ଝିଅର ଚେହେରା ବାପା ସହ ଓ ପୁଅର ଚେହେରା ମା’ ସହ ମିଶୁଥିଲେ ତେବେ ଏହାର ଅର୍ଥ ହେଉଛି…

ଆମ ହିନ୍ଦୁ ଶାସ୍ତ୍ରରେ ସମୁଦ୍ର ଶାସ୍ତ୍ର ନାମକ ଗୋଟେ ଶାସ୍ତ୍ର ଅଛି ଯେଉଁଥିରେ ମଣିଷ ଅଙ୍ଗ ପ୍ରତିଅଙ୍ଗ ଉପରେ ବହୁତ କଥା କୁହା ଯାଇଛି, ଯେମିତିକି, ହାତ, ଗୋଡ, ମୁଖ ଓ କଳାଯାଇ ମଧ୍ୟ ଏହି ଭାଗରେ ଅଟେ । ସମୁଦ୍ର ଶାସ୍ତ୍ର ଜ୍ଯୋତିଷ ଶାସ୍ତ୍ରର ବହୁତ ବଡ ଭାଗ ଅଟେ, ତେବେ ଆଜି ଆମେ ଆପଣଙ୍କୁ ମୁଖ ବିଷୟରେ ଏମିତି କିଛି କଥା କହିବାକୁ ଯାଉଛୁ ଯାହା ଆପଣ ମାନେ ଆଗରୁ ଜାଣି ନଥିବେ । ଆଜି ଆମେ ଆପଣଙ୍କୁ ଝିଅ ମୁଖ ପିତା ଭଳି ଓ ପୁଅ ମୁଖ ମା ଭଳି ହେଲେ କଣ ହୁଏ ଏହା ବିଷୟରେ ବିସ୍ତାର ସହ କହିବାକୁ ଯାଉଛୁ ।

Image Courtesy: Google

ମଥା :

ପ୍ରଥମେ ସାମାନ୍ଯ କଥା ଜାଣିବା ଯେଉଁ ଲୋକଙ୍କ ମଥା ଲମ୍ବା ହୋଇଥାଏ କିନ୍ତୁ କମ ଚଉଡା ହୋଇଥାଏ ଏହି ଭଳି ବ୍ୟକ୍ତି ବହୁତ ଭାଗ୍ୟଶାଳି ହୋଇଥାନ୍ତି । ଯେଉଁ ଲୋକଙ୍କ ମଥା ସାମାନ୍ଯ ଆକାରର ହୋଇଥାଏ ସେ ଆର୍ଥିକ ଅସୁବିଧା ସାମ୍ନା କରନ୍ତି ନାହିଁ କିନ୍ତୁ ମନେ ରଖନ୍ତୁ ଯେଉଁ ଲୋକ ମୁଣ୍ଡ ଶରୀର ଅନୁଯାଇ ବହୁତ ବଡ ହୋଇଥାଏ ସେହି ଲୋକଙ୍କ ଜୀବନରେ ବହୁତ ପ୍ରକାର କଷ୍ଟ ଆସିଥାଏ ।

ଚେହେରା :

୧. ଗୋଲ ଚେହେରା :

ଜୁନ ଲୋକଙ୍କ ଚେହେରା ଗୋଲ ଆକାରର ହୋଇଥାଏ ଏହି ଭଳି ଲୋକ ବହୁତ ସହନଶୀଳ ହୋଇଥାନ୍ତି, ଏହା ଛଡା ଏହି ଭଳି ଲୋକ ରାଗିଲେ କାହା କଥା ଶୁଣି ନଥାନ୍ତି, ଏହି ଭଳି ଲୋକ ନିଜ ପରିଶ୍ରମ ଦ୍ଵାରା ସମାଜରେ ନିଜ ନା ଓ ନିଜ କୁଳ ନାମ ଉଞ୍ଚା କରନ୍ତି, ତେବେ ଏହି ଭଳି ଲୋକଙ୍କର ବହୁତ ମାନ ସମ୍ମାନ ହୋଇଥାଏ ।

 

 

Image Courtesy: Google

୨. ଚତୁର୍ଭୁଜ ଚେହେରା :

