ମା ଓ ଝିଅର ଗୋଟେ ହିଁ ବ୍ୟକ୍ତି ସହ ଥିଲା ଅବୈଧ ସମ୍ପର୍କ, ପ୍ରେମିକ ସହ ମିଶି ବେକ କାଟି ହତ୍ୟା କଲେ ନିଜ….

ନମସ୍କାର ବନ୍ଧୁଗଣ, ଆପଣମାନଙ୍କୁ ଆମର ଏହି ଲେଖାକୁ ସ୍ଵାଗତ । ଆଜି ଆମେ ଆପଣଙ୍କୁ ଯେଉଁ ଘଟଣା ବିଷୟରେ କହିବାକୁ ଯାଉଛୁ ତାହା ଅତି ଜଘନ୍ୟ ଅଟେ । ଯାହା ବିଷୟରେ ଶୁଣି ଆପଣ କେବେ ବିଶ୍ବାସ ବି କରି ପରିବେନି କି ଦୁନିଆରେ ଏମିତି ବି ହେଉଛି । ନିଜ୍ଜ ସ୍ତ୍ରୀ ଓ ଝିଅ ବି ଆପଣଙ୍କର ଜୀବନ ନେବାକୁ ପଛଉ ନାହାନ୍ତି । ଆଜି କାଲୀ ସମଯ ଏତେ ଖରାପ ହେଲାଣି କି ଲୋକେ ସାମାନ୍ଯ ଶରୀରୀକ ସୁଖ ପାଇଁ ଗୋଟେ ଲୋକର ଜୀବନ ନେବାକୁ ବି ପଚଉ ନାହାନ୍ତି । ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଏହିଭଳି ଘଟଣା ବିଷୟରେ ଯେଉଁଠି ମା ଓ ଝିଅ ମିଶି ତାଙ୍କ ଜଣେ ନିରୀହ ଲୋକକୁ ହତ୍ୟା କରିଛନ୍ତି ।

ପ୍ରେମ ଅନ୍ଧ ସତ କିନ୍ତୁ ୟେ ବା କେଉଁଭଳି ପ୍ରେମ ଯେ ଅନ୍ୟର ଜୀବନ ମଧ୍ୟ ନେବାକୁ ଥରେ ଭାବୁନି । ଗୋଟେ ମା ନିଜ ଝିଅ ସହ ମିଶି ନିଜ ସ୍ଵାମିକୁ  ହତ୍ୟା କରିଛି । ତେବେ କଣ ସଂପୂର୍ଣ୍ଣ ଘଟଣା ଆସନ୍ତୁ ଜାଣିବା । ଏହି ଘଟଣାଟି ହେଉଛି ବିହାର ଭାଗଲପୁର ଅନ୍ତର୍ଗତ ରାମାସି ଗାଁରେ ରହୁଥିବା କେଲୁ ଦାସଙ୍କ ପରିବାରର । ତାଙ୍କ ସ୍ତ୍ରୀ ସରିତା, ଝିଅ ଜୁଲି ଓ ସାନ ପୁଅ ଦେବାନନ୍ଦ ଏକ ଭଡା ହୋଟେଲ ଚଲାଉଥିଲେ । ସରିତା ଓ ଜୁଲିର ଚାଲିଚଳନ ଠିକ ନଥିଲା, ସେମାନେ ଅନ୍ୟ ପୁରୁଷଙ୍କ ସହ ଅବୈଧ ସଂପର୍କ ରଖୁଥିଲେ ।

ତାଙ୍କର ଏହି ସବୁ କୀର୍ତ୍ତି ବିଷୟରେ କେଲୁ ଦାସ ଜାଣିଯାଇଥିଲେ । ଏହି କଥାକୁ ନେଇ ସ୍ବାମୀ ,ସ୍ତ୍ରୀ ଓ ଝିଅ ଭିତରେ ସବୁବେଳେ ଝଗଡ଼ା ମଧ୍ୟ ହୁଏ । ମୁଖ୍ୟ କଥା ହେଲା ସ୍ତ୍ରୀ ଯାହାସହ ଅବୈଧ ସମ୍ପର୍କ ରଖିଥିଲା ତା ସହ ଝିଅ ମଧ୍ୟ ଶାରିରୀକ ସମ୍ପର୍କ ରଖିଥିଲା । ଗ୍ରାମବାସୀଙ୍କ କହିବା ଅନୁସାରେ ପାଖ ଗାଁର ଦିନେଶ ନାମକ ଜଣେ ଯୁବକ ସହ ମା ଝିଅ ଉଭୟଙ୍କର ଅବୈଧ ସଂପର୍କ ଗଢ଼ି ଉଠିଥିଲା । ଏହା କେଲୁ ଦାସ ଜାଣିବା ପରେ ପରିବାରରେ ଅଶାନ୍ତି ବଢିଯାଇଥିଲା । ଏହା ପରେ ସରିତା , ଜୁଲି ଓ ସେମାନଙ୍କ ପ୍ରେମିକ ଦୀନେଶ ମିଶି ଏକ ଧାରୁଆ ଅସ୍ତ୍ରରେ କେଲୁଦାସଙ୍କ ବେକ କାଟି ହତ୍ୟା କରିଥିଲା ।

କେଲୁ ଦାସଙ୍କ ବଡ ପୁଅ ଦୟାନନ୍ଦ ବାପାଙ୍କୁ ନ ପାଇ ମା ଓ ଭଉଣୀଠୁ ତାଙ୍କ ବିଷୟରେ ପଚାରିଥିଲେ । କିନ୍ତୁ ମା ଓ ଭଉଣୀ ଯେଉଁ ଉତ୍ତର ଦେଇଥିଲେ ସେଥିରେ ଦୟାନନ୍ଦ ବିଶ୍ବାସ ଘରେ ନଥିଲେ ଓ କିଛି ଅଘଟଣ ଘଟିଥିବା ଆଶଙ୍କା କରି ପାଖ ଥାନରେ ବାପାଙ୍କ ନିଖୋଜ ନେଇ ଏତଲା ଦେଇଥିଲେ । ଏହା ପରେ ପୋଲିସ ସରିତା ଓ ଜୁଲିଙ୍କୁ ସନ୍ଦେହ କରି ତାଙ୍କ ଉପରେ ନଜର ରଖିଥିଲା । ଏହି ସମୟରେ କେଲୁ ଦାସଙ୍କ ଘର ଅଗଣାରୁ ଦୁର୍ଗନ୍ଧ ଆସିଥିଲା । ପୋଲିସ ଘଟଣାସ୍ଥଳରେ ପହଞ୍ଚି କେଲୁ ଦାସଙ୍କ ମୃତ ଦେହକୁ ଖୋଳି ବାହାର କରିଥିଲା । ଏହି ଘଟଣାରେ ମୃତ କେଲୁ ଦାସଙ୍କ ଝିଅ ଓ ସ୍ତ୍ରୀ ଉଭୟଙ୍କୁ ପୋଲିସ ଗିରଫ କରିଛି । ପ୍ରେମିକ ଦିନେଶ କିନ୍ତୁ ଫେରାର ଅଛି ।

Leave a Reply

Your email address will not be published. Required fields are marked *