ମାତା ଲକ୍ଷ୍ମୀଙ୍କ ଆଶୀର୍ବାଦ ରୁହେ ନାହିଁ ଏହି ସବୁ ଘରେ, ପରିବାରରେ ଦେଖା ଦିଏ ଅଭାବ!

ବିଷ୍ଣୁ ପୁରାଣ ରେ ମାତା ଲକ୍ଷ୍ମୀ ଙ୍କ ସମ୍ବନ୍ଧ ରେ ଅନେକ କିଛି ବିସ୍ତୃତ ସୂଚନା ଦେଖିବାକୁ ମିଳିଥାଏ I ହିନ୍ଦୁ ଧର୍ମ ରେ ମାତା ଲକ୍ଷ୍ମୀ ଧନ ର ଦେବୀ ହେଇଥାନ୍ତି ଏବଂ ଯେଉଁ ଘରେ ମାତା ଲକ୍ଷ୍ମୀ ଙ୍କ ର ନିବାସ ରହିଥାଏ ସେହି ଘରେ ଧନ ର ବୃଦ୍ଧି ଦେଖିବାକୁ ମିଳିଥାଏ I ତେବେ ଘରେ ମାତା ଲକ୍ଷ୍ମୀ ଙ୍କ ର ବାସ କରିବା ଅର୍ଥ ହେଉଛି ଘରେ ଧନ ଅଭିବୃଦ୍ଧି ର ସଂକେତ I ଏବଂ ମାତା ଲକ୍ଷ୍ମୀ ଠାରେ ଯାହା ଉପରେ କ୍ରୋଧିତ ହୁଅନ୍ତି ସେହି ବ୍ୟକ୍ତି ଯେତେ ଚେଷ୍ଟା କଲେ ବି ମାତା ଙ୍କୁ ପ୍ରସନ୍ନ କରିପାରି ନ ଥାଏ I ଏପରି କିଛି କାରଣ ରୁ ମାତା କୃପା ଦୃଷ୍ଟି ପଡି ନ ଥାଏ I


କିଛି ଲୋକେ ନିଷ୍ଠା ର ସହ ମାତା ଲକ୍ଷ୍ମୀ ଙ୍କ ର ପୂଜା କରିଥାନ୍ତି ତ କିଛି ଲୋକେ ଅନେକ କିଛି ବାବା ଙ୍କ ର ବିଭୁତି ଓ ଜିନିଷ ଆଣି ଘରେ ରଖିଥାନ୍ତି ମାତା ଲକ୍ଷ୍ମୀ ଙ୍କୁ ପ୍ରସନ୍ନ କରିବାକୁ I ତେବେ ମାତା ଲକ୍ଷ୍ମୀ ଙ୍କୁ ଥରେ ଯିଏ କ୍ରୋଧିତ କରିଥାଏ ସହଜ ରେ ମାତା ଲକ୍ଷ୍ମୀ ଆଉ ସେହି ସ୍ଥାନ କୁ ଫେରନ୍ତି ନାହିଁ I ମାତା ଲକ୍ଷ୍ମୀ ଯେଉଁ ଜାଗା ରେ ରୁହନ୍ତି ନାହିଁ ସେହି ଜାଗା ରେ ସୁଖ ଶାନ୍ତି ବି ରହି ନ ଥାଏ I

ତେବେ ଏଥିପାଇ ଆମେ ଯେଉଁ କଟୁ ବାକ୍ୟ ର ପ୍ରୟୋଗ କରିଥାଉ ତାହା ହେଉଛି ମୁଖ୍ୟ କାରଣ I ଯଦି ଆପଣ ଙ୍କ ର କଥା କାହାରି ମନ କୁ ଆଘାତ ଦେଉଛି ତେବେ ମାତା ଲକ୍ଷ୍ମୀ ଆପଣ ଙ୍କ ପାଖ ରେ କେବେ ହେଲେ ରୁହନ୍ତି ନାହିଁ I ଯଦି ଆପଣ ଅପଶବ୍ଦ ର ପ୍ରୟୋଗ କରିଥାନ୍ତି ତେବେ ବି ମାତା ଲକ୍ଷ୍ମୀ ଆପଣ ଙ୍କ ପାଖ ରେ ରୁହନ୍ତି ନାହିଁ I ଏହା ଦ୍ୱାରା ଆମ ସର୍ବଦା ଅର୍ଥାଭାବ ଜନିତ ସମସ୍ୟା ରେ ପଡିରହିଥାଉ I

ଯେଉଁ ଘର ର ସଦସ୍ୟ ପ୍ରତି କଥା ରେ କ୍ରୋଧିତ ହେଇଥାନ୍ତି ଏବଂ ଅନ୍ୟ କୁ କଟୁ କଥା କହି ଅପମାନିତ କରିଥାନ୍ତି ସେହି ଘରେ ବି ମାତା କେବେ ହେଲେ ରହିବାକୁ ପସନ୍ଦ କରନ୍ତି ନାହିଁ I କିନ୍ତୁ ଯଦି ଆମେ ଘର ମଧ୍ୟ ରେ ମଧୁର ବାକ୍ୟ ର ପ୍ରୟୋଗ କରିବା ତ ଘରେ ସକାରାତ୍ମକ ଉର୍ଜା ଦେଖିବାକୁ ମିଳିଥାଏ I

ଯେଉଁ ଘରେ ପଣ୍ଡିତ ଓ ଧାର୍ମିକ ଗ୍ରନ୍ଥ ର ଅପମାନ କରାଯାଇଥାଏ ସେହି ଘର ଉପରେ ବି ମାତା ଲକ୍ଷ୍ମୀ ଙ୍କ ର କୃପା ଦୃଷ୍ଟି ପଡି ନ ଥାଏ ଏବଂ ଯେଉଁ ଘରେ କେବେ ହେଲେ ଦୀପ ପ୍ରଜ୍ବଳିତ ହେଇ ନ ଥାଏ ସେହି ଘରେ କେବେ ହେଲେ ମାତା ଙ୍କ ର କୃପା ପଡି ନ ଥାଏ I

Leave a Reply

Your email address will not be published. Required fields are marked *