ଏହି ଭଳି ଚେହେରା ଲୋକ ବହୁତ ବୁଦ୍ଧିମାନ ହବା ସହ ବହୁତ ରାଗି ସ୍ଵଭାବର ହୋଇଥାନ୍ତି, ଏହି ଭଳି ଲୋକଙ୍କୁ ତାଙ୍କ ସଫଳତା ପାଇଁ ଲୋକ ଜାଣିଥାନ୍ତି, ଏହି ଭଳି ମହିଳା ମାନେ ନିଜ କାମ ଅନ୍ୟ ଦ୍ଵାରା କେମିତି କରେଇବା ଖୁବ ଭଲ ଭାବରେ ଜାଣିଥାନ୍ତି । ଏହି ଭଳି ଲୋକ ନେତୃତ୍ଵ କରିବାରେ ଆଗରେ ହୋଇଥାନ୍ତି, ଏହି ଭଳି ଲୋକଙ୍କୁ ନିଜ ଜୀବନ ଉପରେ କଣ୍ଟ୍ରୋଲ ରଖିବା ପସନ୍ଦ ହୋଇଥାଏ ।

୩. ତ୍ରିକୋଣ ଚେହେରା :

ଏହି ଭଳି ଲୋକ ବହୁତ ରଚନାତ୍ମକ ସ୍ଵଭାବ ର ହୋଇଥାନ୍ତି, ଏହି ଭଳି ଲୋକ ଦେଖିବା ପାଇଁ ବହୁତ ଆକର୍ଷଣୀଅ ମଧ୍ୟ ହୋଇଥାନ୍ତି, ଏହି ଭଳି ଲୋକ କଳା ଜଗତରେ ବହୁତ ନା ପାଇ ଥାନ୍ତି ଓ ସଫଳତା ମଧ୍ୟ ପ୍ରାପ୍ତ କରନ୍ତି, ଏହି ଭଳି ଲୋକ ମଧ୍ୟ ବହୁତ ଭାଗ୍ୟଶାଳି ହୋଇଥାନ୍ତି ।

Image Courtesy: Google

ସାମୁଦ୍ରିକ ଶାସ୍ତ୍ର ଅନୁଯାଇ ଯେଉଁ ପୁରୁଷ ମୁଖ ତାଙ୍କ ମାତାଙ୍କ ଭଳି ହୋଇଥାଏ ସେହି ଭଳି ପୁରୁଷଙ୍କର ଆୟୁଷ ବହୁତ ହୋଇଥାଏ, ଏହି ଭଳି ପୁରୁଷ ବହୁତ ଭାଗ୍ୟଶାଳି ହୋଇଥାନ୍ତି, ସେ ନିଜ ଜୀବନରେ କୌଣସି କାମ ସଫଳତା ଭାବରେ ପୂର୍ଣ କରିଥାନ୍ତି । ଏହି ଭଳି ପୁରୁଷଙ୍କୁ ସମାଜରେ ମାନ ସମାନ ପ୍ରାପ୍ତି ହୋଇଥାଏ ।

ଯେଉଁ ମହିଳାଙ୍କ ମୁଖ ତାଙ୍କ ବାପା ଭଳି ହୋଇଥାଏ ସେହି ମହିଳାମାନେ ଯେଉଁ ଘରେ ବିବାହ କରି ଯାଇଥାନ୍ତି ସେହି ଘରେ ସୁଖ ଶାନ୍ତି ଓ ସମୃଦ୍ଧି ଆଣିଥାନ୍ତି । ଏହି ଭଳି ମହିଳାଙ୍କୁ ସମାଜରେ ମାନ ସମ୍ମାନ ମିଳିଥାଏ କାହିଁକିନା ସେ ସଠିକ କଥା କହିବା ପାଇଁ ଡରନ୍ତି ନାହିଁ । ଏହି ଭଳି ମହିଳା ଅନ୍ନପୂର୍ଣା ରୂପ ହୋଇଥାନ୍ତି, ଏହି ଭଳି ମହିଳାମାନେ ଘରକୁ ଯୋଡି ରଖି ଥାନ୍ତି ।ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *