ଏହି ପାପ ଗୁଡିକୁ ମହାଦେବ କେବେ ବି କରନ୍ତି ନାହିଁ କ୍ଷମା, ଖୁସିର ଜୀବନ ଚାହୁଁଛନ୍ତି ତେବେ ଦୂରରେ ରୁହନ୍ତୁ ଏହି ସବୁଠୁ – ନଚେତ

ତ୍ରିଦେବଙ୍କ ମଧ୍ୟରୁ ସର୍ବଶ୍ରେଷ୍ଠ ହେଉଛନ୍ତି ମହାଦେବ, ଯାହାଙ୍କର ପୂଜା ପୁରା ସୃଷ୍ଟି କରିଥାଏ । ଭଗବାନ ଶିବ ଯେତେବେଳେ ପ୍ରସନ୍ନ ହୋଇଥାନ୍ତି ତେବେ ସେ ଭୋଲେନାଥ ଅଟନ୍ତି । ଯଦି ସେ କ୍ରୋଧିତ ହୋଇଯାଆନ୍ତି ତେବେ ପ୍ରଳୟ ଆସିଯାଏ । ସେଥିପାଇଁ ବ୍ୟକ୍ତିମାନଙ୍କୁ ପାପ କର୍ମରୁ ନିର୍ବୂତ ରହିବାକୁ ପଡିବ ନ ହେଲେ ମହାଦେବ କେବେବି ଆପଣଙ୍କୁ କ୍ଷମା କରିବେ ନାହିଁ । ଶାସ୍ତ୍ରରେ କିଛି ଏମିତି କଥା ବିଷୟରେ କୁହାଯାଇଛି ଯାହା ପାପ ବୋଲି କୁହଯାଏ ଏବଂ ସେ ଗୁଡିକରୁ ବର୍ଜିତ ରହିବାକୁ କୁହାଯାଇଛି । ଏହି ପାପ ଗୁଡିକୁ ମହାଦେବ କେବେବି କରନ୍ତି ନାହିଁ କ୍ଷମା ଏବଂ ଯଦି ମହଦେବଙ୍କର କ୍ରୋଧରୁ ବଞ୍ଚିବାକୁ ଚାହୁଁଛନ୍ତି ତେବେ ଏହି ପାପ ଗୁଡିକ କରନ୍ତୁ ନାହିଁ ।

ଏହି ପାପ ଗୁଡିକୁ ମହାଦେବ କରନ୍ତି ନାହିଁ କେବେ ବି କ୍ଷମା

ଶିବ ପୁରାଣରେ କୁହାଯାଇଛି କି କାର୍ଯ୍ୟ, କଥା, ବ୍ୟବହାର ଏବଂ ଭାବିଚିନ୍ତି କରାଯାଉଥିବା ପାପକୁ ମହାଦେବ କେବେ ବି କ୍ଷମାକରନ୍ତି ନାହିଁ । ଏହି ବ୍ୟକ୍ତି ସବୁବେଳେ ଶିବଙ୍କର ପ୍ରକୋପର ସାମନା କରନ୍ତି । ଯଦି ଆପଣ ନିଜ ମନରେ କାହା ପାଇଁ ଖରାପ ଭାବୁଛନ୍ତି ତାହା ବି ପାପ ମଧ୍ୟରେ ଆସିଥାଏ । ବର୍ତ୍ତମାନ ଆମେ ଆପଣଙ୍କୁ କହିବାକୁ ଯାଉଛୁ ଯେ ଭଗବାନ ଶିବ କେଉଁ ପାପ ଗୁଡିକ ପସନ୍ଦ ନୁହେଁ ।

୧. ଅନ୍ୟର ସ୍ତ୍ରୀ ଏବଂ ସ୍ଵାମୀ ଉପରେ ଖରାପ ନଜର ରଖିବା ତାହାକୁ ପାଇବାର ଇଛା ରଖିବା ସବୁଠୁ ବଡ ପାପ ହୋଇଥାଏ ।

୨. ଅନ୍ୟ ବ୍ୟକ୍ତିର ଧନ ପାଇବା କିମ୍ବା ନିଜର ବନାଇବାର ଇଛା ରଖୁଥିବା ଲୋକମାଙ୍କୁ ଭଗବାନ ଶିବଙ୍କ ନଜରରେ ଅପରାଧୀ ହୋଇଥାନ୍ତି ।

୩. କୌଣସି ନିର୍ଦୋଷ କିମ୍ବା କମଜୋରକୁ କଷ୍ଟ ଦେବା, ତାହାକୁ କ୍ଷତି ପହଞ୍ଚାଇବା ତାହାର ଧନ ଲୁଟିବା, ତାହାର କମାରେ ବାଧା ଆଣିବାର ଯୋଜନା କରିବା ଭଳି ଭାବନା ରଖୁଥିବା ଲୋକମାନଙ୍କୁ ମଧ୍ୟ ଭଗବାନ ଶିବ କେବେ ବି କ୍ଷମା କରନ୍ତି ନାହିଁ ।

୪. ଭଲ କଥା ଭୁଲି ଖରାପ ରାସ୍ତାକୁ ଯାଉଥିବା ଲୋକମାନେ ବି ପାପର ଭାଗୀଦାରୀ ହୋଇଥାନ୍ତି ।

୫. ମାତା ପିତାଙ୍କର କ୍ଷତି କରୁଥିବା କିମ୍ବା କଷ୍ଟ ଦେଉଥିବା ଲୋକମାନେ ଭଗବାନ ଶିବ ନିଜର କେବେବି ଏହି ପାପକୁ କ୍ଷମା ନ କରିବାର ପାପ ହୋଇଥାଏ । ଏହିଭଳି କରିବା ଈଶ୍ଵରକୁ ଦୁଖ ପହଞ୍ଚାଇବା ସହିତ ସମାନ ଅଟେ ଯାହାକୁ ବ୍ୟକ୍ତି କରିବା ଉଚିତ ନୁହେଁ ।

ଯଦି ଆପଣଙ୍କୁ ଆମର ଏଇ ଆର୍ଟିକିଲ୍ ଟି ପସନ୍ଦ ଆସିଥାଏ ତେବେ ଲାଇକ ଓ ଶେୟାର କରିବାକୁ ଭୁଲିବେ ନାହିଁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *