ ଅଣା ଯିବ । ଏହା ପରେ ଉତରାଖଣ୍ଡ ପିଥୋରାଗଡ ରେ ସ୍ଥିତ ବଋଗେଡ ହେଡକ୍ଵାଟର ରେ ରଖା ଯିବ ଏବଂ ଏହା ପରେ ଲାନ୍ସ ନାୟକ ଗୋକର୍ଣ ସିଂହ ପାର୍ଥିବ ଶରୀରକୁ ମୁନଶ୍ୟାରୀ ତହସିଲ ଗ୍ରାମ ନାପଡ ଏବଂ ଲାନ୍ସ ନାୟକ ଶଙ୍କର ସିଂହ ମେହରା ମୃତ ଶରୀରକୁ ଗଙ୍ଗୋଲିହାଟ ତହଶିଲ ନାଲି ଗାଁରେ ଦିଆ ଯିବ ।

କୁହା ଯାଉଛି ଯେ ଶଙ୍କର ସିଂହ ମେହରା ଜନ୍ମ ୫ ଯାନୁଆରୀ ୧୯୮୯କୁ ହୋଇଥିଲା ଏବଂ ତାଙ୍କ ପିତା ନାମ ମୋହନ ସିଂହ ଅଟେ, ଇଣ୍ଟରମିଡଏଟ ପାଠ ଶଙ୍କର ଜିଆଇସି ଚହଜ ଠାରୁ କରିଥିଲେ, ଏହା ପରେ ୨୩ ମାର୍ଚ ୨୦୧୦ରେ ଶଙ୍କର ସିଂହ ମେହରା ଚୟନ ସେନା ୨୧ କୁମାଓ ରେଜିମେଣ୍ଟ ରେ ହୋଇଥିଲା, ଆଜି ଠାରୁ ସାତ ବର୍ଷ ତଳେ ତାଙ୍କ ବିବାହ ଇନ୍ଦ୍ରା ସହ ହୋଇଥିଲା, ଶଙ୍କର ଗୋଟେ ୬ ବର୍ଷ ଛୁଆ ଅଛି, ଶଙ୍କର ପୁଅ ହଲଦ୍ଵାନୀ ରେ ପାଠ ପଢେ, ବର୍ତମାନ ଲକଡାଉନ ପାଇଁ ତାଙ୍କ ସ୍ତ୍ରୀ ଏବଂ ଛୁଆ ଗାଁରେ ଥିଲେ ।

ଫାଇରିଙ୍ଗ ହଉଛି ମା ପରେ କଥା ହବା :

ଖବର ଅନୁଯାଇ ଲାନ୍ସ ନାୟକ ଶଙ୍କର ସିଂହ ମେହରା ଡ୍ଯୁଟି ପରେ ପ୍ରତିଦିନ ନିଜ ସ୍ତ୍ରୀ ଇନ୍ଦ୍ରା ଏବଂ ମା ଜାନକୀ ଦେବୀ ସହ କଥା ହୁଅନ୍ତି, ଯେଉଁ ଦିନ ସେ ଶହିଦ ହେଲେ ସେ ଦିନ ମଧ୍ୟ ସେ ନିଜ ମାକୁ ଫୋନ କରିଥିଲେ, ସେ ନିଜ ମାକୁ ଏହା କହିଥିଲେ ଯେ ଆଜି କାଲୀ ସୀମା ରେ ଗୋଲାବାରୁଦ ବଢିଯାଇଛି । କଥା ହେଲା ବେଳେ ଶଙ୍କର ନିଜ ମାକୁ ଏହା କହିଥିଲେ ଯେ ମା ଫାଇରିଙ୍ଗ ଆରମ୍ଭ ହୋଇଯାଇଛି ମୁଁ ପରେ ଫୋନ କରିବି, ଯାହା ପରେ ସେ ଫୋନ କାଟି ଦେଲେ । ଏହା ଶଙ୍କର ଦ୍ଵାରା କୁହା ଯାଇଥିବା ନିଜ ମାକୁ ଅନ୍ତିମ କଥା ଥିଲା ।

ପୁଅ ଶହିଦ ଖବର ଶୁଣି ବେହୋଶ ହେଲେ ମା :

ଶୁକ୍ରବାର ଦିନ ଯେତେବେଳେ ଶଙ୍କର ସିଂହ ଶହିଦ ହେଲେ, ତେବେ ଏହାର ସୂଚନା ସନ୍ଧ୍ୟା ରେ ତାଙ୍କ ଗାଁ ପହଞ୍ଚିଲା, ଖବର ଗାଁ ପହଞ୍ଚିଲା ପରେ ମଧ୍ୟ ଶଙ୍କର ମାକୁ ଶଙ୍କର ଶହିଦ ହବା କଥା ଜଣା ନଥିଲା, ଯେତେବେଳେ ଶନିବାର ଦିନ ସକାଳେ ସମସ୍ତେ ଗାଁ ଆସିଲେ ସେତେବେଳେ ଶଙ୍କର ମାକୁ କିଛି ଭୁଲ ହବାର ସନ୍ଦେହ ଲାଗିଲା, ଏହା ପରେ ଯେତେବେଳେ ଗାଁ ଲୋକଙ୍କୁ ଜାନକୀ ଦେବୀ ନିଜ ପୁଅ କଥା ପଚାରିଲେ ସେତେବେଳେ ଶଙ୍କର ଶାହାଦତ କଥା ଜଣା ପଡିଲା ଯାହା ଶୁଣି ସେ ବେହୋସ ପଡି ଗଲେ । ତେବେ ସେନା ରେ କେତେ ଭାଇ, କେତେ ପିତା, କେତେ ସ୍ଵାମୀ ନିଜ ଜୀବନ ହରେଇଥାନ୍ତି କେବଳ ସାମାନ୍ଯ ଜନତା ସୁଖ ରେ ରହୁ ସେଥିପାଇଁ ।

Leave a Reply

Your email address will not be published. Required fields are marked *