ଘରର ମୁଖ୍ୟ ଦ୍ଵାରରେ ରଖନ୍ତୁ ଏହି କେତୋଟି ଜିନିଷ – ଧନର ଅଭାବ ରହିବ ନାହିଁ

ଘରେ ସୁଖ ଶାନ୍ତି ସମୃଦ୍ଧି ପାଇଁ ମନୁଷ୍ୟ କେତେ କଣ ଉପାୟ କରି ଥାଏ , ତଥାପି ସବୁ ବେଳେ କଳହ , ଝଗଡା , ଅଶାନ୍ତି , ଧନ ଅଭାବ ଲାଗି ରହି ଥାଏ । ସୁଖରେ ରହି ବାକୁ ହେଲେ ଏସବୁ ଠାରୁ କିପରି ଦୂରେଇ ରହିବା, ତାହା ଜାଣିବା ନିତ୍ୟାନ୍ତ ଆବଶ୍ୟକ। ତେବେ ବାସ୍ତୁ ଶାସ୍ତ୍ର ଅନୁ ଯାଇ ଏମିତି କିଛି ଆମେ କରି ପାରିବା ଯାହାକି ଘରେ ନକାରାତ୍ମକ ଶକ୍ତି ର ପ୍ରଭାବ କ୍ଷୀଣ କରି ପାରିବ ଓ ସକାରାତ୍ମକ ପରିବେଶ ସୃଷ୍ଟି ହେବ । ଯଦି ଆମେ ଏହି କେତୋଟି ସରଳ ଉପାୟ କରି ପାରୁ ତେବେ ଘରୁ ନିଶ୍ଚୟ ଧନର ଅଭାବ ଦୂର ହେବ ଓ ସର୍ବଦା ସୁଖ ଶାନ୍ତି ପୁରି ରହିବ ।

୧. ସୁଗନ୍ଧ ଫୁଲ

ଘରର ସାମ୍ନା ଦୁଆର ରେ କାଚର ଏକ ପାତ୍ରରେ ସୁଗନ୍ଧ ଯୁକ୍ତ ଫୁଲ ରଖନ୍ତୁ ,ଏହା ଦ୍ୱାରା ନକାରାତ୍ମକ ଶକ୍ତି ଦୂର ହେଇ ଘରେ ସକାରାତ୍ମକ ପରିବେଶ ସୃଷ୍ଟି ହେଇ ଥାଏ ।

୨. ସ୍ଵସ୍ତିକ ଚିହ୍ନ

ଘର ମୁଖ୍ୟ ଦ୍ୱାର ରେ ସ୍ୱସ୍ତିକ ଚିହ୍ନ ବା ଶୁଭ ଲାଭ ର ପ୍ରତୀକ ସ୍ଥାପନା କରନ୍ତୁ। ଏହାଦ୍ୱାରା ନକାରାତ୍ମକ ଶକ୍ତି ର ପ୍ରଭାବ ଘର ଉପରେ ପଡ଼ି ନଥାଏ, ଏବଂ ଘରେ ସୁଖ ସମୃଦ୍ଧି ବଢି ଥାଏ ।

୩. ଲକ୍ଷ୍ମୀ ଙ୍କ ପାଦ ଚିହ୍ନ

ମା ଲକ୍ଷ୍ମୀ ଙ୍କୁ ଧନ ଏବଂ ସୌଭାଗ୍ୟ ର ଦେବୀ କୁହାଯାଏ ତେଣୁ ମା ଙ୍କୁ ସନ୍ତୁଷ୍ଟ କରିବା ପାଇଁ ଘରର ମୁଖ୍ୟ ଦ୍ୱାର ରେ ମା ଲକ୍ଷ୍ମୀ ଙ୍କ ପାଦ ଚିହ୍ନ ର ଝୋଟି ଆଙ୍କନ୍ତୁ ଏହା ଦ୍ୱାରା ମା ଲକ୍ଷ୍ମୀ ଙ୍କର ଆଶୀର୍ବାଦ ରହି ଥାଏ ।

୪. ବଡ କବାଟ

ଘରର ମୁଖ୍ୟ ଦ୍ୱାର ର କବାଟ କୁ ଅନ୍ୟ କବାଟ ତୁଳନା ରେ ବଡ ରଖନ୍ତୁ ।

୫. ପତ୍ର ମାଳା

ଦେବଦାରୁ, ଆମ୍ବ କିମ୍ବା ଅଶୋକ ଗଛର ପତ୍ରରେ ଏକ ମାଳା ତିଆରି କରି ଘର ଦୁଆରେ ଟାଙ୍ଗନ୍ତୁ ଏହାଦ୍ୱାରା ଘରେ ସୁଖ ସମୃଦ୍ଧି ବୃଦ୍ଧି ହେଇ ଥାଏ । ମାଳା ଟି ଶୁଖିଗଲେ ଏହାକୁ ବଦଳାଇ ଦିଅନ୍ତୁ ଏବଂ ଏକ ନୂଆ ମାଳା ଟାଙ୍ଗି ଦିଅନ୍ତୁ ।

୬. ଗଣେଶ ଙ୍କ ମୂର୍ତ୍ତି

ସବୁ ବିଘ୍ନ ନାଶ କରନ୍ତି ବୋଲି ତାଙ୍କୁ ବିଘ୍ନନାଶକ କୁହା ଯାଏ ତେଣୁ ଘର ମୁଖ୍ୟ ଦ୍ଵାରରେ ଧଳା ଗଣେଶ ଙ୍କ ମୂର୍ତ୍ତି ସ୍ଥାପନା କରନ୍ତୁ । ସମସ୍ତ କଷ୍ଟ ଦୂର ହେବା ସହିତ ସୁଖ ସମୃଦ୍ଧି ଲାଭ ହେବ ।

ଆଶାକରୁଛୁ ଆମର ଏହି ବାସ୍ତୁ ଟିପ୍ସ ଆପଣଙ୍କୁ ନିଶ୍ଚୟ ସାହାଯ୍ୟ କରିବ । ଭଲ ଲାଗିଲେ ସେଆର କରନ୍ତୁ ସାଙ୍ଗମାନଙ୍କ ସହିତ । ଆଗକୁ ଏମିତି ନୂଆ ନୂଆ ବାସ୍ତୁ ଟିପ୍ସ ବିଷୟରେ ଜାଣିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ । ଧନ୍ୟବାଦ ।

Leave a Reply

Your email address will not be published. Required fields are marked *