କିଛି ଲୋକଙ୍କୁ ହାଇପର ଟେନସନ ଭଳି ରୋଗ ହୋଇଥାଏ, ତେବେ ଆଜିକ ସମୟରେ ଏମିତି କେହି ନାହାନ୍ତି ଯାହାକୁ କୌଣସି ପ୍ରକାର ଅସୁବିଧା ନାହିଁ, ସମସ୍ତଙ୍କୁ ରୋଗ ଅଛି ସେ ବଡ ହୁଅନ୍ତୁ ବା ଛୋଟ, ଆଜି କାଲିକା ସମୟରେ କାହା ପାଖରେ ବସି କିଛି ଭଲ ମନ୍ଦ କଥା ହବାକୁ ବା ହସ ଖୁସି କରିବା ପାଇଁ ମଧ୍ୟ କାହା ପାଖରେ ସମୟ ନାହିଁ । ତେବେ ଡକ୍ଟର ମଧ୍ୟ କହିଥାନ୍ତି ଯେ ହସ ଖୁସିରେ ରହିଲେ ମଣିଷ ବୟସ ବଢିଥାଏ ଓ ଟେନସନରେ ରହିଲେ ମଣିଷ ବୟସ କମିଥାଏ ।
ତେବେ ଆସନ୍ତୁ କିଛି ଯୋକ୍ସ ପଢି ନିଜ ମାନଙ୍କୁ ପ୍ରଫୁଲ୍ଲିତ କରିବା ଓ ନିଜ ସହ ଅନ୍ୟ ମାନଙ୍କୁ ମଧ୍ୟ ଖୁସି କରିବା ।

୧. ବାହାଘରିଆରେ ଖାଇବା ଉସୁଲ :
– ପ୍ରଥମ ଥର ଏମିତି ଖାନ୍ତୁ ଯେମିତି ଦ୍ଵିତୀୟ ଥର ପାଇବେ ନାହିଁ ।
– ଦ୍ଵିତୀୟ ଥର ଏମିତି ଖାଓ ଯେମିତି ପ୍ରଥମ ଥର କିଛି ଖାଇ ନଥିଲ ।
୨. ପପୁ ନିଜ ଟିଚରକୁ ପଚାରିଲା – ମିସ କଣ ଆପଣ ରାତିରେ ମତେ କଲ କରୁଥିଲେ ?
ଟିଚର କହିଲେ – ନା ତ
ପପୁ କହିଲା – ଏମିତି କେମିତି ହେଲା ମୋ ମୋବାଇଲରେ ଲେଖା ହୋଇଥିଲା ମିସ କଲ ।

୩. ସରକାର କୁହନ୍ତି ଘର ଗୋଟେ ଝିଅ ପାଠ ପଢିଲେ ପରିବାର ଆଉ ୪ଟି ଲୋକ ଶିକ୍ଷିତ ହୋଇଥାନ୍ତି ।
କିନ୍ତୁ ଏହି କଥା କିଏ ବୁଝୁଛି ଯେ ଗୋଟେ ଝିଅ କଲେଜ ଗଲେ ଅନ୍ୟ ୪୦ଟି ପୁଅ ତା ଜୁଗୁରୁ ଫେଲ ହଉଛନ୍ତି ।
୪. ଟିଚର ଟିଙ୍କୁକୁ କହିଲେ – ତମ ଭିତରେ କିଛି ଭଲ ନାହିଁ ନିଜକୁ ସୁଧାରିବା ପାଇଁ ଚେଷ୍ଟା କର ।
ଆର ଦିନ ଟିଙ୍କୁ ସୁଟ ବୁଟ ପିନ୍ଧି ସ୍କୁଲ ଆସିଲା ।
ଟିଚର ପଚାରିଲେ – ଏ ସବୁ କଣ ??
ଟିଙ୍କୁ କହିଲେ – ରେମଣ୍ଡ, ଦ କମ୍ପ୍ଲିଟ ମେନ ।

୫. ଗୋଟେ ସାଙ୍ଗ ଆଉ ଗୋଟେ ପ୍ରେମିକାରେ କଣ ଫରକ ହୋଇଥାଏ ?
ସାଙ୍ଗ ସେହି ବ୍ୟକ୍ତି ହୋଇଥାଏ ଯାହା ଠାରୁ ଆମେ ଉଧାରୀ ମାଗିଥାଉ ଆଉ ପ୍ରେମିକା ସେ ହୋଇଥାଏ ଯାହା ପାଇଁ ମଣିଷ ଉଧାର ମାଗିଥାଏ ।
୬. ସନ୍ତା ନିଜ ଗର୍ଲଫ୍ରେଣ୍ଡ ସହ ପ୍ରଥମ ଥର ପାଇଁ ଡେଟରେ ଗଲା, ସନ୍ତା ବହୁତ ନର୍ଭରସ ଥିଲା ଓ ନିଜ ଗର୍ଲଫ୍ରେଣ୍ଡକୁ କହିଲା – ଡାର୍ଲିଙ୍ଗ ତମେ ଜାଣିଚ ମୁଁ ପ୍ରଥମ ଥର ପାଇଁ ଡେଟରେ ଆସିଛି ସେଥିପାଇଁ କିଛି ଭୁଲ ହେଲେ ସାନ ଭାଇ ଭାବି କ୍ଷମା କରି ଦବ । ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।