କାର୍ତ୍ତିକ ମାସ ଏକାଦଶୀ ଠାରୁ ପଞ୍ଚୁକ ପାଳନ କାରାଯାଏ । ଏହି ବର୍ଷ ନଭେମ୍ବର ୧୫ ରୁ ୧୯ ଯାଏଁ ପଞ୍ଚୁକ ପଡୁଛି । ପଞ୍ଚୁକରେ ବଡ ଠାରୁ ଆରମ୍ଭ କରି ବୃଦ୍ଧ ମାନେ ପ୍ରାତକାଳରେ ସ୍ନାନ କରି ପାଞ୍ଚ ଦିନ ବ୍ୟାପୀ ପଞ୍ଚୁକ ପାଳନ କରିଥାନ୍ତି । ପିତାମହ ଭୀଷ୍ମ ବାସୁଦେବ କୃଷ୍ଣଙ୍କ ଠାରୁ ପ୍ରତିବର୍ଷ କାର୍ତ୍ତିକ ମାସର ଶେଷ ୫ ଦିନ ବ୍ରତ ରଖି ପଞ୍ଚୁକ ପାଳନ କରିବାକୁ ଶାସ୍ତ୍ରରେ ଲେଖା ଯାଇଛି । ଏହି ବ୍ରତ ଅନୁସାରେ ନାମକରଣ ଭୀଷ୍ମ ପଞ୍ଚୁକ କରା ଯାଇଛି । ଏହି ଦିନ ଏମିତି କିଛି କାମ କରିଲେ ଶୁଭ ଫଳ ପାଇବା ସହ ଧନର ବର୍ଷା ହୋଇଥାଏ ସେହି ବିଷୟରେ ଆମେ କହିବାକୁ ଯାଉଛୁ ।
୧- କାର୍ତ୍ତିକ ମାସ ପଞ୍ଚୁକରେ ପ୍ରଭୁ ରାଧାକୃଷ୍ଣଙ୍କୁ ପୂଜା କରନ୍ତୁ । ଭଗବାନଙ୍କ ମଥାରେ ଚନ୍ଦନ ଲଗାଇ ପୂଜା କରିଲେ କୃପା ଲାଭ ହୋଇଥାଏ । ଏହି ମହା ପଞ୍ଚୁକରେ ସକାଳେ ଜଲ୍ଦି ସନା କରି ଘରକୁ ସଫା ସୁତୁରା ରଖିବା ଉଚିତ । ଏହା ଦ୍ଵାରା ମା ଲକ୍ଷ୍ମୀ ଓ ଭଗବାନ ବିଶୁଣୁଙ୍କ ଆଶୀର୍ବାଦ ଲାଭ ହୋଇଥାଏ ।
୨- ଏହି ପଞ୍ଚୁକରେ ସୂର୍ଯ୍ୟ ଉଦୟ ହେବା ପୂର୍ବରୁ ସ୍ନାନ ସାରି ବୃନ୍ଦାବତୀଙ୍କ ନିକଟରେ ପୂଜା କରିବା ଉଚିତ । ଏହା ସହ ଚଉଁରା ମୂଳେ ମୁରୁଜ ପକାଇ ମା ବୃନ୍ଦାବତୀଙ୍କ ଆରାଧନା କରିବା ଉଚିତ । ଏହା କରିବା ଦ୍ଵାରା ଆପଣଙ୍କର ସବୁ ମନସ୍କାମନା ପୂର୍ଣ୍ଣ ହେବା ସହ ଦିନ ତମାମ ଭଲ ଯାଇଥାଏ ।
୩- ଏହି ପଞ୍ଚୁକରେ ନୀଳ ରଙ୍ଗର ଅପରାଜିତା ଫୁଲ ଭଗବାନ ଜଗନ୍ନାଥଙ୍କ ନିକଟରେ ଅର୍ପଣ କରନ୍ତୁ । ଏହା ଦ୍ଵାରା ପ୍ରଭୁ ଜଗନ୍ନାଥଙ୍କ ମହିମା ଓ କୃପା ଲାଭ ହୋଇଥାଏ । କାରଣ ନୀଳ ଅପରାଜିତା ଫୁଲ ପ୍ରଭୁ ଜଗନ୍ନାଥଙ୍କର ପ୍ରତୀକ ହୋଇଥାଏ ।
୪- ପଞ୍ଚୁକ ପାଞ୍ଚ ଦିନର ଶେଷ ଦିନରେ କାର୍ତ୍ତିକ ପୂର୍ଣ୍ଣିମା ହୋଇଥାଏ । ଏହି ଦିନ ପ୍ରତେକ ବ୍ୟକ୍ତି ଡଙ୍ଗା ପୂଜା କରି ନଦୀରେ ଭସାଇ ଥାନ୍ତି । ଏହି ଦିନ କଦଳୀ ପାଟୁଆରେ ଡଙ୍ଗା କରି ଭସାଇଲେ ସବୁ ଇଚ୍ଛା ପୂରଣ ହୋଇଥାଏ । ଏହା ସହ ଗୃହରେ ସୁଖ ସମୃଦ୍ଧିର ଆଗମନ ମଧ୍ୟ ହୋଇଥାଏ । ଯଦି ଆପଣ କାଗଜ ଡଙ୍ଗା ଭସାନ୍ତି ତେବେ ଧ୍ୟାନ ରଖିବାକୁ ପଡିବ କୁ ଯେପରି ଦୀପ ଡଙ୍ଗାରେ ନ ଲାଗିଯାଏ । କାରଣ ଏପରି ହେବା ଦ୍ଵାରା ଅଶୁଭ ଫଳ ପ୍ରାପ୍ତ ହୋଇଥାଏ ।
ଏହି ପଞ୍ଚୁକରେ ଖଟ ଉପରେ ବସି ମନ୍ତ୍ର ଜପ କରିବା ଅନୁଚିତ । ଏହି ଦିନ ଦକ୍ଷିଣ ଦିଗକୁ ଯାତ୍ରା କରିବା ଅଶୁଭ ହୋଇଥାଏ । ଏହି ସମୟରେ ଘରର ଛାତ ତିଆରି କରିବା ଉଚିତ ନୁହେଁ । ପଞ୍ଚୁକରେ ମୃ-ତ ଶ-ରୀ-ର-ର ଅ-ନ୍ତି-ମ ସଂ-ସ୍କା-ର କରିବା ପୂର୍ବରୁ କୌଣସି ମହାନ ପଣ୍ଡିତଙ୍କ ପରାମର୍ଶ ନେବା ଉଚିତ । ଏହା ବ୍ଯତୀତ ପଞ୍ଚୁକରେ ବିବାହ। ବ୍ରତଘର ବା ନିର୍ବନ୍ଧ କରିଲେ ଶୁଭ ବୋଲି ମାନାଯାଏ । ତେବେ ପଞ୍ଚୁକରେ ଏହି ସବୁ କାମ କରିଲେ ଶୁଭ ଓ ଅଶୁଭ ଫଳ ପ୍ରାପ୍ତ ହୋଇଥାଏ ।
ବନ୍ଧୁଗଣ ଆପଣ ମାନଙ୍କୁ ଆମର ପୋଷ୍ଟଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।